ୟୁନିଟ-୮ ଡିଏଭି ପବ୍ଲିକ ସ୍କୁଲରେ ବାର୍ଷିକ ପ୍ରଦର୍ଶନୀ

ଭୁବନେଶ୍ୱର: ୟୁନିଟ-୮ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବାର୍ଷିକ ପ୍ରଦର୍ଶନୀ ଇନ୍‌ଭିଗୋରେଟିଂଔରା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷୟିତ୍ରୀ ରତ୍ନପ୍ରଭା ବାରିକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରଦର୍ଶନୀକୁ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ମଦନମୋହନ ପଣ୍ଡା ଉଦ୍‌ଘାଟନ କରିଥିଲେ। ଏଥିରେ ଗଣିତ, ସାହିତ୍ୟ, ସଙ୍ଗୀତ ଓ କ୍ରୀଡ଼ା ଆଦି ବିଷୟର କୌଶଳପ୍ରଦ ଶିକ୍ଷା କିପରି ଭାବେ ପ୍ରେରଣାଦାୟକ ହୋଇପାରିଛି ତାହା ପିଲାମାନେ ନାଚଗୀତ ଓ ପ୍ରକଳ୍ପ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ଭାଗ୍ୟବତୀ ନାୟକ, ସଂଯୋଜିକା ମମତା ବାନାର୍ଜୀ, ଶିକ୍ଷକଶିକ୍ଷୟିତ୍ରୀ ଓ ଅଭିଭାବକମାନେ ପିଲାମାନଙ୍କର ପତିଭା ଓ ପରିକଳ୍ପନାକୁ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର