ଗାନ୍ଧୀମାର୍ଗରେ ମାଣ ବସାଇଲେ ଏଏନ୍‌ଏମ୍‌ ସ୍ବାସ୍ଥ୍ୟକର୍ମୀ : ୬ ସ୍ବାସ୍ଥ୍ୟକର୍ମୀ ଗୁରୁତର; ନବୀନ ନିବାସ ଘେରାଉ ପାଇଁ ଚେତାବନୀ

ଭୁବନେଶ୍ବର : ସରକାରୀ କ୍ଷେତ୍ରରେ ନିଯୁକ୍ତି ନେଇ ଗତ ୨ଦିନ ‌ହେବ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ବାସ୍ଥ୍ୟକର୍ମୀ ସ˚ଘ ଶୀତ, କାକରରେ ଲୋୟର ପିଏମ୍‌ଜିର ଗାନ୍ଧୀମାର୍ଗରେ ଆମରଣ ଅନଶନରେ ବସି ରହିଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ଫଳରେ ଗୁରୁବାର ସକାଳୁ ଅଭିନବ ଉପାୟରେ ମହିଳାମାନେ ରାସ୍ତାରେ ମାଣ ବସାଇ ପୂଜାର୍ଚ୍ଚନା କରି ପ୍ରତିବାଦ ଜଣାଇଥିଲେ।

ଅନ୍ୟପକ୍ଷରେ ଆମରଣ ଅନଶନ ଯୋଗୁଁ ରାଜ୍ୟ ସମ୍ପାଦିକା ସ˚ଯୁକ୍ତା ସାହୁ, କେନ୍ଦ୍ରାପଡ଼ା ସଭାପତି ସାବିତ୍ରୀ ଲେଙ୍କା, ଢେଙ୍କାନାଳର ବାରୁଣୀ ମଲ୍ଲିକ, ଗୀତାଞ୍ଜଳି ରାଉତରାୟ, ଶିଲଲତା କର ଏବ˚ ଲୋପାମୁଦ୍ରା ନାୟକ ୬ ଜଣ ମହିଳା ସ୍ବାସ୍ଥ୍ୟକର୍ମୀ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ପୁଲିସ ସହାୟତାରେ କ୍ୟାପିଟାଲ ହସ୍ପିଟାଲେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ଥିବା ଏବ˚ ଜଣେ ଗର୍ଭବତୀ ମହିଳା ଅତି ଗୁରୁତର ଥିବାରୁ ଜଣାପଡ଼ିଛି। ଏସବୁକୁ ନଜରରେ ରଖି ରାଜ୍ୟ ସଭାପତି ପାର୍ଥସାରଥୀ ଜେନା ଘୋଷଣା କରିଛନ୍ତି ଯେ, ମହିଳା ସ୍ବାସ୍ଥ୍ୟକର୍ମୀଙ୍କର କିଛି ବି ଅଘଟଣ ଘଟେ, ସେଥିପାଇଁ ବିଭାଗୀୟ ମନ୍ତ୍ରୀ, ସଚିବ, ନିର୍ଦ୍ଦେଶକ ଏବ˚ ଉକ୍ତ ବିଭାଗରେ କାର୍ଯ୍ୟରତ ଉଚ୍ଚପଦସ୍ଥ ଅଧିକାରୀମାନେ ଦାୟୀ ରହିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ଏଏନ୍‌ଏମ୍‌ ତାଲିମ୍‌ ନେଇଥିବା ମହିଳା ସ୍ବାସ୍ଥ୍ୟକର୍ମୀମାନଙ୍କୁ ମାଓବାଦୀ ଓ ସବାସବାଦୀ ସୃଷ୍ଟି କରିବା ପାଇଁ ଏକ ପ୍ରକାର ବାଧ୍ୟ କରୁଛନ୍ତି। ଯଦି ସରକାର ତୁରନ୍ତ ଦାବି ପୂରଣ ନ କରନ୍ତି, ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବା। ଶୁକ୍ରବାର ଦିନ ୧ଟା ଭିତରେ ସରକାରଙ୍କ ପକ୍ଷରୁ ପଦକ୍ଷେପ ନେଇ ଘୋଷଣା କରାନଗଲେ ନବୀନ ନିବାସ ଘେରାଉ କରାଯିବା ସହ ନବୀନ ନିବାସ ସମ୍ମୁଖରେ ସମୂହ ଆତ୍ମାହୁତି ଦେବେ ବୋଲି ସ˚ଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଆଜିର ଏହି ଆମରଣ ଅନଶନରେ ରାଜ୍ୟ ସଭାପତି ପାର୍ଥସାରଥୀ ଜେନାଙ୍କ ସମେତ ସୋନାଲି ମହାନ୍ତି, ସୁପ୍ରିୟା ଦାସ, କଲ୍ୟାଣୀ ପ୍ରଧାନ, ସବିତା ପଟେଲ, ଲକ୍ଷ୍ମୀପ୍ରିୟା ବେଉରା, ସଙ୍ଗୀତା ରାଉଳଙ୍କ ସମେତ ଶତାଧିକ ମହିଳା ସ୍ବାସ୍ଥ୍ୟକର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର