ଇଲେକ୍ଟରାଲ ବଣ୍ଡ ସଂପର୍କରେ ସୂଚନା ଦାଖଲ ପାଇଁ ଜୁନ ୩୦ ପର୍ଯ୍ୟନ୍ତ ସମୟ ମାଗିଲା ଷ୍ଟେଟ ବ୍ୟାଙ୍କ୍

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ୍ ସମ୍ପର୍କରେ ସୂଚନା ଦେବା ପାଇଁ ସୁପ୍ରିମ୍ କୋର୍ଟଙ୍କୁ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ମାଗିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନିକଟରେ ସୁପ୍ରିମ୍ କୋର୍ଟ ଇଲେକ୍ଟୋରାଲ ବଣ୍ଡ ସ୍କିମକୁ ରଦ୍ଦ କରିଥିଲେ। ଏଥିସହିତ ନିର୍ବାଚନ କମିଶନଙ୍କୁ ଇଲେକ୍ଟୋରାଲ ବଣ୍ଡ ସମ୍ପର୍କରେ ସୂଚନା ଦେବାକୁ କୋର୍ଟ ଏସବିଆଇକୁ କହିଥିଲେ। ଏସବିଆଇ ହିଁ ଇଲେକ୍ଟୋରାଲ ବଣ୍ଡ ଜାରି କରୁଥିଲା

ଲାଇଭ୍ ରିପୋର୍ଟ ଅନୁଯାୟୀ, ଏସବିଆଇ କୋର୍ଟଙ୍କୁ କହିଛି ଯେ ୧୨ ଏପ୍ରିଲ ୨୦୧୯ରୁ ୧୫ ଫେବୃଆରୀ ୨୦୨୪ ମଧ୍ୟରେ ବିଭିନ୍ନ ଦଳକୁ ଦାନ ପାଇଁ ୨୨୨୧୭ଟି ନିର୍ବାଚନ ବଣ୍ଡ ଜାରି କରାଯାଇଛି। ପ୍ରତ୍ୟେକ ପର୍ଯ୍ୟାୟ ଶେଷରେ ଅଧିକୃତ ଶାଖାଗୁଡ଼ିକ ଦ୍ୱାରା ସିଲବନ୍ଦ କଭରରେ ମୁମ୍ବାଇ ମୁଖ୍ୟ ଶାଖାରେ ନଗଦ ବଣ୍ଡ୍ ଜମା କରାଯାଇଥିଲା। ଏସବିଆଇ କହିଛି ଯେ ଉଭୟ ସୂଚନା ସାଇଲୋରୁ ସୂଚନା ସଂଗ୍ରହ କରିବା ପାଇଁ ୪୪,୪୩୪ ସେଟ୍ କୁ ଡିକୋଡ୍ କରିବାକୁ ପଡିବ ଏଭଳି ସ୍ଥିତିରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ ସପ୍ତାହସମୟ ପୂରା ପ୍ରକ୍ରିୟା ପାଇଁ ଯଥେଷ୍ଟ ନୁହେଁ।

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ୧୫ ଫେବୃଆରୀ ୨୦୨୪ରେ ଇଲେକ୍ଟୋରାଲ ବଣ୍ଡ ଯୋଜନାକୁ ଅସାମ୍ବିଧାନିକ ଏବଂ ଆରଟିଆଇର ଉଲ୍ଲଂଘନ ବୋଲି ଦର୍ଶାଇ ତୁରନ୍ତ ଏହା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଜଣିଆ ଖଣ୍ଡପୀଠ ଏସବିଆଇକୁ ୨୦୧୯ ଏପ୍ରିଲରୁ ମିଳିଥିବା ଦାନର ବିବରଣୀ ମାର୍ଚ୍ଚ ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବାକୁ କହିଥିଲେ। ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ଏହି ତଥ୍ୟ ୱେବସାଇଟରେ ଅପଲୋଡ୍ କରିବାକୁ କୋର୍ଟ ନିର୍ବାଚନ ଆୟୋଗଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର