ଦେବେନ୍ଦ୍ର ସାହୁ ଡମଣା ହାଟ ସଭାପତି

ଚନ୍ଦ୍ରଶେଖରପୁର: ଶ୍ରୀ ଶ୍ରୀ ଗୋପିନାଥଜୀଉ ଆରଏମ୍‌ସି ଡମଣା ହାଟ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି। ସଭାପତି ପଦବି ଲାଗି ଅନୁଷ୍ଠିତ ନିର୍ବାଚନରେ ଦେବେନ୍ଦ୍ର ସାହୁ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ୨୧୧ ‌ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। ମୋଟ ୪୯୩ ଖଣ୍ଡ ଭୋଟ୍‌ ପୁଲିଂ ହୋଇଥିବା ବେଳେ ସେଥିରୁ ଦେବେନ୍ଦ୍ରଙ୍କୁ ୩୫୨ ଖଣ୍ଡ ଭୋଟ୍‌ ମିଳିଥିଲା।

ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବୁଲେଇ ସାହୁ ୧୪୧ ଖଣ୍ଡ ଭୋଟ୍‌ ପାଇଥିଲେ। ପରବର୍ତୀ ସମୟରେ ଅନ୍ୟାନ୍ୟ ପଦବି ଲାଗି ନିର୍ବାଚନ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର