ନୂଆବର୍ଷର ନୂଆରଙ୍ଗ ‘ପିଚ୍‌ ଫଜ୍‌’

ବିଗତ ବର୍ଷଗୁଡ଼ିକ ପରି ଏଥର ମଧ୍ୟ ପାଣ୍ଟୋନ୍‌ କର୍ତ୍ତୃପକ୍ଷଙ୍କଦ୍ବାରା ଏକ ନୂଆରଙ୍ଗର ଚୟନ ହୋଇସାରିଛି। ଏହା ହେଉଛି ଗୋଲାପି ଓ କମଳା ମିଶା ରଙ୍ଗ ‘ପିଚ୍‌ ଫଜ୍‌’, ଯାହା ମଣିଷର ଅର୍ନ୍ତନିହିତ ଭାବନାକୁ ଅଧିକ ଉଦ୍ଦୀପ୍ତ କରି ଏକାଠି ରହିବାର ଇଚ୍ଛାକୁ ଜାଗରୁକ କରିବ ଅର୍ଥାତ୍‌ ଆମେ ‘ପିଚ୍ ଫଜ୍‌’କୁ ବନ୍ଧୁତାର ରଙ୍ଗ ବୋଲି କହିପାରିବା।

‘ପ୍ୟାଣ୍ଟୋନ୍ କଲର ଇନଷ୍ଟିଚ୍ୟୁଟ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଲିଟ୍ରିସ୍ ଇଜେମାନ୍ କୁହନ୍ତି ଏହା ଏକ ଆଧୁନିକ ବିଚାରଶୀଳ ମନୋଭାବର କୋମଳ ପରିପ୍ରକାଶ ଯାହା ମଣିଷର ସହଜାତ ପ୍ରବୃତ୍ତିକୁ ଅଧିକ ଯୁବସୁଲଭ ଓ ସମୟ ଉପଯୋଗୀ ଭାବିବାରେ ସେତୁ ପରି ହେବ। ଆଶା କରିବା ଏ ବର୍ଷ ଫ୍ୟାସନ୍‌ପ୍ରିୟମାନଙ୍କର ପ୍ରିୟରଙ୍ଗ ପିଚ୍‌ ଫଜ୍‌ ହେବ।

ସମ୍ବନ୍ଧିତ ଖବର