ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କର ପ୍ରସିଦ୍ଧି ସୁଦୂରପ୍ରସାରୀ ହେବ। ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। କୌଣସି ପୁରୁଣା ଜିନିଷ ଆପଣଙ୍କ ହାତକୁ ଆସିବ, ଯାହା ଆପଣ ଖୁସି ଦେବ। ‌

ବୃଷ: ପାରିବାରିକ ସମସ୍ୟାର ସମାଧାନ କରିନେବେ। ବ୍ୟବସାୟ ଆଗକୁ ବଢ଼ାଇବାର ଯୋଜନା ଲାଭଦାୟକ ହେବ। ଚାକିରିଆଙ୍କର ଜୀବନରେ ଉନ୍ନତି ହେବ।

ମିଥୁନ: ବ୍ୟବସାୟରେ ବଡ଼ ସଫଳତା ପାଇବେ। ଭାଇ ଭଉଣୀଙ୍କ ସହିତ ସନ୍ଧ୍ୟା ସମୟ ବିତିବ। ନୂଆ କାମ ଆରମ୍ଭ କରିବା ଲାଗି ଭାବି ପାରନ୍ତି। ଆପଣଙ୍କର ମାନ ସମ୍ମାନ ବଢ଼ିବ।

କର୍କଟ: ପୂରା ଧ୍ୟାନ କାମକୁ ସଂପୂର୍ଣ୍ଣ କରିବାରେ ଲାଗି ରହିବ। ଘରର କୌଣସି ଜିନିଷ ମରାମତି କରିବେ। ମହିଳାମାନଙ୍କୁ ଆରାମ ମିଳିବ। ପିଲାମାନେ ଖେଳକୁଦରେ ସମୟ କାଟିବେ।

ସିଂହ: ନୂଆ ବନ୍ଧୁତା ଗଢ଼ିବା ପୂର୍ବରୁ ସଂପୃକ୍ତ ବ୍ୟକ୍ତିଙ୍କ ବିଷୟରେ ଜାଣି ନିଅନ୍ତୁ। ବାପା ଆପଣଙ୍କ ବ୍ୟବସାୟରେ ସହଯୋଗ କରିବେ। ନବ ବିବାହିତ ଦମ୍ପତି ବାହାରକୁ ବୁଲି ଯିବେ।

କନ୍ୟା: ଛୋଟମୋଟ କାମରେ ସକାରାତ୍ମକ ଫଳ ପାଇବେ। ଅଫିସ କାମ ପୂରା ମନ ଲଗାଇ କରନ୍ତୁ। ଜମି ବ୍ୟବସାୟୀଙ୍କ କାମ ସୁରୁଖୁରରେ ହେବ। ଲେଖାପଢ଼ାରେ ମନ ଲାଗିବ।

ତୁଳା: ପୁରୁଣା କାର୍ଯ୍ୟ ପାଇଁ ପ୍ରଶଂସା ପାଇବେ। ଯୁବକଙ୍କୁ ଭଲ ଚାକିରି ମିଳିବାର ସମ୍ଭାବନା ଅଛି। ପିଲାମାନଙ୍କୁ କ୍ୟାରିୟର ବିଷୟରେ ଖୁସି ଖବର ମିଳିବ। ଦାମ୍ପତ୍ୟ ଜୀବନ ଭଲ ରହିବ।

ବିଛା: କ୍ୟାରିୟରରେ ଉନ୍ନତି କରିବାର ଚେଷ୍ଟାର ଭଲ ପରିଣାମ ପାଇବେ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟ ଭଲ ରହିବ।

ଧନୁ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ପାରିବାରିକ ମାମଲା ନେଇ ଭଲଭାବେ ଚିନ୍ତା କରନ୍ତୁ। ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ବରିଷ୍ଠଙ୍କର ସହଯୋଗ ମିଳିବ। ସାମାଜିକ ପ୍ରସିଦ୍ଧି ବଢ଼ିବ।


ମକର: ଆପଣଙ୍କ କାମ ଦେଖି ଉପରିସ୍ଥ କର୍ମଚାରୀ ଖୁସି ହେବେ। ପିଲାମାନେ ଆପଣଙ୍କ ସହିତ ଖେଳିବା ପାଇଁ ଜିଦ୍ କରିବେ। ପିତାଙ୍କ ଦାୟିତ୍ବକୁ ସୁଚାରୁରୂପେ ତୁଲାଇବେ। ‌

କୁମ୍ଭ: ପରିବାରରେ ଆପଣଙ୍କ ଭୂମିକା ପରିବର୍ତ୍ତନ ହୋଇପାରେ। ଆପଣଙ୍କ ବ୍ୟବସାୟ ଅଗ୍ରସର ହେବ। ଆୟ ବୃଦ୍ଧି କରିବାର ଅବସର ପାଇବେ। ପ୍ରେମରେ ସଫଳତା ମିଳିବ।

ମୀନ: ଅଫିସରେ କାର୍ଯ୍ୟଭାର ବଢ଼ିପାରେ। ପାରିବାରିକ ଜୀବନ ସୁଖକର ହେବ। ଜୀବନସାଥୀ ଠାରୁ ଉପହାର ମିଳିବ। ଛାତ୍ରଛାତ୍ରୀଙ୍କୁ କୌଣସି କାମରେ ଭଲ ପରିଣାମ ମିଳିବ।

ସମ୍ବନ୍ଧିତ ଖବର