ୟୁପି: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ‌ଶେଷ, ୧୦ରେ ଭୋଟ୍‌ ଗ୍ରହଣ

ସମାଜବାଦୀ ପାର୍ଟିର ଇସ୍ତାହାର: ପ୍ରତି ମାସରେ ୧ ଲିଟର ପେଟ୍ରୋଲ, ୨ଟି ଗ୍ୟାସ୍‌ ସିଲିଣ୍ଡର ମାଗଣା

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ‌ହୋଇଛି। ଶାସକ ବିଜେପି ଏବଂ ଏହାର ପ୍ରମୁଖ ବିରୋଧୀ ସମାଜବାଦୀ ପାର୍ଟି ନିର୍ବାଚନୀ ଇସ୍ତାହାର ଜାରି କରିବା ସହ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଶେଷ ହୋଇଛି। ଉତ୍ତରପ୍ରଦେଶର ୪୦୩ ଆସନରୁ ପ୍ରଥମ ପର୍ଯ୍ୟାୟରେ ୧୧ ଟି ଜିଲ୍ଲାର ୫୮ ଆସନରେ ୧୦ ତାରିଖରେ ଭୋଟ୍‌ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟରେ ଶାମ୍‌ଲି, ହାପୁର, ଗୌତମବୁଦ୍ଧ ନଗର, ମୁଜାଫରନଗର, ମିରଟ, ବାଗପତ, ଗାଜିଆବାଦ, ବୁଲନ୍ଦଶହ, ଆଲିଗଡ଼, ମଥୁରା ଏବଂ ଆଗ୍ରାରେ ଭୋଟ୍‌ ଗ୍ରହଣ ହେବ। ପଶ୍ଚିମ ଉତ୍ତରପ୍ରଦେଶର ଜାଟ୍‌ ଆଧିପତ୍ୟ ଥିବା ଅଞ୍ଚଳରେ ଭୋଟ୍‌ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟରେ ମୋଟ୍‌ ୬୨୩ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ଅଛନ୍ତି।

ବିଜେପିର ନିର୍ବାଚନ ଇସ୍ତାହାର ଜାରି କଲେ ଶାହ; ୟୁପିକୁ ଦେଶର ୧ ନମ୍ବର ଅର୍ଥ ବ୍ୟବସ୍ଥା କରିବାକୁ ସଂକଳ୍ପ
ନୂଆଦିଲ୍ଲୀ : ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ବିଜେପିର ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉତ୍ତରପ୍ରଦେଶ ବିଜେପି ସଭାପତି ସ୍ବତନ୍ତ୍ର ଦେବ ସିଂହଙ୍କ ଉପସ୍ଥିତିରେ ଶାହ ବିଜେପିର ‘ଲୋକ କଲ୍ୟାଣ ସଂକଳ୍ପ ପତ୍ର’ ଜାରି କରିଛନ୍ତି। ଶାହ କହିଛନ୍ତି, ଉତ୍ତରପ୍ରଦେଶକୁ ଦେଶର ୧ ନମ୍ବର ଅର୍ଥ ବ୍ୟବସ୍ଥାରେ ପରିଣତ କରିବାକୁ ବିଜେପି ସଂକଳ୍ପ ନେଇଛି। ଚାଷୀମାନଙ୍କୁ ମାଗଣା ବିଦ୍ୟୁତ ଏବଂ ପ୍ରତି ପରିବାରର ଜଣକୁ କର୍ମନିଯୁକ୍ତି ପାଇଁ ଏଥିରେ ପ୍ରତିଶ୍ରୁତି ‌ଦିଆଯାଇଛି। ଯେଉଁମାନେ ଲଭ୍‌ ଜିହାଦରେ ସମ୍ପୃକ୍ତ ସେମାନଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରାଯିବା ଏବଂ ୧ ଲକ୍ଷ ଜରିମାନାରେ ଦଣ୍ଡିତ କରାଯିବ ବୋଲି ଘୋଷଣାପତ୍ରରେ କୁହାଯାଇଛି।

ପ୍ରତି ମାସରେ ୧ ଲିଟର ପେଟ୍ରୋଲ, ୨ଟି ଗ୍ୟାସ୍‌ ସିଲିଣ୍ଡର ମାଗଣା
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଆଜି ଦଳର ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି। ‘ସମାଜବାଦୀ ବଚନ ପତ୍ର’ ଜାରି କରି ଅଖିଳେଶ କହିଛନ୍ତି, ସମାଜବାଦୀ ପାର୍ଟି ଯଦି କ୍ଷମତାକୁ ଆସେ ତେବେ ୧୫ ଦିନ ମଧ୍ୟରେ ରାଜ୍ୟରେ ସବୁ ଆଖୁ ଚାଷୀଙ୍କୁ କ୍ଷତିପୂରଣ ମିଳିବ। ଏକ ବିରଳ ଘୋଷଣା କରି ଅଖିଳେଶ କହିଛନ୍ତି, ରାଜ୍ୟ‌ରେ ବାଇକ୍‌ ଥିବା ଲୋକଙ୍କୁ ପ୍ରତି ମାସରେ ଗୋଟିଏ ଲିଟର ପେଟ୍ରୋଲ ମିଳିବ ଏବଂ ଅଟୋରିକ୍ସା ମାଲିକଙ୍କୁ ୬ ଲିଟର ପେ‌ଟ୍ରୋଲ ଏବଂ ୩ କିଲୋଗ୍ରାମ ସିଏନ୍‌ଜି ମାଗଣାରେ ମିଳିବ। ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଅଖିଳେଶ କହିଛନ୍ତି, ସମସ୍ତ କୃଷକ ଆସନ୍ତା ୨୦୨୫ ସୁଦ୍ଧା ଋଣମୁକ୍ତ ହେବେ। ୮୮ ପୃଷ୍ଠାର ଇସ୍ତାହାରରେ ସବୁ ଶସ୍ୟ ପାଇଁ ଏମ୍‌ଏସ୍‌ପି ପ୍ରତିଶ୍ରୁତି ଦିଆଯାଇଛି।

ସମ୍ବନ୍ଧିତ ଖବର