ରମାଦେବୀ ଜୀବବିଜ୍ଞାନ ଲାବୋରେଟାରିରେ ନାଗ

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଜୁଲୋଜି ତଥା ଜୀବବିଜ୍ଞାନ ଲାବୋରେଟାରିରୁ ଏକ ଅଢ଼େଇ ଫୁଟ ଲମ୍ବର ନାଗ ସାପ ଉଦ୍ଧାର କରାଯାଇଛି। ଲାବୋରେଟୋରି ମଧ୍ୟରେ ଥିବା ଷ୍ଟୋର୍‌ ରୁମ୍‌ରେ ଜଣେ କର୍ମଚାରୀ ସାପକୁ ଦେଖି ମଧ୍ୟାହ୍ନ ସାଢ଼େ ୧ଟାରେ ସ୍ନେକ୍‌ ହେଲ୍‌ପ ଲାଇନ୍‌ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଯୋଗାଯୋଗ କରିଥିଲେ। ସାପ ଥିବାରୁ ପିଲାମାନଙ୍କୁ ବାହାରକୁ କଢ଼ା ଯାଇଥିଲା। ମଧ୍ୟାହ୍‌ଣ ୧ଟା ୫୫ରେ ଶ୍ରୀ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ଏନେଇ କିଛି ସମୟ ପାଇଁ ଛାତ୍ରୀମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା। ସାପକୁ ଉଦ୍ଧାର କରାଯିବା ପରେ ଛାତ୍ରୀମାନେ ଲାବୋରେଟୋରିକୁ ପ୍ରବେଶ କରିଥିଲେ। ସାପକୁ କଲେଜ୍‌ ପରିସରରୁ ନେଇ ପ୍ରାକୃତିକ ଆବାସସ୍ଥଳୀରେ ଛଡ଼ା ଯାଇଥିଲା। ତେବେ ଖାଲି ଏବେ ନୁହେଁ ବରଂ ପୂର୍ବରୁ ରମାଦେବୀ ବିଶ୍ୱବିଦ୍ୟାଳୟ ପରିସରରୁ ଅନେକ ଥର ସାପ ଉଦ୍ଧାର କରାଯାଇଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

ସମ୍ବନ୍ଧିତ ଖବର