ୱାର୍ଡ-୩୮ରେ ବିଜେଡିର ପଦଯାତ୍ରା

ଭୁବନେଶ୍ବର: ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀ ପକ୍ଷରୁ ଆଜି ଅପରାହ୍ନରେ ୱା‌ର୍ଡ-୩୮ରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏହି ପଦଯାତ୍ରା ପାସପୋର୍ଟ ଅଫିସ ନିକଟ ସାଇ ମନ୍ଦିରରୁ ବାହାରି ବାଲିତୋଟା ସାହି, ମୁଣ୍ଡା ବସ୍ତି, ବ୍ରିଟ୍‌ କଲୋନି, ନୂ୍ଆପଲ୍ଲୀ ଗାଁ ଦେଇ ୱାର୍ଡ-୩୮ସ୍ଥିତ ବିଜେଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା।

ଏଥିରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ। ଏହାସହ ସ୍ଥାନୀୟ ବାସିନ୍ଦାଙ୍କ ବିଭିନ୍ନ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେଇଥିଲେ। ଏହି ପଦଯାତ୍ରାରେ ବିଏମ୍‌ସି ମେୟର ସୁଲୋଚନା ଦାସ, ୱାର୍ଡ-୩୮ କର୍ପୋରେଟର ପଦ୍ମଜା ପ୍ରିୟଦର୍ଶନୀ ଜେନା, ସ୍ବେଚ୍ଛାସେବୀ ମୀରା ପରିଡ଼ାଙ୍କ ସମେତ ରାଜଧାନୀର ବିଭିନ୍ନ ୱାର୍ଡର କର୍ପୋରେଟର, ବିଜେଡି କର୍ମୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର