‘୭୫ତମ ଚାଟାର୍ଡ ଆକାଉଣ୍ଟାଣ୍ଟସ ଡେ’ରେ ରକ୍ତଦାନ ଶିବିର: ଆଇସିଏଆଇ, ଭୁବନେଶ୍ବର ଶାଖାରୁ ୫୫ ୟୁନିଟ୍ ରକ୍ତ ସଂଗୃହୀତ

ଭୁବନେଶ୍ବର: ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଚାଟାର୍ଡ ଆକାଉଣ୍ଟାଣ୍ଟସ୍‌ ଅଫ୍‌ ଇଣ୍ଡିଆର ୭୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭୁବନେଶ୍ବର ଶାଖା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ନୂଆପଲ୍ଲୀସ୍ଥିତ ଆଇସିଏଆଇ ଭବନଠାରେ ଆୟୋଜିତ ହୋଇଯାଇଛି। ‘ସମ୍ବାଦ-ଆମ ଓଡ଼ିଶା’ ଓ ରୋଟାରି କ୍ଲବ୍‌ର ସହଯୋଗରେ ଆୟୋଜିତ ଏହି ଶିବିରରୁ ୫୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ଭୁବନେଶ୍ବର ଶାଖାର ପ୍ରଥମ ଚେୟାରମ୍ୟାନ୍‌ ପି. ବେଣୁଗୋପାଲ ରାଓ, କେନ୍ଦ୍ରୀୟ ପରିଷଦ ସଦସ୍ୟ ତଥା ପୂର୍ବତନ ଚେୟାରମ୍ୟାନ୍‌ ଶରତ ଚନ୍ଦ୍ର ଭଦ୍ର, ଚେୟାରମ୍ୟାନ୍‌ ପ୍ରଦୀପ କୁମାର ସାହୁ, ଭାଇସ୍‌ ଚେୟାରମ୍ୟାନ ଓ ଷ୍ଟୁଡେଣ୍ଟସ ଆସୋସିଏସନ୍ ଚେୟାରମ୍ୟାନ ଗଗନବିହାରୀ ଦାସ, ସଂପାଦକ ମହେନ୍ଦ୍ର କୁମାର ସାହୁ, ଟ୍ରେଜରର୍‌ ଶାଶ୍ବତ ତ୍ରିପାଠୀ, ମ୍ୟାନେଜିଂ କମିଟି ସଦସ୍ୟ ତଥା ପୂର୍ବତନ ଚେୟାରମ୍ୟାନ ରଂଜନ କୁମାର ପୃଷ୍ଟି, ମ୍ୟାନେଜିଂ କମିଟି ସଦସ୍ୟ ଗୌତମ ଲେଙ୍କା ଓ ଜାହ୍ନବୀ ଦେସ ପ୍ରମୁଖ ଏହି ଶିବିରରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ନରେଶ ଚନ୍ଦ୍ର ବିଶ୍ବାଳ ଓ ସନ୍ଦୀପ ନାରାୟଣ ମିଶ୍ର ଶିବିର ପରିଚାଳନା କରିଥିଲେ।

ଅନୁଷ୍ଠାନର ପୂର୍ବତନ ସଦସ୍ୟ, ସମସ୍ତ ସହକର୍ମୀ ତଥା ଛାତ୍ରଛାତ୍ରୀମାନେ ଏହି ଶିବିର‌ରେ ଯୋଗଦେଇ ରକ୍ତଦାନ କରିଥିଲେ। ଭୁବନେଶ୍ବର ମ୍ୟୁନିସିପାଲିଟି ରକ୍ତଭଣ୍ଡାରର ସହକର୍ମୀମାନେ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର ରାଜ୍ୟ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର