ସଚିନଙ୍କ ପାଇଁ ମନରେ ରହୁଥିବା ଭୟର କାରଣ କହିଲେ ସୀମା

ନୂଆଦିଲ୍ଲୀ: ପ୍ରେମ ପାଇଁ ପାକିସ୍ତାନ ସୀମା ଅତିକ୍ରମ କରି ଭାରତରେ ରହୁଥିବା ପ୍ରେମିକ ପାଖରେ ପହଞ୍ଚିଥିବା ସୀମା ହାଇଦର ନିଜର ପ୍ରେମ କାହାଣୀ ପାଇଁ ଚର୍ଚ୍ଚାରେ ରହିଛନ୍ତି।

ସମ୍ପ୍ରତି ପାକିସ୍ତାନୀ ମହିଳା ସୀମାଙ୍କ ଠିକଣା କହିଲେ ନୋଏଡାସ୍ଥିତ ରୁବୁପୁରା ରହିଛି। ଏଠାରେ ସେ ତାଙ୍କ ପ୍ରେମିକ ସଚିନ ମିଣାଙ୍କ ସ୍ତ୍ରୀ ହୋଇ ନିଜର ଚାରିପିଲାଙ୍କୁ ଧରି ଖୁସିରେ ବସବାସ କରୁଛନ୍ତି।

ସୀମା ସୋସିଆଲ ମିଡିଆରେ ଖୁବ ସକ୍ରିୟ। ସଚିନଙ୍କ ପାଖକୁ ଆସିବା ପୂର୍ବରୁ ସୀମା ରିଲ୍ସ କରୁଥିଲେ। ଏବେ ସେ ସଚିନଙ୍କ ସହିତ ମିଶି ବିଭିନ୍ନ ପ୍ରକାର ଭିଡିଓ ପ୍ରସ୍ତୁତ କରୁଛନ୍ତି। ସଚିନ ଓ ମିଣାଙ୍କ ପ୍ରେମ କାହାଣୀ ସାମ୍ନାକୁ ଆସିବା ପରେ ପାକିସ୍ତାନୀ ମହିଳାଙ୍କ ଲୋକପ୍ରିୟତା ଆହୁରି ବଢ଼ି ଯାଇଛି। ଲୋକେ ସଚିନ ଓ ମିଣାଙ୍କ ଭିଡିଓ ଦେଖିବାକୁ ଖୁବ ପସନ୍ଦ କରୁଛନ୍ତି। ସୋସିଆଲ ମିଡିଆରୁ ଦୁହେଁ ଭଲ ରୋଜଗାର କରୁଥିବା ବି ଅନେକ ସମୟରେ ସାକ୍ଷାତକାରରେ କହିଛନ୍ତି।

ଏକ ସାକ୍ଷାତକାରେ ସୀମାଙ୍କୁ ପଚାରଯାଇଥିଲା କି, ଆପଣ କେବେ ବାହାରକୁ ଗଲେ ଲୋକେ ଚିହ୍ନନ୍ତି? ଆପଣଙ୍କ ସହିତ ଫଟୋ ଉଠାଇବାକୁ ଚାହାନ୍ତି କି?

ଏହାର ଉତ୍ତରରେ ସୀମା କହିଥିଲେ, ‘ମୁଁ ବେଶୀ ବାହାରକୁ ଯାଏ ନାହିଁ। ସଚିନ ଯେତେବେଳେ କୌଣସି ବିବାହକୁ କିମ୍ବା ଭିଡ଼ସ୍ଥାନକୁ ଯାଆନ୍ତି ଲୋକେ ତାଙ୍କୁ ଘେରି ଯାଇଥାଆନ୍ତି। ଏମିତିକି କୌଣସି ସ୍ଥାନକୁ କାମରେ ଯାଇଥିବା ବେଳେ ତାଙ୍କ କାମ ଅଧୁରା ରହି ଯାଇଥାଏ। କାରଣ ଲୋକେ ତାଙ୍କ ପିଛା ଛାଡ଼ନ୍ତି ନାହିଁ। ଅନେକ ଲୋକ ତ ତାଙ୍କୁ ଜୋରଜବରଦସ୍ତି ଘରକୁ ନେଇ ଯାଇଥାଆନ୍ତି।

ଆପଣମାନେ ଭାବୁଥାଇ ପାରନ୍ତି ଲୋକଙ୍କ ଏତେ ଭଲ ପାଇବା ପାଇ ମୁଁ ଖୁସି ହେବା କଥା, କିନ୍ତୁ ଓଲଟା। ମୁଁ ପାକିସ୍ତାନରୁ ଆସି ସଚିନଙ୍କ ସହ ରହିବା ଅନେକ ଲୋକଙ୍କୁ ପସନ୍ଦ ନୁହେଁ। ଆମ ଏବେ ସୋସିଆଲ ମିଡିଆରୁ କରୁଥିବା ରୋଜଗାରକୁ ନେଇ ବି ଲୋକଙ୍କ ହିଂସା  ହେଉଛି। ତେଣୁ ଯେତେବେଳେ ସଚିନ ବାହାରକୁ ଯାଆନ୍ତି ମନରେ ଭୟ ରହିଥାଏ କି ତାଙ୍କୁ କୌଣସି ଆଘାତ ନଆସୁ। କେହି ରାଗ ରାଖି ତାଙ୍କୁ ମାରି ନଦିଅନ୍ତୁ।’

ସମ୍ବନ୍ଧିତ ଖବର