ବିମାନ କର୍ମଚାରୀଙ୍କୁ ଅସଦାଚରଣ କରି ସ୍ବିଡେନ ନାଗରିକ ଗିରଫ, ୩ ମାସରେ ଅଷ୍ଟମ ଘଟଣା

ନୂଆଦିଲ୍ଲୀ : ଇଣ୍ଡିଗୋ ବିମାନରେ ଜଣେ ବିମାନ କର୍ମଚାରୀଙ୍କୁ ଅସଦାଚରଣ କରି ସ୍ବିଡେନର ଜଣେ ନାଗରିକ ଗିରଫ ହୋଇଛନ୍ତି। ବ୍ୟାଂକକରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ କରିଥିବା ଇଣ୍ଡିଗୋ ବିମାନରେ ଜଣେ ସ୍ବିଡେନ ନାଗରିକ ମଦ୍ୟପାନ କରି ବିମାନ କର୍ମଚାରୀଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ। ବିମାନଟି ମୁମ୍ବାଇରେ ପହଞ୍ଚିବାପରେ ତୁରନ୍ତ ତାଙ୍କୁ ଗିରଫ କରାଯାଇ ମୁମ୍ବାଇ ପୁଲିସକୁ ହସ୍ତାନ୍ତର କରାଯାଇଛି। ଗତ ଗୁରୁବାର ଦିନ ଏହି ଘଟଣା ଘଟିଥିଲା। ଅଭିଯୁକ୍ତଙ୍କ ନାମ କ୍ଲାସ ଏରିକ ହାରଲ୍ଡ ଜୋନାସ ୱେଷ୍ଟବର୍ଗ‌୍। ଗୁରୁବାର ମୁମ୍ବାଇ ବିମାନବନ୍ଦରରେ ବିମାନ ଅବତରଣ କରିବାପରେ ଉକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା।

ମିଳିଥିବା ସୂଚନାନୁଯାୟୀ ବିମାନରେ ଖାଦ୍ୟ ପରିବେଷଣ କରାଯିବା ସମୟ‌ରେ ଯାତ୍ରୀ ଜଣଙ୍କ ଜଣେ ବିମାନ କର୍ମଚାରୀଙ୍କ ହାତ ଧରି ତାଙ୍କୁ ଅଶାଳୀନ ବ୍ୟବହାର ଦେଖାଇଥିଲେ। ଚଳିତ ବର୍ଷର ଏହା ଅଷ୍ଟମ ଘଟଣା। ବିମାନ କର୍ମଚାରୀଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରି ଚଳିତ ବର୍ଷ ମୋଟ୍‌ ୮ ଜଣ ଗିରଫ ହେଲେଣି।

ସମ୍ବନ୍ଧିତ ଖବର