ଭୁବନେଶ୍ବର: ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର ଖୋର୍ଦ୍ଧା ନିକଟରେ ହେବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଗତ ମେ’ ମାସରୁ ଘୋଷଣା କଲେଣି। କିନ୍ତୁ ଆଜି ପର୍ଯ୍ୟନ୍ତ ଏନେଇ ରୂପରେଖ ପ୍ରସ୍ତୁତ ହୋଇପାରିଲାନି। କେନ୍ଦ୍ରୀୟ ଟିମ୍ର ସର୍ଭେ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିଲେ ହେଁ ଏପର୍ଯ୍ୟନ୍ତ କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ହେବ ସେନେଇ ମନ୍ତ୍ରଣାଳୟ ପକ୍ଷରୁ କିଛି କୁହାଯାଇନି। ଅପରପକ୍ଷେ ସୋମବାର ବେସାମରିକ ବିମାନ ଚଳାଚଳ ବିଭାଗ ସଚିବ ରାଜୀବ ନାରାୟଣ ଚୌବେ ଏନେଇ ମୁଖ୍ୟ ଶାସନ ସଚିବ, ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଖୋର୍ଦ୍ଧାସ୍ଥିତି ଟାଙ୍ଗିଆପଡ଼ାରେ ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର କରିବାକୁ ଆପାତତଃ ନିଷ୍ପତ୍ତି ନେଇଛନ୍ତି। ଟାଙ୍ଗିଆପଡ଼ା ଓ ମଲ୍ଲୀପୁର ପଞ୍ଚାୟତର ପ୍ରାୟ ୧୪୯୮.୮୩୨ ଏକର ଜମିରେ ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା କରିିବା ପାଇଁ ଜାଗା ଚିହ୍ନଟ କରାଯାଇଛି। ଏହି ଜମିରୁ ପ୍ରାୟ ୮୦ ଭାଗ ଅଞ୍ଚଳ ଟାଙ୍ଗିଆପଡ଼ା ପଞ୍ଚାୟତର ହୋଇଥିବା ବେଳେ ଅବଶିଷ୍ଟ ୨୦ଭାଗ ମଲ୍ଲୀପୁର ପଞ୍ଚାୟତର। ଟାଙ୍ଗିଆପଡ଼ା ପଞ୍ଚାୟତର ଅରାଙ୍ଗ ଓ ଟାଙ୍ଗିଆପଡ଼ା ଏବଂ ମଲ୍ଲୀପୁର ପଞ୍ଚାୟତର ନିଆଳ ଓ ମଲ୍ଲୀପୁର ରାଜସ୍ବ ଗ୍ରାମରେ ବିମାନବନ୍ଦର ପାଇଁ ଚିହ୍ନଟ କରାଯାଇଥିବା ୧୪୯୮.୮୩୨ ଏକର ଜମି ରହିଛି। ସେଥିମଧୢରୁ ଅଧିକା˚ଶ ସରକାରୀ, ଗୋଚର, ଅନାବାଦୀ ରହିଥିବା ବେଳେ ଅଳ୍ପ କିଛି ଚାଷ ଜମି ରହିଛି। ସେହିପରି ୧୦୮.୭୪୮ ଏକର ଜମି ଜଙ୍ଗଲ କିସମର ବୋଲି ଜଣାପଡ଼ିଛି। ଏହିି ଜଙ୍ଗଲ କିସମ ଜମିର କେତେକ ସ୍ଥାନରେ କାଜୁ ନିଗମ ପକ୍ଷରୁ କାଜୁ ଜଙ୍ଗଲ କରାଯାଇଛି। ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ନିର୍ଧାରିତ ସ୍ଥାନରେ ବିମାନବନ୍ଦର ପ୍ରତିଷ୍ଠା କରାଗଲେ ପ୍ରାୟ ସେହି ଚାରିଟି ଗ୍ରାମର ୪,୧୦୬ ଜଣ ଲୋକ ପ୍ରଭାବିତ ହେବେ ବୋଲି କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସୁପାରିସ କ୍ରମେ ରାଜ୍ୟ ସରକାର ମଳିପଡ଼ା, ଟାଙ୍ଗିଆପଡ଼ା, ଜଙ୍କିଆ ଏବ˚ ବରସାହିର ପ୍ରସ୍ତାବ ଦେଇଥିଲେ।
ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଆଜି ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ, ଟାଙ୍ଗିଆପଡ଼ା ଉପରେ ବାଜିପାରେ ମୋହର
/sambad/media/post_attachments/wp-content/uploads/2018/11/3oriAirport3.jpg)