ସିଏଏ ବିରୋଧୀ ଆନ୍ଦୋଳନ ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନ ଯୋଗୁଁ ହୋଇଥିବା ମୃତ୍ୟୁ ମାମଲାରେ ୟୁପି ସରକାରଙ୍କଠାରୁ ରିପୋର୍ଟ ମାଗିଲେ ହାଇକୋର୍ଟ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ସିଏଏ ବିରୋଧୀ ଆନ୍ଦୋଳନ ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନ ଯୋଗୁଁ ହୋଇଥିବା ମୃତ୍ୟୁ ମାମଲାରେ ଆଜି ଆହ୍ଲାବାଦ ହାଇକୋର୍ଟ ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି। ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ସହ ଅନ୍ୟ କିଛି କଂଗ୍ରେସ ନେତାମାନେ ରାଜ୍ୟରେ ପୁଲିସ ବର୍ବରତା ବିରୋଧରେ ଆଜି ଏନ୍‌ଏଚ୍‌ଆରସିରେ ଅଭିଯୋଗ କରିଛନ୍ତି। ଏନ୍‌ଏଚଆରସି ମଧ୍ୟ ଗତ ମାସରେ ୟୁପି ଡିଜିପି ଓପି ସିଂହଙ୍କୁ ଏନେଇ ଏକ ନୋଟିସ୍‌ କରିଥିଲେ। ଉଲ୍ଲେଖଯୋଗ୍ୟ ସିଏଏ ବିରୋଧୀ ଆନ୍ଦୋଳନ ସମୟରେ ଉତ୍ତରପ୍ରଦେଶରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ତେବେ ଏନେଇ ଆହ୍ଲାବାଦ ହାଇକୋର୍ଟରେ ୭ଟି ଆବେଦନ ହୋଇଥିବାବେଳେ ଏହି ଆବେଦନକୁ ଆଧାର କରି କୋର୍ଟ ରାଜ୍ୟ ସରକାରଙ୍କଠାରୁ ଏ ସଂକ୍ରାନ୍ତରେ ବିସ୍ତୃତ ରିପୋର୍ଟ ମାଗିଛନ୍ତି।

ସମ୍ବନ୍ଧିତ ଖବର