ଅଧରପଣା: ହାଣ୍ଡି ଭଙ୍ଗା ହୁଏ କାହା ପାଇଁ?

‘ସୁନାବେଶ’ ପରେ ଓ ‘ନୀଳାଦ୍ରିବିଜେ’ ପୂର୍ବରୁ ରଥଯାତ୍ରାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ‘ଅଧରପଣା’ । ଏଥିରେ ରଥରେ ବିଜେ କରିଥିବା ତିନି ମୁଖ୍ୟ ବିଗ୍ରହଙ୍କୁ, ସେମାନଙ୍କର ଅଧର ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ଡେଙ୍ଗା ପଣା ହାଣ୍ଡି ଭୋଗ ଲାଗେ । ପୂର୍ବେ ଶ୍ରୀଜଗନ୍ନାଥଙ୍କ ରଥର…
ଅଧିକ ଖବର ଦେଖନ୍ତୁ...

ସୁନାବେଶରେ ଝଟକିଲେ : ଦର୍ଶନ ପାଇଁ ବଡ଼ଦାଣ୍ଡ ଜନସମୁଦ୍ର, ୧୨ ଲକ୍ଷ ଭକ୍ତଙ୍କ ସମାଗମ

ପୁରୀ : ମଥାରେ ସୁନାର କିରୀଟ। କାନରେ ସୁନାର କୁଣ୍ଡଳ, ତଳଗି। କମରରେ ସୁନା କମରପଟି ସାଙ୍ଗକୁ ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ାମାଳି, ତାବିଜମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳଭୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ରସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼କୀ…
ଅଧିକ ଖବର ଦେଖନ୍ତୁ...

ତିନି ରଥରେ ଅଧରପଣା ଲାଗି ଆଜି

ପୁରୀ : ପରମ୍ପରା ଅନୁଯାୟୀ ଆସନ୍ତାକାଲି (ରବିବାର) ତ୍ରୟୋଦଶୀ ତିଥିରେ ରଥ ଉପରେ ତିନି ଠାକୁରଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ। ରାତି ୮ଟା ସୁଦ୍ଧା ତିନି ରଥ ବାଡ଼ରେ ଏହି ନୀତି ସଂପନ୍ନ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି। ଏଥି ପାଇଁ ଶ୍ରୀବିଗ୍ରହମାନଙ୍କ ଅଧର…
ଅଧିକ ଖବର ଦେଖନ୍ତୁ...

ପୁରୀ: ସରିଲା ସୁନାବେଶ, ଆରମ୍ଭ ହେଲା ବେଶ ଓଳାଗି

ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉ ମାନେ ଶନିବାର ଲକ୍ଷାଧିକ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି। ମହାପ୍ରଭୁଙ୍କ ଏହି ମନଲୋଭା ବେଶ ୪ଟାରୁ ଆରମ୍ଭ ହୋଇଥିଲା, ଯାହାକି ରାତି ୧୧ଟାରେ ଶେଷ ହୋଇଛି। ସୁନାବେଶ ପରେ ବେଶ ଓଗାଳି ଆରମ୍ଭ ହୋଇଯାଇଛି। ରଥ ଉପରେ ରବିବାର ଅଧରପଣା…
ଅଧିକ ଖବର ଦେଖନ୍ତୁ...

ସୁନାବେଶ: ରଥରେ ଥରେ, ରତ୍ନବେଦିରେ ପାଞ୍ଚଥର

ଶ୍ରୀଜଗନ୍ନାଥଙ୍କର ଅନେକ ବେଶ । କେତେକ ତାଙ୍କ ବେଶର ସଂଖ୍ୟା ୩୨ ବୋଲି କହୁଥିବା ବେଳେ ଏହା ପ୍ରକୃତରେ ୨୪ ବୋଲି ଜଣାଯାଏ । ଏଥିରୁ ପ୍ରତିବର୍ଷ ଶ୍ରୀମନ୍ଦିରରେ ୨୨ଟି ବେଶ ହେଉଥିବା ବେଳେ ଦୁଇଟି ବେଶ ବିଶେଷ ତିଥିରେ ଅନୁଷ୍ଠିତ ହୋଇଥାଏ । ଏହି ଦୁଇ ସ୍ୱତନ୍ତ୍ର ବେଶ ହେଉଛି- କାର୍ତ୍ତିକ ମାସର…
ଅଧିକ ଖବର ଦେଖନ୍ତୁ...

