ଭାରତ ଯିବା ପରେ ନାଚିବା ଓ ଭିଡିଓ ପୋଷ୍ଟ କରିବା ଆରମ୍ଭ କରିଛି ବୋହୂ: ସୀମାଙ୍କ ଶଶୁର

ନୂଆଦିଲ୍ଲୀ: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ଏହି ପାକିସ୍ତାନୀ ମହିଳା ତାଙ୍କ ଚାରି ସନ୍ତାନଙ୍କ ସହ ବେଆଇନ ଭାବେ ଭାରତ ଆସିଥିଲେ। ସଚିନ୍ ମୀଣା ନାମକ ଜଣେ ବ୍ୟକ୍ତିଙ୍କ ସାହାଯ୍ୟରେ ସେ ଭାରତ ଆସିଥିବା ବେଳେ ଦୁହେଁ ଅନଲାଇନ୍ ଗେମ୍ ପବଜି ଖେଳିବା ସମୟରେ ପ୍ରେମରେ ପଡ଼ିଥିବା କହିଥିଲେ। ଦୁହେଁ ନେପାଳର ପଶୁପତିନାଥ ମନ୍ଦିରରେ ବିବାହ କରିଥିବା ମଧ୍ୟ ଦାବି କରିଛନ୍ତି। ତେବେ ସୀମା ମେ’ ମାସରେ ଭାରତ ଆସିଥିଲେ ବି ଏବେ ତାଙ୍କୁ ନେଇ ଖୋଳତାଡ଼ ଆରମ୍ଭ କରିଛି ୟୁପି ଏଟିଏସ। ସୀମାଙ୍କୁ ପଚରାଉଚରା ପରେ ସନ୍ଦେହ କରାଯାଉଛି ଯେ ସୀମା ଜଣେ ଆଇଏସଆଇ ଏଜେଣ୍ଟ ହୋଇପାରନ୍ତି।

ଏମଧ୍ୟରେ ତାଙ୍କ ଶଶୁର ଅର୍ଥାତ୍ ପ୍ରଥମ ସ୍ବାମୀ ଗୁଲାମ ହାଇଦରଙ୍କ ବାପା, ବୋହୂ ସୀମାକୁ ନେଇ ମୁହଁ ଖୋଲିଛନ୍ତି। ଜାତୀୟ ଗଣମାଧ୍ୟମ ଆଜ୍ ତକକୁ ସାକ୍ଷାତକାର ଦେଇ ସୀମାଙ୍କ ଶଶୁର ଅମୀର ଜାନ୍ କହିଛନ୍ତି ଯେ, ମୁଁ ସୀମା ସହ କଥା ହେଉନଥିଲେ ବି ଗୁଲାମ ଓ ସୀମା ବହୁତ ଖୁସିରେ ଥିବା ଜାଣିଥିଲି। ପୁଅ ମୋତେ ଟାଙ୍କାଟିଏ ନଦେଇ ସୀମାକୁ ସବୁ ଟଙ୍କା ଦେଉଥିଲା। ଦୁହିଁଙ୍କ ମଧ୍ୟରେ ସବୁକିଛି ଭଲ ଚାଲିଥିଲା। ଯେପର୍ଯ୍ୟନ୍ତ ସୀମା ପାକିସ୍ତାନରେ ଥିଲେ, ସେ କେବେବି କୌଣସି ଗୀତରେ ନାଚୁଥିବାର ମୁଁ ଦେଖିନାହିଁ। ଭାରତ ଯିବା ପରେ ସେ ନାଚିବା ଏବଂ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର