ରୋଟାରି କ୍ଲବ୍ ଅଫ୍ ଏଲିଟ୍‌ର ଅଧିଷ୍ଠାନ ଦିବସ

ଭୁବନେଶ୍ବର: ରୋଟାରି କ୍ଲବ୍ ଅଫ୍ ଏଲିଟ୍‌ର ଅଧିଷ୍ଠାନ ଦିବସ ଅନୁଷ୍ଠିତ ହୋଇଯାଇଛି। କ୍ଲବ୍‌ର ବିଦାୟୀ ସଭାପତି ରୋଟାରିଆନ୍ ସୁଧାଂଶୁ ପ୍ରତାପଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନ୍ୟୁଜ୍-୧୮ ଓଡ଼ିଆ ଚାନେଲ୍‌ର ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ନରେନ୍ଦ୍ରନାଥ ଜେନା, ସମ୍ମାନିତ ଅତିଥି ଭାବେ ରୋଟାରି ଜିଲ୍ଲାର ନୂତନ ଗଭର୍ଣ୍ଣର ରୋଟାରିଆନ୍‌ ଯଜ୍ଞାଶିଷ ମହାପାତ୍ର, ରୋଟାରି ଜିଲ୍ଲାର ସହକାରୀ ଗଭର୍ଣ୍ଣର ପ୍ରଧ୍ୟାପକ ଶୁଭେନ୍ଦୁ ମହାନ୍ତି, ଜୋନାଲ୍ ଚେୟାର ରୋଟାରିଆନ୍ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ କ୍ଲବ୍‌ର ବିଭିନ୍ନ ଜନହିତକର କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରି ପ୍ରତ୍ୟେକ ରୋଟାରିଆନ୍ ନିସ୍ବାର୍ଥପର ସେବାରେ ନିଜକୁ ନିୟୋଜିତ କରିବାକୁ ଆହ୍ବାନ ଦେଇଥିଲା।

କ୍ଲବ୍‌ର ନୂତନ ସଭାପତି ଭାବେ ଚିତ୍ତରଞ୍ଜନ ମିଶ୍ର ଦାୟିତ୍ବ ଗ୍ରହଣ କରିଥିବା ବେଳେ ସଂପାଦିକା ଭାବେ ସସ୍ମିତା ଦାଶ ବିଦାୟୀ ସଂପାଦକ ସମୀରଣ ଦତ୍ତଙ୍କଠାରୁ ଦାୟିତ୍ବ ଗ୍ରହଣ କରିଥିଲେ। ଏଥିସହ ୪ଜଣ ନୂତନ ସଦସ୍ୟ ରୋଟାରିଆନ୍ ଭାବେ ଶପଥ ପାଠ କରିଥି‌ଲେ। ଏହି ଅବସରରେ କ୍ଲବ୍‌ର ମୁଖପତ୍ର ‘ଦି ଏଲିଏଟ୍‌’ ପୁସ୍ତକକୁ ଅତିଥିମାନେ ଲୋକାର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ରୋଟାରିଆନ୍ ବରଦା ପ୍ରସନ୍ନ ଆଚାର୍ଯ୍ୟ ସଂଯୋଜନା କରିଥିବା ବେଳେ ନିହାରେନ୍ଦୁ ଭୂୟାଁ ମହାପାତ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର