‌ମହିଳା ହକି: ପୁଣି ଭାରତ-ଗ୍ରେଟ୍‌ ବ୍ରିଟେନ୍‌ ମ୍ୟାଚ୍‌ ଅମୀମାଂସିତ

ମାର୍ଲୋ (ଇଂଲଣ୍ଡ) ଭାରତ ଓ ଗ୍ରେଟ୍‌ ବ୍ରିଟେନ୍‌ ମଧ୍ୟରେ ଇଂଲଣ୍ଡରେ ଚାଲିଥିବା ୫ ଟିକିଆ ମହିଳା ହକି ଶୃଙ୍ଖଳାର ମଙ୍ଗଳବାର ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ ଗୋଲ୍‌ ଶୂନ୍ୟଭାବେ ଶେଷ ହୋଇଛି। ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ଭାରତ ୨-୧ରେ ଜିତିଥିଲା ବେଳେ ଦ୍ବିତୀୟ ମ୍ୟା‌ଚ୍‌ ୧-୧ରେ ଅମୀମାଂସିତ ରହିଥିଲା। ଫଳରେ ଭ୍ରମଣକାରୀ ଭାରତୀୟ ଦଳ ଏହି ଶୃଙ୍ଖଳା ୧-୦ରେ ଆଗୁଆ ରହିଛି। ଚତୁର୍ଥ ମ୍ୟାଚ୍‌ ବୁଧବାର ଖେଳାଯିବ।

ସମ୍ବନ୍ଧିତ ଖବର