ସିପକଟାକ୍ର ଖେଳାଳି ମୁନାଙ୍କ ପରଲୋକ

କଟକ: ସିପକ୍‌ଟାକ୍ର ଖେଳାଳି ତଥା ରାଜ୍ୟ ଫୁଟ୍‌ବଲ୍‌ ସ˚ଘ (ଫାଓ)ର କର୍ମଚାରୀ ମୁନା ବାରିକଙ୍କ ପରଲୋକ ଘଟିଛି। ଗତ ୨୦ ତାରିଖରେ କଟକ ରେଳଷ୍ଟେସନ୍‌ରେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ଏସ୍‌ସିବି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତେବେ ସୋମବାର ସକାଳେ ତାଙ୍କର ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୩୨ ବର୍ଷ ବୟସ ହୋଇଥିଲା। ମୁନା ପୂର୍ବରୁ ସିପକ୍‌ଟାକ୍ରରେ ଓଡ଼ିଶାକୁ ପ୍ରତିନିଧିତ୍ବ କରିଥିଲେ। ଫାଓରେ ଜଣେ କର୍ମଚାରୀ ଭାବେ ସେ ନିଯୁକ୍ତି ପାଇଥିବା ବେଳେ ଓଡ଼ିଶା ଫୁଟ୍‌ବଲ୍‌ ଦଳର ପରିଚାଳନା ଦାୟିତ୍ବ ତାଙ୍କ ଉପରେ ନ୍ୟସ୍ତ ଥିଲା। ଫୁଟ୍‌ବଲ୍‌ ପ୍ରତି ତାଙ୍କ ଅବଦାନକୁ ଫାଓ ସହିତ ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସ˚ଘ ମଧ୍ୟ ପ୍ରଶ˚ସା କରିଥିଲା। ଗତ ୨୦ ତାରିଖରେ ଝିଅ ଏକୋଇଶା ପାଇଁ ଘରକୁ ଯାଉଥିବା ବେଳେ ଟ୍ରେନ୍‌ରୁ ତରବରିଆ ଭାବେ ଓହ୍ଲାଉଥିବା ବେଳେ ତାଙ୍କ ଉପରେ ଟ୍ରେନ୍‌ ମାଡ଼ିଯାଇଥିଲା। ଫଳରେ ଜଙ୍ଘ ପାଖରୁ ଦୁଇ ଖଣ୍ତ ହୋଇଯାଇଥିଲେ ବି ୭ଦିନ ପର୍ଯ୍ୟନ୍ତ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। କିନ୍ତୁ ସୋମବାର ସକାଳୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କର ମର ଶରୀରକୁ ସୋମବାର ବାରବାଟୀ ଷ୍ଟାଡିୟମକୁ ଅଣାଯାଇଥିଲା ବେଳେ ଅନେକ କ୍ରୀଡ଼ାବିତ୍‌, କ୍ରୀଡ଼ା ସ˚ଗଠକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସତୀଚୌରା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ସମ୍ବନ୍ଧିତ ଖବର