ରାସ୍ତା ମଝିରେ ଯୋଗ କରିବା ମହଙ୍ଗା ପଡ଼ିଲା; କ୍ଷମା ମାଗିଲେ ମହିଳା

ନୂଆଦିଲ୍ଳୀ: ସୋସିଆଲ ମିଡିଆ ଯୁଗରେ ରିଲ୍ସ ବନାଇବା ଯେପରି ଏକ ଅତି ସାଧାରଣ କଥା ପାଲଟିଯାଇଛି। ରିଲ୍ସଗୁଡ଼ିକ ମନୋରଞ୍ଜନ ଉଦ୍ଦେଶ୍ୟରେ ବନାଗ‌ଲେ ବି ବେଳେ ବେଳେ ଏହା ଜନସାଧାରଣଙ୍କ ପାଇଁ ଅସୁବିଧାର କାରଣ ହୋଇଥାଏ।

ନିକଟ‌ରେ ସେପରି ଏକ ମାମଲା ଦେଖିବାକୁ ମିଳିଛି। ରାଜକୋଟର ଜଣେ ମହିଳା ରାସ୍ତା ମଝିରେ ଇନଷ୍ଟାଗ୍ରାମ ରିଲ୍ସ ବନାଉଥିବା ବେଳେ ଭିଡିଓଟିକୁ ଏକ୍ସରେ ସେୟାର କରିଛି ଗୁଜୁରାଟ ପୁଲିସ୍‌।

 

ମହିଳା ଜଣକ ରାସ୍ତା ମଝିରେ ଯୋଗ ପ୍ରଦର୍ଶନ କରି ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ବେଳେ ତାଙ୍କୁ କର୍ତ୍ତୃପକ୍ଷ ଧରିଥିଲେ ଏବଂ ତାଙ୍କ ବେପରୁଆ ଆଚରଣ ପାଇଁ ତାଙ୍କୁ କ୍ଷମା ମାଗିବାକୁ କୁହାଯାଇଥିଲା।

ଗୁଜୁରାଟ ପୁଲିସ ଦ୍ୱାରା ଏହି ସମୟର ଏକ ଭିଡିଓ ସେୟାର କରାଯାଇଛି। ବର୍ଷା ସତ୍ତ୍ୱେ ମହିଳା ଜଣକ ପ୍ରଥମେ ରାସ୍ତା ମଝିରେ ଯୋଗ କରୁଥିବାର ଦେଖାଯାଏ। ତାଙ୍କୁ ଦେଖି ସାମ୍ନ‌ା ପଟୁ ଆସୁଥିବା କିଛି କାର ତାଙ୍କ ପଛରେ ଅଟକିଥିବାର ଦେଖାଯାଇଥିଲା। ମହିଳା ଜଣକ ନିଜ କର୍ମ ପାଇଁ ପରବର୍ତ୍ତୀ ସମୟ‌ରେ କ୍ଷମା ମାଗିଥିବା ପୁଲିସ୍‌ ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳିଛି।

କ୍ୟାପସନରେ ଗୁଜରାଟ ପୁଲିସ ଲୋକଙ୍କୁ ଟ୍ରାଫିକ ନିୟମ ପାଳନ କରିବାକୁ କହିଛି ଏବଂ ସର୍ବସାଧାରଣ ସ୍ଥାନଗୁଡିକର ଅପବ୍ୟବହାର ନକରିବାକୁ ଚେତାବନୀ ଦେଇଛି। ଇଣ୍ଟରନେଟ୍ ବ୍ୟବହାରକାରୀମାନେ ଗୁଜୁରାଟ ପୁଲିସର କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ୍‌କୁ ପ୍ରଶଂସା କରିଛନ୍ତି ଏବଂ ଯେଉଁମାନେ ନିଜ ଜୀବନକୁ ବିପଦରେ ପକାଇ ଏପରି କାମ କରୁଛନ୍ତି ସେମାନଙ୍କୁ କଠୋର ଦଣ୍ଡ ଦେବାକୁ ମଧ୍ୟ କେହି କେହି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର