ଭାରତୀୟ ଦଳକୁ ଗୁରୁମନ୍ତ୍ର ଦେଇ ଏଭଳି କଥା କହିଛନ୍ତି ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ ଦଳର ନଜର ଚଳିତ ଥର ବିଶ୍ବକପ ଉପରେ ରହିଛି। ୨୦୨୩ ଦିନିକିଆ ବିଶ୍ୱକପ୍‌ ଭାରତରେ ଖେଳାଯିବାର ଅଛି। ଭାରତୀୟ ଦଳ ଚେଷ୍ଟା କରୁଛି କି ୧୦ ବର୍ଷ ପରେ ଆଇସିସି ଟ୍ରଫି କୁ କିପରି ନିଜ ନାମରେ କରିବ। ଏହାକୁ ନେଇ ପୂର୍ବତନ ଅଧିନାୟକ ଏବଂ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଦଳକୁ ସ୍ବତନ୍ତ୍ର ଗୁରୁମନ୍ତ୍ର ଦେଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସୌରଭ ଗାଙ୍ଗୁଲି ଦଳକୁ ସ୍ବତନ୍ତ୍ର ଗୁରୁମନ୍ତ୍ର ଦେଇ କହିଛନ୍ତି, ‘ଭାରତୀୟ ଦଳ କଦାପି ଦୁର୍ବଳ ହୋଇ ପାରିବ ନାହିଁ। କାରଣ ଆମ ପାଖରେ ଅନେକ ପ୍ରତିଭା ଅଛନ୍ତି। ଅଧାରୁ ଅଧିକ ଖେଳାଳିଙ୍କୁ ତ ଦଳରେ ଖେଳିବାର ସୁଯୋଗ ମିଳୁନାହିଁ। ମୁଁ ଚ‌ାହିଁବି କି ରାହୁଲ ଦ୍ରାବିଡ, ରୋହିତ ଶର୍ମା ଏବଂ ଚୟନକର୍ତ୍ତାମାନେ ବିଶ୍ୱକପ୍‌ ପର୍ଯ୍ୟନ୍ତ  ଦଳ ସହ ଖେଳିବା ଜାରି ରଖନ୍ତୁ। ଯାହାକି ଦଳ ପାଇଁ ଏକ ଶକ୍ତ ଅସ୍ତ୍ର ହୋଇପାରିବ।’

ଏତଦ ବ୍ୟତୀତ ସୌରଭ ଗାଙ୍ଗୁଲି କହିଛନ୍ତି, ‘ଭାରତୀୟ ଦଳ ଯେତେବେ‌ଳେ ବି ବିଶ୍ୱକପ୍‌କୁ ଯିବ,  ଦଳର ସଦସ୍ୟଙ୍କୁ ମନେ ରଖିବାକୁ ପଡ଼ିବ କି ସେ ସମୟରେ କୌଣସି ପ୍ରକାର ଚାପ ରଖିବା ଉଚିତ ନୁହେଁ। ଟ୍ରଫି ଜିତନ୍ତୁ  କି ହାରନ୍ତୁ, ଭୟଭୀତ ନ ହୋଇ କ୍ରିକେଟ ପଡ଼ିଆକୁ ଓହ୍ଲାଇବା ସହିତ କିଭଳି ଭାବେ ଜବରଦସ୍ତ ଖେଳ ଖେଳିବେ ତାହାକୁ ଭାରତୀୟ ଦଳ ମନେ ରଖିବା ଉଚିତ। ଯେଉଁ ଦଳ ପାଖରେ ଶୁଭମନ ଗିଲ, ରୋହିତ ଶର୍ମା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରିତ ବୁମ୍‌ରା, ମହମ୍ମଦ ଶାମି ଏବଂ ରବୀନ୍ଦ୍ର ଜାଡେଜା ଭଳି ଖେଳାଳି ଅଛନ୍ତି ସେ କେବେ ବି ଦୁର୍ବଳ ‌ହୋଇ ପାରିବ ନାହଁ।’

ଏହି କ୍ରମରେ ଦେଖିବାକୁ ଗଲେ ଭାରତୀୟ କ୍ରିକେଟ ଦଳ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ପ୍ରଥମେ ଶ୍ରୀଲଙ୍କା ଏବଂ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜରେ ଭାରତୀୟ ଦଳ ତାର କବ୍ଜା କରିଛି। ଅଧିନାୟକ ରୋହିତ ଶର୍ମା ନେତୃତ୍ୱରେ ଭାରତୀୟ ଦଳ କ୍ରମାଗତ ଭାବେ ଆଗକୁ ବଢ଼ୁଛି।

ଏମିତିରେ ନଜର ଯାଇ ଦିନିକିଆ ବିଶ୍ବକପ ଟ୍ରଫିରେ ଅଟକି ଯାଇଛି। ଦେଖିବାକୁ ଗଲେ  ଅସୁସ୍ଥ ହୋଇପଡ଼ିଥିବା ଜସପ୍ରିତ ବୁମରା, ରବୀନ୍ଦ୍ର ଜଡେଜା ଧୀରେଧୀରେ ସୁସ୍ଥ ହେଉଛନ୍ତି। ଏହାକୁ ଦେଖି ଅନୁମାନ କରାଯାଉଛି କି ବିଶ୍ବକପ ପର୍ଯ୍ୟନ୍ତ ଦୁହେଁ, ସୁସ୍ଥ ହୋଇଯାଇଥି‌ବେ। ସେହିପରି ଋଷଭ ପନ୍ତଙ୍କ ସ୍ବାସ୍ଥାବସ୍ଥାକୁ ନେଇ ଏଯାବତ କିଛି କୁହାଯାଇ ପାରୁ ନାହିଁ। କାରଣ କାର ଦୁର୍ଘଟଣାର ଶିକାର ହେବା ପରେ  ସେ କେତେ ଦିନ ପର୍ଯ୍ୟନ୍ତ  କ୍ରିକେଟରୁ ଦୂରେଇ ରହିବେ ତାହା ସ୍ପଷ୍ଟ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର