ଗଣତନ୍ତ୍ର ଦିବସ: ବାଦ୍ୟର ତାଳେତାଳେ ପରେଡ୍‌ କଲେ, ଦେଶଭକ୍ତି ମୂଳକ ସ୍ଲୋଗାନ ଦେଲେ କୁନିକୁନି ପିଲା

ବ୍ରାଇଟ୍‌ ଏଞ୍ଜେଲ୍‌ ପାରାଡାଇଜ୍‌ ସ୍କୁଲରେ ଗଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ବର: ସମଗ୍ର ଭାରତବର୍ଷର ପଲ୍ଲୀ ଠାରୁ ଆରମ୍ଭ କରି ନୂଆଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସାହର ସହିତ ଶୁକ୍ରବାର ୭୫ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି କ୍ରମରେ ରାଜଧାନୀ ଭୁବନେଶ୍ବର ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ସ୍ଥାନୀୟ ଚକେଇସିହାଣୀ ଗଣେଶବିହାରସ୍ଥିତ ବ୍ରାଇଟ୍‌ ଏଞ୍ଜେଲ୍‌ ପାରାଡାଇଜ୍‌ ସ୍କୁଲରେ ମଧ୍ୟ ଗଣତନ୍ତ୍ର ଦିବସ ପାଳନ କରାଯାଇଛି। ବିଦ୍ୟାଳୟର ନିର୍ଦ୍ଦେଶକ ଲକ୍ଷ୍ମୀ ନାରାୟଣ ପାଠୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଗଣତନ୍ତ୍ର ଦିବସ ଅବସରରେରେ କୁନିକୁନି ପିଲାମାନେ ଦେଶଭକ୍ତି ମନୋଭାବ ନେଇ ପୋଷାକ ପରିଧାନ କରିଥିଲେ। ଜାତୀୟ ପତାକା ଉତ୍ତୋଳନ ପରେ ପିଲାମାନେ ଦେଶାତ୍ମବୋଧକ ସ୍ଲୋଗାନ୍‌ ଦେଇଥିଲେ। ଡ୍ରମ୍‌ର ତାଳେତାଳେ ପରେଡ କରିଥିଲେ। ସେହିପରି ଦେଶଭକ୍ତି ମୂଳକ ସଂଗୀତର ତାଳେ ତାଳେ ନୃତ୍ୟ କରିଥିଲେ। କାର୍ଯ୍ୟକ୍ରମରେ ପ୍ଲେ, ନର୍ସରି, ଏଲ୍‌କେଜି ଓ ୟୁକେଜି ଗ୍ରୁପର ଶିଶୁମାନଙ୍କ ସମେତ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟ ପକ୍ଷରୁ ପିଲାମାନଙ୍କୁ ଚକୋଲେଟ ଓ ମିଠେଇ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀ ପାଠୀ ଓ ଅଧ୍ୟକ୍ଷା ସୀମା ଶତପଥୀଙ୍କ ପ୍ରତକ୍ଷ୍ୟ ତତ୍ତ୍ବାବଧାନରେ ଶିକ୍ଷୟିତ୍ରୀ ମାମୁନୀ ପ୍ରଧାନ, ଅମ୍ବିକା ସ୍ବାଇଁ, ସୁପ୍ରିୟା ଦାଶ, ରଶ୍ମୀରେଖା ତ୍ରିପାଠୀ ଓ ଅଞ୍ଜଳି ବିଶ୍ବାଳ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର