ଚେନ୍ନାଇ:ତାମିଲ ସିନେମାର ଦୁଇ ମେଗାଷ୍ଟାର ଏବେ ରାଜନୀତି ମଇଦାନରେ। ଏ ଦୁହେଁ ହେଲେ କମଲ ହାସନ୍‌ ଏବଂ ରଜନୀକାନ୍ତ। ନିକଟରେ ଇଣ୍ଡିଆ ଟୁଡ଼େ ପଲ୍‌ଟିକାଲ ଷ୍ଟକ୍‌ ଏକ୍ସଚେଞ୍ଜ୍‌ (ପିଏସ୍‌ଇ) ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାଯାଇଛି ଯେ  ରଜନୀକାନ୍ତଙ୍କ ଅପେକ୍ଷା କମଲ ହାସନ୍‌ ଜଣେ ବଡ ରାଜନୈତିକ ତାରକା।

Advertisment

ଏହି ସର୍ଭେ ଅନୁଯାୟୀ ତାମିଲନାଡୁର ୮ ପ୍ରତିଶତ ଜନତା ମୁଖ୍ୟମନ୍ତ୍ରୀଭାବେ କମଲ ହାସନଙ୍କୁ ଦେଖିବାକୁ ଚାହାଁନ୍ତି। ଅନ୍ୟପକ୍ଷରେ ମାତ୍ର ଛଅ ପ୍ରତିଶତ ଲୋକ ରଜନୀକାନ୍ତଙ୍କ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ଚାହାଁନ୍ତି। ଏଭଳି କୁହାଯିବା ପଛରେ ବି ନିର୍ଦ୍ଦିଷ୍ଟ କାରଣ ରହିଛି।

ପ୍ରଥମ କଥା ହେଲା ଅଭିନେତା ଭାବେ ରଜନୀକାନ୍ତଙ୍କର ଲୋକପ୍ରିୟତା କମଲ ହାସନଙ୍କଠାରୁ ଢ଼େର ଅଧିକ,ମାତ୍ର ରଜନୀକାନ୍ତଙ୍କ ରାଜନୈତିକ ବିଚାରଧାରା ଏଯାଏଁ ସ୍ପଷ୍ଟ ହୋଇନି। ସେ ଭାରତୀୟ ଜନତା ପାର୍ଟିର ଆଦର୍ଶରେ ଅନୁପ୍ରାଣୀତ ବୋଲି ଚର୍ଚ୍ଚା ହେଉଥିଲେ ବି ତାହା ସଠିକ୍‌ ଜଣାପଡିନାହିଁ। ଅପରପକ୍ଷରେ କମଲ ହାସନଙ୍କ ଫିଲ୍ମ କ୍ୟାରିଅର୍‌ ଏବେ ସେଭଳି ଶୀର୍ଷରେ ନାହିଁ। କିନ୍ତୁ ସେ ରାଜନୀତିରେ ପ୍ରବେଶ କରି ଯୁବବର୍ଗଙ୍କ ସହିତ ନିୟମିତ ଯୋଗାଯୋଗରେ ରହଛନ୍ତିି। କୁହାଯାଉଛି ଯେ କମଲ ହାସନ୍‌ ହେଉଛନ୍ତି ଜୟଲଳିତାଙ୍କ ପରେ ଏହି ସ୍ଥାନର ସଶକ୍ତ ଦାବିଦାର୍‌।

publive-image

ତେବେ ଏହି ସର୍ଭେରେ ତାମିଲନାଡୁର ମୁଖ୍ୟ ବିରୋଧୀ ଦଳ ଡିଏମ୍‌କେ ର ମୁଖ୍ୟ ଏମ୍‌.କେ ଷ୍ଟାଲିନ୍‌ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦ ଲାଗି ସବୁଠାରୁ ଅଧିକ ଲୋକଙ୍କ ପସନ୍ଦ ବୋଲି କୁହାଯାଇଛି। ତାଙ୍କ ତଳକୁ ଅଛନ୍ତି ଏଆଇଡିଏମ୍‌କେର ଏ.କେ.ପାଲାନିସ୍ୱାମୀ  ଦ୍ୱିତୀୟ ସ୍ଥାନରେ ଅଛନ୍ତି।