ଭାରତ ଗସ୍ତ ପାଇଁ ୱେଷ୍ଟଇଣ୍ଡିଜ୍ ଦଳର ଅଧିନାୟକ ହେବେ ପୋଲାର୍ଡ

ସେଣ୍ଟ୍ ଜନ୍ସ : ଆସନ୍ତା ମାସ ପ୍ରାରମ୍ଭରୁ ଭାରତ ଗସ୍ତରେ ଖେଳାଯିବାକୁ ଥିବା ଟି-୨୦ ଏବଂ ଦିନିକିଆ ଶୃଙ୍ଖଳା ଦ୍ବୟ ପାଇଁ ଗୁରୁବାର ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳ ଘୋଷିତ ହୋଇଛି। କିରଣ ପୋଲାର୍ଡଙ୍କୁ ଉଭୟ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ନିକୋଲାସ୍ ପୁରଣଙ୍କୁ ଟି-୨୦ ଏବଂ ସାଇ ହୋପ୍‌ଙ୍କୁ ଦିନିକିଆ ଦଳ ଉପ ଅଧିନାୟକ ଦାୟିତ୍ବ ଦିଆଯାଇଛି। ସମ୍ପ୍ରତି ଭାରତ ଗସ୍ତରେ ଆଫଗାନିସ୍ତାନ ବିପକ୍ଷରେ ଶୃଙ୍ଖଳା ଖେଳୁଥିବା ଭ୍ରମଣକାରୀ ଦଳର ଖେଳାଳିଙ୍କ ଉପରେ ଚୟନକର୍ତାମାନେ ପୂର୍ଣ୍ଣ ଭରସା ରଖିଛନ୍ତି। ବର୍ତମାନର ଟି-୨୦ ବିଶ୍ବବିଜେତା ଥିବା ୱେଷ୍ଟଇଣ୍ଡିଜ୍ ଡିସେମ୍ବର ୬ ତାରିଖରେ ହାଇଦ୍ରାବାଦରେ ପ୍ରଥମ ଟି-୨୦ ଖେଳି ଅଭିଯାନ ଆରମ୍ଭ କରିବ। ପୂର୍ବରୁ ଭାରତୀୟ ଦଳ ଘୋଷିତ ହୋଇ ସାରିଛି।

ୱେଷ୍ଟଇଣ୍ଡିଜ୍ ଦିନିକିଆ ଦଳ: ସୁନିଲ ଅମ୍ବ୍ରିସ୍, ସାଇ ହୋପ୍‌, ଖାରି ପିଏର୍‌, ରସ୍ତନ୍ ଚେଜ୍, ଅଲଜାରି ଯୋସେଫ, କିରଣ ପୋଲାର୍ଡ (ଅଧିନାୟକ), ସେଲଡନ୍ କଟ୍ରେଲ୍‌, ବ୍ରେଣ୍ଡନ୍‌ କିଙ୍ଗ୍‌, ନିକୋଲାସ୍‌ ପୁରଣ, ସିମରନ୍ ହେଟମେୟର୍‌, ଏଭିନ୍ ଲୁଇସ୍‌, ରୋମାରିଓ ସେଫର୍ଡ, ଜାସନ୍ ହୋଲ୍‌ଡର, କିମୋ ପଲ୍‌, ହେଡେନ୍‌ ୱାଲ୍‌ସ ଜୁନିଅରଃ
ୱେଷ୍ଟଇଣ୍ଡିଜ୍ ଟି-୨୦ ଦଳ: ଫାବିଏଁ ଆଲେନ୍‌, ବ୍ରେଣ୍ଡନ୍‌ କିଙ୍ଗ୍, ଦୀନେଶ ରାମଦିନ୍‌, ସେଲଡନ୍ କଟ୍ରେଲ୍‌, ଏଭିନ୍ ଲୁଇସ୍‌, ସେର୍ଫାନ୍‌ ରଦରଫୋର୍ଡ, ସିମରନ୍ ହେଟମେୟର, ଖାରି ପିଏର୍‌, ଲେଣ୍ଡଲ୍‌ ସିମନ୍ସ, ଜାସନ୍ ହୋଲ୍‌ଡର, କିରଣ ପୋଲାର୍ଡ (ଅଧିନାୟକ), ହେଡେନ୍ ୱାଲ୍‌ସ ଜୁନିଅର୍‌, କିମୋ ପଲ୍‌, ନିକୋଲାସ ପୁରଣ, ‌କେସରିକ୍‌ ୱିଲିୟମ୍ସ।

ସମ୍ବନ୍ଧିତ ଖବର