ବିଜେଡି ସରକାର ଭୟଭୀତ, ଛାତ୍ରଛାତ୍ରୀଙ୍କୁ ପଥଭ୍ରଷ୍ଟ କରନ୍ତୁନି କହିଲା କଂଗ୍ରେସ

କୋରାପୁଟ/ଜୟପୁର: ୫ଟି ଅଧ୍ୟକ୍ଷଙ୍କ କୋରାପୁଟ ଓ ଜୟପୁର ଗସ୍ତ କାର୍ଯ୍ୟକ୍ରମ ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥାକୁ ଦେଖିଲେ ବିଜେଡି ସରକାର କେତେ ଭୟଭୀତ ସ୍ପଷ୍ଟ ଜଣା ପଡୁଛି ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି। କୋରାପୁଟ ଗସ୍ତ ପୂର୍ବରୁ କୋରାପୁଟ ପୁଲିସ ଦ୍ଵାରା ପୂର୍ବତନ ବିଧାୟକ ନିମାଇ ସରକାର, ଯୁବ କଂଗ୍ରେସ ନେତା ରୂପକ ତୁରୁକ, ରାଜ୍ୟ ଯୁବ କଂଗ୍ରେସ ଉପସଭାପତି କୃଷ୍ଣ ମହାନ୍ତି, ଜ୍ଞାନ ରଞ୍ଜନ ରାଉତ, ରବୀନ ଟାକ୍ରି, ବିଶ୍ୱଜିତ ଲେଙ୍କା, ବିରେନ ପ୍ରସାଦ କଂଗ୍ରେସ କର୍ମୀମାନଙ୍କୁ ଗିରଫ କରି ସହର ଠାରୁ ୧୦ କିମି ଦୂରରେ ଡୁମୁରିପୁଟ ଥାନାରେ ଅଟକ ରଖିଥିଲେ। ଏହି ଘଟଣାକୁ ନେଇ ବିଧାୟକ ବାହିନୀପତି ତୀବ୍ର ନିନ୍ଦା ଜରିଛନ୍ତି। ଏହା ସହ ଆସନ୍ତା ସାଧାରଣ ନିର୍ବାଚନରେ ଲୋକେ ଉଚିତ ଜବାବ ଦେବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି।

ମୁଁ ବଂଚିଥିଲା ଯାଏ କଂଗ୍ରେସ ଦଳରେ ରହିବି। ଜୟପୁର ସମେତ ଅବିଭକ୍ତ କୋରାପୁଟବାସୀଙ୍କ ପାଇଁ କାମ କରିବି।  ସରକାରଙ୍କ ଜନ ବିରୋଧି କାର୍ଯ୍ୟଜ୍ରମ ଗୁଡିକ ବିରୁଦ୍ଧରେ ପ୍ରତିବାଦ କରିବି ବୋଲି ବିଧାୟକ ବାହିନୀପତି କହିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସ ପ୍ରତି ଲୋକଙ୍କ ସମର୍ଥନ ବଢି ଚାଲିଛି। ଆସନ୍ତା ନିର୍ବାଚନରେ କଂଗ୍ରେସ ଦଳ ବହୁତ ଭଲ କରିବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡ଼ିଶା ଗଠନ କାର୍ଯ୍ୟକ୍ରମକୁ ସ୍ବାଗତ କରିଛନ୍ତି ବିଧାୟକ। କିନ୍ତୁ କୋରାପୁଟ ଜିଲ୍ଲାର ଶିକ୍ଷିତ ବେକାରଙ୍କୁ ସରକାରୀ କର୍ମସଂସ୍ଥାନରେ ନିଯୁକ୍ତି ଦିଅନ୍ତୁ। ଉଚ୍ଚଶିକ୍ଷିତ ହୋଇ ଭଲ ମଣିଷ ହେବାକୁ ପିଲା ଯେଉଁ ସ୍ବପ୍ନ ଦେଖୁଛନ୍ତି ତାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ସ୍କୁଲ କଲେଜରେ ଖାଲି ପଡିଥିବା ଅଧ୍ୟାପକ, ଶିକ୍ଷକ ନିଯୁକ୍ତି କରନ୍ତୁ। ପିଲାଙ୍କ ଜ୍ଞାନ ଆହୋରଣ ସକାଶେ ଉନ୍ନତ ଲାଇବ୍ରେରିର ବ୍ୟବସ୍ଥା କରନ୍ତୁ।

ଅନ୍ୟାନ୍ୟ ଆନୁସଙ୍ଗିକ ଭିତ୍ତିଭୂମିର ବନ୍ଦୋବସ୍ତ କରିବାକୁ ମୂଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ତେବେ ଯାଇ ନୂଆ ଓଡ଼ିଶା ଗଠନ ହୋଇପାରିବ। ଗତ ନିର୍ବାଚନ ଠିକ ପୂର୍ବରୁ ନିର୍ବାଚନକୁ ଆଖି ଆଗରେ ରଖି ବିଜୁ ଯୁବ ବାହିନୀ ଗଠନ କରିଥିଲେ। ଆଗକୁ ନିର୍ବାଚନ ଏବେ ନୂଆ ଓଡ଼ିଶା ଗଠନ ନାମରେ ଛାତ୍ରଛାତ୍ରୀମାନଙ୍କୁ ପଥ ଭ୍ରଷ୍ଟ କରିବାକୁ ସରକାର ଉଦ୍ୟମ କରୁଛନ୍ତି। ପ୍ରକୃତରେ ସରକାର ଓଡ଼ିଶାକୁ କଣ କରିବାକୁ ଚାହୁଁଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଜୟପୁର ବିଧାୟକ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର