କାଷ୍ଟିଂ କାଉଚ୍‌ର ସମ୍ମୁଖୀନ ହୋଇଥିଲେ ବିଦ୍ୟା‌

ନୂଆଦିଲ୍ଲୀ: ଅଭିନେତ୍ରୀ ବିଦ୍ୟା ବାଲନ୍‌ ଅତୀତରେ ସାମ୍ନା କରିଥିବା‌ ଏକ କାଷ୍ଟିଂ କାଉଚ୍‌ ସ୍ଥିତିକୁ ଏବେ ମନେ ପକାଇଛନ୍ତି। ବିଦ୍ୟା କହିଛନ୍ତି, ଦିନେ ସେ ଚେନ୍ନାଇରେ ଥିବାବେଳେ ଜଣେ ସାଉଥ୍‌ ଫିଲ୍ମ ନିର୍ଦ୍ଦେଶକ ତାଙ୍କୁ ଭେଟିବାପାଇଁ କହିଥି‌ଲେ। ବିଦ୍ୟା ତାଙ୍କୁ କୌଣସି କଫି ସପ୍‌ରେ ବସିବାପାଇଁ କହିଥିଲେ। କିନ୍ତୁ ଫିଲ୍ମ ନିର୍ଦ୍ଦେଶକ ଜଣଙ୍କ ବିଦ୍ୟାଙ୍କୁ ତାଙ୍କ ହୋ‌ଟେଲ୍‌ ରୁମ୍‌ରେ ହିଁ ଭେଟିବାପାଇଁ ବାଧ୍ୟ କରିଥିଲେ।

କିଛି ଉପାୟ ନପାଇ ବିଦ୍ୟା ଶେଷରେ ଫିଲ୍ମ ନିର୍ଦ୍ଦେଶକଙ୍କୁ ତାଙ୍କ ହୋଟେଲ ରୁମ୍‌କୁ ଡାକିଥିଲେ। କିନ୍ତୁ ଏହ‌ି ସମୟରେ ସେ ୫ ତାଙ୍କ ହୋଟେଲ୍‌ ରୁମ୍‌ର ଦ୍ବାର ଖୋଲା ରଖିଥିଲେ ମଧ୍ୟ ତାଙ୍କୁ ଖୁବ୍‌ ଭୟ ଲାଗିଥିଲା। ସେକଥା ଏବେ ବି ମନେ ପଡ଼ିଗଲେ ଭୟ ଲା‌ଗେ ବୋଲି ବିଦ୍ୟା କହିଛନ୍ତି।

ସମ୍ବନ୍ଧିତ ଖବର