କୋଚ୍ ରିଫ୍ରେସର କୋର୍ସ ଉଦ୍‌ଯାପିତ

କଟକ : ବାରବାଟୀ ଷ୍ଟାଡିୟମଠା‌ରେ ଚାଲିଥିବା ଦୁଇ ଦିନିଆ କୋଚ୍ ରିଫ୍ରେସର କୋର୍ସ ଉଦ୍‌ଯାପିତ ‌ହୋଇଯାଇଛି। ଏହି ଶିବିର‌ରେ ୪୮ ଜଣ କୋଚ୍ ଯୋଗଦେଇଥିଲେ। ଓଡ଼ିଶା କ୍ରିକେଟ ଏକାଡେମିର ବୈଷୟିକ ନିର୍ଦ୍ଦେଶକ ଭି. ଭେଙ୍କଟରାମ, ଓସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବ୍ରତ କୁମାର ବେହେରା ପ୍ରମୁଖ ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଓସିଏର ଭିଜନ-୨୦୨୪ ସଂପର୍କରେ ମତବ୍ୟକ୍ତ କରିଥିଲେ। କୋଚ୍‌ମାନଙ୍କ ପ୍ରଶିକ୍ଷଣର ଆବଶ୍ୟକତା ସଂପର୍କରେ ଭେଙ୍କଟରାମ କହିଥିଲେ। ଓଡ଼ିଶା କ୍ରିକେଟ ଆଗକୁ ବଢିବା ପାଇଁ ଓସିଏ ତା’ର ପ୍ରୟାସ ଜାରି ରଖିଛି। ତେବେ ଖେଳ ଭଳି ଶୃଙ୍ଖଳାକୁ ଗୁରୁତ୍ବ ଦେବାକୁ ଭେଙ୍କଟରାମ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର