ଗୋଟିଏ ସମୟରେ ଦେଶର ଦୁଇ ପଟେ ଦୁଇଟି ଲଘୁଚାପ

ଭୁବନେଶ୍ବର : ସମଗ୍ର ଦେଶରୁ ଧୀରେ ଧୀରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରୁଥିବା ସତ୍ତ୍ବେ ଦେଶରେ ଆଗାମୀ କିଛି ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାର କାରଣ ହେଉଛି ଦେଶର ଉଭୟ ପଟେ ଦୁଇଟି ଲଘୁଚାପ ସୃଷ୍ଟି ହୋଇଛି ।

ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ଆକଳନ ଅନୁସାରେ ଦେଶର ପୂର୍ବପଟେ ଥିବା ବଙ୍ଗୋପସାଗର ଓ ପଶ୍ଚିମପଟେ ଥିବା ଆରବ ସାଗରରେ ଗୋଟିଏ ସମୟରେ ଦୁଇଟି ଲଘୁଚାପ ସୃଷ୍ଟି ହୋଇଛି । ଏହି ଦୁଇଟି ଲଘୁଚାପ ପ୍ରଭାବରେ ଦେଶର ପୂର୍ବ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଭାଗରେ ଆଗାମୀ କିଛି ଦିନ ୪-୫ ଦିନ ପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି ।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼, ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆରବ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ମହାରାଷ୍ଟ୍ର, ଗୋଆ, ଗୁଜୁରାଟ, କେରଳ, ତେଲେଙ୍ଗାନା, କର୍ଣ୍ଣାଟକ ଆଦି ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି ।

ପରବର୍ତ୍ତି ସମୟରେ ଅର୍ଥାତ ୧୭-୧୮ ଅକ୍ଟୋବର ସୁଦ୍ଧା ଏସବୁ ଲଘୁଚାପ ପ୍ରଭାବରେ ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ ଓ ଦିଲ୍ଲୀରେ ବର୍ଷା ହେବାର ସମ୍ଭାବନା କହିଛି ।

ସମ୍ବନ୍ଧିତ ଖବର