ସ୍ପ‌ଷ୍ଟ କଲା ରେଳବାଇ:ମୋଦୀଙ୍କ ଉପରେ ପ୍ରାମାଣିକ ଚଳଚିତ୍ର ପାଇଁ ଟ୍ରେନ୍‌ ବଗି ଜଳାଯାଇନି

ବଦୋଦରା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଏକ ପ୍ରାମାଣିକ ଚଳଚିତ୍ର ନିର୍ମାଣ ପାଇଁ ଏକ ଅବ୍ୟବହୃତ ଟ୍ରେନ୍‌ର ବଗି ଜାଳି ଦିଆଯାଇଥିବା ନେଇ ଯେଉଁ ଖବର ପ୍ରକାଶ ପାଇଥିଲା ତାହା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି ରେଳବାଇ କହିଛନ୍ତି। ଏଭଳି ଏକ ରିପୋର୍ଟକୁ ଆଜି ରେଳବାଇ ଏବଂ ଫିଲ୍ମ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ଖଣ୍ଡନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଏକ ପ୍ରାମାଣିକ ଚଳଚିତ୍ର ନିର୍ମାଣର ଅଂଶବିଶେଷ ଭାବେ ୨୦୦୨ ମସିହାର ସାବରମତି ଏକ୍ସପ୍ରେସ୍‌ ଟ୍ରେନ୍ ପୋଡ଼ି ଘଟଣାର ବର୍ଣ୍ଣନା ପାଇଁ ଗତ ରବିବାର ଦିନ ବଦୋଦରାର ପ୍ରତାପନଗର ରେଳ ଷ୍ଟେସନ୍‌ରେ ଏକ ଅବ୍ୟବହୃତ ଟ୍ରେନ୍‌ରେ ନିଆଁ ଲଗାଇ ଦିଆଯାଇଥିଲା ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହି ଘଟଣାକୁ ମଧ୍ୟ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା କରାଯାଇଥିଲା। କିନ୍ତୁ ପରେ ରେଳବାଇ ପକ୍ଷରୁ ସ୍ପଷ୍ଟ କରାଯାଇ କୁହାଯାଇଛି ଯେ ପ୍ରାମାଣିକ ଚଳଚିତ୍ର ପାଇଁ କ‌ୌଣସି ଟ୍ରେନ୍‌ର ବଗି‌ରେ ନିଆଁ ଲଗାଯାଇନି। ଅନ୍ୟପକ୍ଷେ ଫିଲ୍ମ ନିର୍ମାଣକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ‌ଯେ ଏହା କେବଳ ପ୍ରଧାନମନ୍ତ୍ରୀଙ୍କ ଜୀବନୀ ଉପରେ ଏକ ପ୍ରାମା‌ଣିକ ଚଳଚିତ୍ର ନିର୍ମାଣ କରୁଛି ଏବଂ ତାହା କେବଳ ସୋସିଆଲ ମିଡିଆରେ ରିଲିଜ୍‌ ହେବ

ସମ୍ବନ୍ଧିତ ଖବର