କାନରୁ ବୁଢ଼ିଆଣୀ ବାହାରିବା ପରେ ଡାକ୍ତରଙ୍କୁ ଧରି କାନ୍ଦିଲେ ମହିଳା

ନୂଆଦିଲ୍ଲୀ: ତାଇବ‌ାନର ଜଣେ ମହିଳାଙ୍କୁ କିଛି ଦିନ ହେବ ଅଦ୍ଭୁଦ ଶବ୍ଦ ଶୁଣିବାକୁ ମିଳୁଥିଲା। ଏଥିସହିତ ତାଙ୍କ କାନରେ ବି ଯନ୍ତ୍ରଣା ହେଉଥିଲା। ଏହି ଯନ୍ତ୍ରଣା କୋପରୁ ମହିଳାଙ୍କୁ ଜ୍ବର ବି ହୋଇଥିଲା। ଏହି ଯନ୍ତ୍ରଣା ସହ୍ୟ କରି ନପାରିବାରୁ ମହିଳା ଚିକିତ୍ସା ପାଇଁ ହସ୍ପିଟାଲ ଯାଇଥିଲେ। ଡାକ୍ତର ମହିଳାଙ୍କ କାନର ଏକ୍ସ-ରେ ବି କରିଥିଲେ। ଏହି ଏକ୍ସ-ରେ ରିପୋର୍ଟ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ମହିଳାଙ୍କ କାନ ଭିତରେ ବୁଢ଼ିଆଣୀ ଥିବା ଏକ୍ସ-ରେ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା।

ଡାକ୍ତର ତୁରନ୍ତ ମହିଳାଙ୍କ କାନ ଭିତରର ସ୍ଥିତି କ’ଣ ଅଛି, ତାହାର ଭିଡିଓ କରି ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ। ଡାକ୍ତର ଏକ ଟ୍ୟୁବ ସାହାଯ୍ୟ‌ରେ ମହିଳାଙ୍କ କାନଭିତରୁ ବୁଢ଼ିଆଣୀକୁ ବାହାର କରିଥିଲେ। ଏହାପରେ ଯାଇ ମହିଳାଙ୍କୁ ଆରାମ ମିଳିଥିଲା। ଏହି ଅରାମ ପରେ ଉକ୍ତ ମହିଳା ଜଣକ ଡାକ୍ତରଙ୍କୁ ଧରି କାନ୍ଧି ପକାଇଥିଲେ। କାରଣ ତାଙ୍କ କାନରେ ବୁଢ଼ିଆଣୀ ପଶିଯିବା ପରେ ସେ ଯନ୍ତ୍ରଣାରେ ୪ଦିନ ହେବ  ଛାଟୁପାଟୁ ହୋଇଥିଲେ। ଖାଇ ନଥିଲେ କି ଶୋଇ ନଥି‌ଲେ।

ଡାକ୍ତର ମହିଳାଙ୍କ କାନ ଭିତରେ ବୁଢ଼ିଆଣୀ ଥିବା ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

 

 

ସମ୍ବନ୍ଧିତ ଖବର