କୋରାପୁଟ ଜିଲ୍ଲାରେ ନବନିଯୁକ୍ତ ୪୬ଡାକ୍ତର, ଡିଏଚଏଚ୍ ଭାଗରେ କେତେ?   

ଜୟପୁର: ୧୧୪ଜଣ ଡାକ୍ତରଙ୍କ ସ୍ଥାନ‌ରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ରହିଛନ୍ତି ମାତ୍ର ୪୪ଜଣ ଡାକ୍ତର। ଏହାରି ମଧ୍ୟରେ ହାତଗଣତି ବିଶେଷଜ୍ଞ। ବଳକା ସାଧାରଣ ଡାକ୍ତର। ଦିନକୁ ବର୍ହିବିଭାଗରେ ୫୦୦ରୋଗୀ ଆସୁଥିବା ବେଳେ ଅନ୍ତଃବିଭାଗରେ ରହିଛନ୍ତି ଶହେରୁ ଊର୍ଦ୍ଧ୍ବ। ଏହା ସହ ଦୁର୍ଘଟଣା କିମ୍ବା ଜରୁରୀ ସମୟରେ ସବୁ ଡାକ୍ତରଙ୍କୁ କାମ କରିବାକୁ ପଡ଼ୁଛି। ଏହା ବାଦେ ଶବବ୍ୟାବଛେଦ କରିବା କିମ୍ବା, କୋର୍ଟରେ ସାକ୍ଷ୍ୟ ଆଦି  ଦେବା ପାଇଁ ବି ଡାକ୍ତରଙ୍କୁ ଯିବାକୁ ପଡ଼ୁଛି। ଏହି ସ୍ଥିତିରେ ଡିଏଚଏଚରେ ପର୍ଯ୍ୟାପ୍ତ ପରିମାଣର ତଥା ଖାଲିପଡ଼ିଥିବା

ଡାକ୍ତର  ପଦବି ପୁରଣ ନ ହୋଇ ସେଭଳି ଖାଲି ପଡିଛି। ସଦ୍ୟ ରାଜ୍ୟସରକାର ୧୨୦୫ଜଣ ଡାକ୍ତରଙ୍କ ନିଯୁକ୍ତି ଦେବା ସହ ଏଥି ମଧ୍ୟରୁ କୋରାପୁଟ ଜିଲ୍ଲାକୁ ୪୬ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି।  ବହୁ ନବନିଯୁକ୍ତ ଡାକ୍ତରମାନେ କୋରାପୁଟ ସିଡିଏମଓଙ୍କ କାର୍ଯ୍ୟାଳୟରେ ଯୋଗ ଦେଇ ଛୁଟିରେ ଯାଇଛନ୍ତି। ଛୁଟିରୁ ସବୁ ଫେରିବା ପରେ ଡିଏଚଏଚ୍, ସିଏଚସି ଓ ପିଏଚସି ଆଦିରେ ଏମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ସିଡିଏମଓ ଡାକ୍ତର ଅରୁଣ କୁମାର ପାଢ଼ୀ। ଏହି ନିଯୁକ୍ତିକୁ ଗତ ରୋଗୀ କଲ୍ୟାଣ ସମିତି ବୈଠକରେ ଜିଲ୍ଲାପାଳ ଓ ସାଂସଦ, ବିଧାୟକ ଓ ସିଡିଏମଓ ଆଦି  ଅପେକ୍ଷା କରାଯାଇଛି ବୋଲି କହିଥିଲେ। ଜିଲ୍ଲାକୁ ଆସିଥିବା ଏହି ୪୬ଜଣଙ୍କ ମଧ୍ୟରୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ (ଡିଏଚଏଚ୍ ) ଭାଗରେ କେତେ ଜ‌ଣଙ୍କୁ ସିଡିଏମଓ ଓ ଜିଲ୍ଲାପାଳ ନିୟୋଜିତ କରିବେ ତାହାକୁ ନେଇ  ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର