କୋଲକାତା: ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ ସମୟରେ ଚୁଇଙ୍ଗମ୍ ଚୋବାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ବର୍ଷା ଯୋଗୁଁ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଛି। ଅଟକି ଅଟକି ବର୍ଷା ହେଉଛି। ସେଥିପାଇଁ ମଧ୍ୟାହ୍ଣ ଭୋଜନ ପର୍ଯ୍ୟନ୍ତ ଟସ୍ ହୋଇ ପାରି ନଥିଲା। ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୧ଟାରେ ଶ୍ରୀଲଙ୍କା କ୍ରିକେଟ ଟିମ୍ର ଅଧିନାୟକ ଦିନେଶ ଚାଣ୍ଡିମଲ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫୁଟେଜରୁ ଜଣାପଡୁଛି ଯେ, କୋହଲି ଚୁଇଙ୍ଗମ ଖାଉଛନ୍ତି। ବ୍ୟାକଗ୍ରାଉଣ୍ଡରେ ଜାତୀୟ ସଙ୍ଗୀତ ବାଜୁଛି। ଜାତୀୟ ସଙ୍ଗୀତ ଗାନ ସମୟରେ ସାବଧାନ ମୁଦ୍ରାରେ ରହିବାର ନିୟମ ରହିଛି।
କିଛି ମାସ ତଳେ ଇଂଲଣ୍ଡରେ ଟି-୨୦ ଶୃଙ୍ଖଳା ପୂର୍ବରୁ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଅଫ୍ ସ୍ପିନର ପରଭେଜ ରସୁଲଙ୍କୁ ମଧ୍ୟ ଏମିତି କରୁଥିବା ଦେଖାଯାଇଥିଲା। ରସୁଲଙ୍କୁ ଜାତୀୟ ସଙ୍ଗୀତ ଗାନ ସମୟରେ ଏମିତି କରିଥିଲେ। ଫଳରେ ସୋସିଆଲ ମିଡିଆରେ ଖେଳ ପ୍ରେମୀମାନେ ବିଭିନ୍ନ ପ୍ରକାର ମତ ଦେଇଥିଲେ।
କୋଲକାତା ଟେଷ୍ଟ: ଭାତର ୩/୧୭
ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା କୋଲକାତାର ଐତିହାସିକ ଇଡେନ ଗାଡେନ୍ସ ଷ୍ଟାଡିୟମରେ ଗୁରୁବାର ଆରମ୍ଭ ହୋଇଛି। ଶ୍ରୀଲଙ୍କା ଟସ୍ ଜିଣି ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ କରିଥିଲା। ବର୍ଷାବାଧିତ ମ୍ୟାଚର ପ୍ରଥମ ଦିନ ଖେଳ ଶେଷ ବେଳକୁ ଭାରତ ୧୧.୫ଓଭରରେ ୩ଓ୍ଵିକେଟ ହରାଇ ୧୭ ରନ୍ ସଂଗ୍ରହ କରିଛି।
— cricket (@84107010ghwj) November 16, 2017
ଆଜିଙ୍କ୍ୟ ରାହାଣେ (୦) ଓ ଚେତେଶ୍ୱର ପୂଜାରା(୮) ରନ୍ ସଂଗ୍ରହ କରିବା ପରେ ବର୍ଷା ଯୋଗୁଁ ମ୍ୟାଚ ଅଟକି ଥିଲା। ଟିମ୍ ଇଣ୍ଡିଆର ପ୍ରଥମ ଓ୍ଵିକେଟ ପ୍ରଥମ ବଲରେ ହିଁ ଯାଇଥିଲା। ସୁରଙ୍ଗା ଲକମଲଙ୍କ ବଲ ବାହାରେ ଯାଉଥିବା ବଲକୁ ଲୋକେଶ ରାହୁଲ ଖେଳି ଓ୍ଵିକେଟକିପର ଡିକଭେଲାଙ୍କୁ କ୍ୟାଚ ଦେଇଥିଲେ। ନିୟମିତ ଭାବରେ ୫୦ରୁ ଅଧିକ ରନ ସଂଗ୍ରହ କରିଥିବା ରେକର୍ଡ ମଧ୍ୟ ହରାଇଛନ୍ତି। ରାହୁଲଙ୍କ ପରେ ଶିଖର ଧାଓ୍ଵନଙ୍କୁ ଲକମଳ ବୋଲ୍ଡ କରିଥିଲେ। ବାହାରକୁ ଯାଉଥିବା ବଲ କଭର ଡ୍ରାଇଭ କରି ବଲକୁ ଷ୍ଟମ୍ପ ଆଡ଼କୁ ଦେଇଥିଲେ। ଧଓ୍ଵନ ୮ରନ୍ ସଂଗ୍ରହ କରି ପାଭଲିୟନକୁ ଫେରିଥିଲେ। ସେହିଭଳି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କୌଣସି ରନ୍ ସଂଗ୍ରହ ନକରି ପାଭଲିୟନକୁ ଫେରିଛନ୍ତି। ୧୧ଟି ବଲ ଖେଲି ସୁରଙ୍ଗା ଲକମଲଙ୍କ ଦ୍ୱାରା ଏଲବିଡବ୍ଲୁ ହୋଇଛନ୍ତି।