ରଥ ଉପରେ ମୋବାଇଲ୍‌, ଟାଣି ନେଲେ ଟାହିଆ

ପୁରୀ : ରଥଯାତ୍ରାରେ ରଥାଋଢ଼ ସେବାୟତଙ୍କ ବିଶୃଙ୍ଖଳା ସୀମା ଟପିଥିଲା। ଶ୍ରୀମନ୍ଦିର ପ୍ରଶାସନର ବ୍ୟବସ୍ଥାବଳୀକୁ ଖୋଲା ଉଲ୍ଲଙ୍ଘନ କରିଥିଲେ ଏମାନେ। ସେବାୟତଙ୍କ ସହ ଅନେକ ଅଣସ୍ବୀକୃତ ସେବାୟତ ବି ରଥରେ ଚଢ଼ି ବିଶୃଙ୍ଖଳାରେ ସାମିଲ୍ ହୋଇଥିଲେ। ତୁଳସୀ ମାଳ, ନଡ଼ିଆ, ସିରି କପଡ଼ା ରଥ ଉପରୁ…
ଅଧିକ ଖବର ଦେଖନ୍ତୁ...

ସୁନାବେଶ ଦେଖିବାକୁ ଆସିଥିଲେ, ହେଲେ…

ପୁରୀ : ହରିଶୟନ ଏକାଦଶୀ, ଅର୍ଥାତ ବାହୁଡାରେ ସୁନ‌ାବେଶ ଅନୁଷ୍ଠିତ ହେବ ବୋଲି କିଛି ପାଞ୍ଜିରେ ଉଲ୍ଲେଖ ହୋଇଥିବା କାରଣରୁ ଆଜି ସୁନାବେଶକୁ ନେଇ ବିଭ୍ରାନ୍ତି ଦେଖାଦେଇଛି। ଏହି ଦ୍ବନ୍ଦ୍ବ ଯୋଗୁ ଆଜି ସୁନାବେଶ ଦେଖିବାକୂ ପୁରୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଶ୍ରୀମନ୍ଦିର…
ଅଧିକ ଖବର ଦେଖନ୍ତୁ...

ବାହୁଡ଼ିଲେ ତିନି ଠାକୁର : ଶ୍ରୀନଅରରେ ଲକ୍ଷ୍ମୀ-ନାରାୟଣ ଭେଟ

ପୁରୀ : ରାଜନଅରଠାରେ ଆଜି ପବିତ୍ର ବାହୁଡ଼ା ଯାତ୍ରାରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ସମ୍ପନ୍ନ ହୋଇଛି। ନୀଳାଦ୍ରି ବିଜେ ପୂର୍ବରୁ ନିଜ ଅଧରଲାଗି ଆଜ୍ଞାମାଳ ଦେଇ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏ ନେଇ ଆଜି ରଥ ଉପରେ ସ୍ବତନ୍ତ୍ର ନୀତି…
ଅଧିକ ଖବର ଦେଖନ୍ତୁ...

ଶୋଇଲେ ମହାପ୍ରଭୁ

ପୁରୀ : ଆଜି ପବିତ୍ର ହରିଶୟନ ଏକାଦଶୀ। ଆଜିଠୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଶୟନ ନୀତି। ପରମ୍ପରା ଅନୁଯାୟୀ, ଆଜିଠାରୁ ମହାପ୍ରଭୁ ୪ ମାସ ପାଇଁ ଶୋଇ ରହିବେ। ଭାଦ୍ରବ ମାସରେ କଡ଼ ଲେଉଟେଇବେ। କାର୍ତ୍ତିକ ମାସ ଶୁକ୍ଲପକ୍ଷ ଏକାଦଶୀ ଦିନ ମହାପ୍ରଭୁ ନିଦରୁ ଉଠିବେ। ଏଥିପାଇଁ ରଥ ଉପରେ ସ୍ବତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ଲାଗି ହେଲା ପୋଡ଼ପିଠା, ସମର୍ପଣ ବେଳେ ଦୁଇପକ୍ଷ ମୁହାଁମୁହିଁ

ପୁରୀ : ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା’ଙ୍କ ହାତରୁ ମହାପ୍ରଭୁ ପୋଡ଼ପିଠା ଖାଇବା ପରମ୍ପରା କାହିଁ କେଉଁ ଯୁଗରୁ ଚଳିଆସିଛି। କିନ୍ତୁ ଯୁଗ ଯୁଗ ଧରି ଚାଲି ଆସିଥିବା ଏହି ପରମ୍ପରାରେ ଏବେ ବିବାଦ ସୃଷ୍ଟି ହୋଇଛି। ବଂଶାନୁକ୍ରମିକ ସେବା ଓ ମହାପ୍ରଭୁଙ୍କୁ ପୋଡ଼ପିଠା…
ଅଧିକ ଖବର ଦେଖନ୍ତୁ...