ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ବାଲିପାଟଣା :ବାଲିପାଟଣା ଥାନା ନିଶ୍ଚିନ୍ତପୁର ଗ୍ରାମରେ ଗୁରୁବାର ପାଣିରେ ବୁଡ଼ିଯିବା ହେତୁ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ଅରୁଣ କୁମାର ରଥ ବୟସ ୪୨ବର୍ଷ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ,  ସ୍ବର୍ଗତ ପ୍ରହଲ୍ଲାଦ ରଥଙ୍କ ପୁଅ ଅରୁଣ କୁମାର ରଥ ଓରଫ ବାପି ( ୪୨ ) ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି | ଆଜି ସକାଳୁ ସେ ଶୌଚ ପାଇଁ ଯାଇଥିଲେ | ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ଖୋଜା ଖୋଜି କରିଥିଲେ | ଘର ସାମ୍ନା ପୋଖରୀ ରେ ଅରୁଣଙ୍କୁ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା | ପ୍ରଥମେ ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା | ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲକୁ ପଠା ଯାଇଥିଲା | ସେଠାରେ ଡାକ୍ତର ଅରୁଣଙ୍କୁ ମୃତ ଘୋଷଣା କରିଥିଲେ | କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଛେଦ ହେବ ବୋଲି ଜଣାପଡିଛି | ପାଣି ଭିତରେ ଅରୁଣଙ୍କୁ ବାତ ମାରିଥିବା ଶୁଣିବାକୁ ମିଳିଛି |

ସମ୍ବନ୍ଧିତ ଖବର