ଦିଲ୍ଲୀ ଦଙ୍ଗା ପାଇଁ ଯମ ବି ଇସ୍ତଫା ଦେଇଦେବ: ଶିବସେନା

ମୁମ୍ବାଇ,୮/୩: ଦିଲ୍ଲୀ ଦଙ୍ଗାକୁ ଶିବସେନା ‘ମୃତ୍ୟୁର ତାଣ୍ଡବ’ ବୋଲି କହିଛି। ଏମିତି ଲୋକହର୍ଷଣକାରୀ ନରସଂହାରକୁ ଦେଖି ନିଜେ ମୃତ୍ୟୁର ଦେବତା ଯମରାଜ ବି ସ୍ଥାନ ଛାଡ଼ି ପଳାଇବେ ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି। ଶିବସେନା ମୁଖପତ୍ର ‘ସାମ୍ନା’ରେ ନିଜ ସ୍ତମ୍ଭ ‘ରୋକ୍‌ଠୋକ୍‌’ରେ ସଞ୍ଜୟ ଦିଲ୍ଲୀ ଦଙ୍ଗାକୁ ନେଇ ଏଭଳି ଲେଖିଛନ୍ତି। ସଞ୍ଜୟ ପରୋକ୍ଷରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ୍‌ କରି ବର୍ତ୍ତମାନ ରାଜନୀତିରୁ ‘ମାନବିକତା’ ଲୋପ ପାଇଗଲାଣି ବୋଲି ଲେଖିଛନ୍ତି। ଜାତି, ଧର୍ମକୁ ନେଇ ଘୃଣାର ରାଜନୀତି କରାଯାଉଛି। ଦଙ୍ଗାରେ ଯେଉଁ ଶିଶୁ ଓ ମହିଳାମାନେ କ୍ଷତିଗ୍ରସ୍ତ ହୋଇଛନ୍ତି, ସେମାନଙ୍କର କ’ଣ ଦୋଷ ଥିଲା ବୋଲି ସଞ୍ଜୟ ପ୍ରଶ୍ନ କରିଛନ୍ତି। ହିନ୍ଦୁ-ମୁସ୍‌ଲିମ, ଖ୍ରୀଷ୍ଟିଆନ-ମୁସ୍‌ଲିମକୁ ନେଇ ମଣିଷ ମଣିଷ ଭିତରେ ଘୃଣା ସୃଷ୍ଟି କରାଯାଉଛି। ଏହା ଦୁର୍ଭାଗ୍ୟଜନକ ବୋଲି ସଞ୍ଜୟ କହିଛନ୍ତି।

ସମ୍ବନ୍ଧିତ ଖବର