ଜୁଡୋକା ରାଜେଶଙ୍କୁ ସମ୍ବର୍ଧନା

ଭୁବନେଶ୍ବର: ଓଡ଼ିଶାର ଜୁଡୋ ଖେଳାଳି ରାଜେଶ କୁମାର ସାହୁଙ୍କୁ ବୁଧବାର ବିପୁଳ ସମ୍ବର୍ଧନା ଦିଆଯାଇଛି। ଏହି ଜୁଡୋକା ଚଳିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ରାଜ୍ୟ ପାଇଁ କାଂସ୍ୟ ପଦକ ଜିତି ଗୌରବ ଆଣିଥିଲେ। ଓଡ଼ିଶାରୁ ମୋଟ ୫ ଜୁଡୋକା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଭାଗ ନେଇଥିଲା ବେଳେ ସେମାନଙ୍କ ମଧ୍ୟରୁ ଏକା ରାଜେଶ ହିଁ ପଦକ ଜିତିଥିଲେ। ରାଜେଶ ୨୧ ବର୍ଷରୁ କମ୍‌ ପୁରୁଷ ୬୦ କେଜି ବର୍ଗରେ ମିଜୋରାମ ପ୍ରତିଦ୍ବନ୍ଦ୍ବୀଙ୍କୁ ପରାସ୍ତ କରି ପଦକ କରାୟତ କରିଥିଲେ। ବୁଧବାର ଓଡ଼ିଶା ଫେରିଥିବା ରାଜେଶଙ୍କୁ ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ରାଜ୍ୟ ଜୁଡୋ ସଂଘ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର