ଖରାରେ ନାରଙ୍ଗୀ ଫେସନ୍‌

ସମୟ ସହ ବଦଳେ ଫେସନର ସଂଜ୍ଞା। ଆଜି ଯାହା ଟପ୍‌ ଫେସନ୍‌ କାଲି ତାହା ପୁରୁଣାକାଳିଆ। ପୁଣି କାଲିର ପୁରୁଣା କଥା ଆଜିର ହିଟ୍‌ ଫେସନ୍‌। ଏହିଭଳି ଭାବେ ଫେସନ୍‌କୁ ନେଇ ଚାଲିଛି ପରୀକ୍ଷାନୀରିକ୍ଷା। ଏହି କ୍ରମରେ ଏବେ ଗ୍ରୀଷ୍ମ ଫେସନରେ ଯୋଡ଼ି ହୋଇଛି ନାରଙ୍ଗୀ ରଙ୍ଗ। ନାରଙ୍ଗୀ ରଙ୍ଗ ସୂର୍ଯ୍ୟ ବା ଅଗ୍ନିର ପ୍ରତୀକ ହୋଇଥିବା ବେଳେ ଫେସନ ଡିଜାଇନର୍‌ମାନେ ଏହାକୁ ଏବେ ଗ୍ରୀଷ୍ମଦିନିଆ ଟ୍ରେଣ୍ଡ୍‌ରେ ସାମିଲ କରାଇଛନ୍ତି। ଖରାଦିନେ ସମସ୍ତେ ଧଳା ବା ହାଲ୍‌କା ରଙ୍ଗ ପିନ୍ଧିବାକୁ ପସନ୍ଦ କରୁଥିବା ବେଳେ ଏ‌େବ ନାରଙ୍ଗୀ ରଙ୍ଗ ନେଇ ଆସିଛି ଫେସନର ନୂଆ ପରିଭାଷା।
ଫେସନ କନ୍‌ସଲ୍‌ଟାଣ୍ଟ୍‌ ସ୍ବାଗତ ରଞ୍ଜନ କୁହନ୍ତି, ଖରାରେ ନାରଙ୍ଗୀ ରଙ୍ଗ ପିନ୍ଧ‌ିଲେ ଏହା ଏକ ଆକର୍ଷଣୀୟ ଲୁକ୍‌ ଦେବା ସହ ବ୍ୟକ୍ତିତ୍ବ ବଢ଼ାଇଥାଏ। ଖାଲି ନାରଙ୍ଗୀ ନୁହେଁ, ବରଂ ଜୋତା, ସ୍ପୋଟ୍‌ସ୍‌ ସୁ’, ହାଲ୍‌କା ନାରଙ୍ଗୀ ରଙ୍ଗର ହ୍ୟାଣ୍ଡ ବ୍ୟାଗ୍‌, ଲିପ୍‌ଷ୍ଟିକ୍‌ ଓ ନେଲ୍‌ପଲିସ୍‌ ବି ଚମତ୍କାର ଲୁକ୍‌ ଦିଏ। ପ୍ରେମିକ/ପ୍ରେମିକା ଡେଟ୍‌ରେ ଯାଉଥିବା ସମୟରେ ହାଲ୍‌କା ନାରଙ୍ଗୀ ରଙ୍ଗର ପୋଷାକ ଡେଟ୍‌କୁ ଅଧିକ ଖାସ୍‌ ବନେଇଦିଏ। ସେହିପରି ଖରାଦିନିଆ ବିବାହ ବା ପାର୍ଟିରେ ଫ୍ଲୋଇଂ ଅରେଞ୍ଜ ଲଙ୍ଗ୍‌ ଡ୍ରେସ୍‌, ଲେହେଙ୍ଗା ଓ ଶାଢ଼ି ଅନ୍ୟଠାରୁ ଭିନ୍ନ ଲୁକ୍‌ ଦିଏ। ଅଫିସ୍‌ ଲୁକ୍‌ ପାଇଁ କ୍ରିମ୍ ରଙ୍ଗର ଟପ୍‌ ସହ ହାଲ୍‌କା ନାରଙ୍ଗୀ ରଙ୍ଗର ପାଲାଜୋ ଭଲ ମାନେ ବୋଲି କହିଛନ୍ତି ସ୍ବାଗତ। ସ୍ମାର୍ଟ ଲୁକ୍‌ ପାଇଁ ଡେନିମ୍‌ ଜିନ୍ସ ସହ ନାରଙ୍ଗୀ ଷ୍ଟିଲେଟୋଜ୍‌ (ହାଇହିଲ୍‌ ସୁ’) ପିନ୍ଧାଯାଇପାରେ। ବାଦାମୀ ମିଶା ନାରଙ୍ଗୀ ରଙ୍ଗର ସର୍ଟସ୍‌ ସହ ବିଭିନ୍ନ ପ୍ରକାର ଧଳା ରଙ୍ଗର ଟପ୍‌ସ୍‌ କାଜୁଆଲ୍‌ ଲୁକ୍‌ ଦିଏ ବୋଲି ତାଙ୍କର ମତ।

ସମ୍ବନ୍ଧିତ ଖବର