କ୍ରିକେଟ୍‌ରୁ ଅବସର ନେବା ପରେ ବାପାଙ୍କ ଇଛା ପୂରଣ କରୁଛନ୍ତି ବୀରେନ୍ଦ୍ର ସେହବାଗ

ନୂଆଦିଲ୍ଲୀ ଭାରତର ପୂର୍ବତନ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ବୀରେନ୍ଦ୍ର ସେହବାଗ ତାଙ୍କ କ୍ରିକେଟ୍ ଜୀବନରେ ସଫଳ ହେବା ପରେ ସେ ସମାଜ ପ୍ରତି କିଛି କର୍ତ୍ତବ୍ୟ କରିବାକୁ ଚାହୁଁଛନ୍ତି। ପ୍ରାରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିବା ଶୈଳୀ କ୍ରିକେଟ୍‌ରେ ସେହବାଗଙ୍କୁ ପରିଚିତ କରିଛି। କ୍ରିକେଟ୍‌ରୁ ଅବସର ନେବା ପରେ ସେହବାଗ କ୍ରିକେଟ ଦୁନିଆର ଅଲଗା କ୍ଷେତ୍ର (ଭାଷ୍ୟକାର)ରେ କାମ କରୁଛନ୍ତି। ଏଥିସହ ତାଙ୍କ ନିର୍ମିତ ସେହବାଗ ଆନ୍ତର୍ଜାତିକ ବିଦ୍ୟାଳୟରେ ମଧ୍ୟ ସେ ସମୟ ଦେଉଛନ୍ତି। ଭବିଷ୍ୟତର ଆଗାମୀ ପିଢ଼ିକୁ ଗଢ଼ି ତୋଳିବାରେ ସେ କାମ କରୁଛନ୍ତି। କ୍ରିକେଟ୍‌ରୁ ଅନେକ କିଛି ଉପାର୍ଜନ କରିଥିବା ସେହବାଗ ବର୍ତମାନ ଲୋକଙ୍କ ପାଇଁ କିଛି କରିବାକୁ ଚାହୁଁଛନ୍ତି। ଏକ ସାଧାରଣ ପରିବାରରୁ ଆସି ଜୀବନରେ ସଂଘର୍ଷ କରି ଭାରତରୁ କ୍ରିକେଟ୍‌ ଖେଳିବାର ସ୍ବପ୍ନକୁ ପୁରା କରିଛନ୍ତି। ତାଙ୍କ ବାପାଙ୍କ ଇଛାକୁ ପୂରଣ କରିବା ପାଇଁ ସେ ଏକ ବିଦ୍ୟାଳୟ ନିର୍ମାଣ କରି ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଓ ଉତ୍ତମ ସୁବିଧା ଦେଉଛନ୍ତି। ତାଙ୍କ ବାପା ଥରେ ତାଙ୍କୁ କହିଥିଲେ,‘ତୁମେ ଯଦି ଜୀବନରେ ସଫଳ କ୍ରିକେଟର୍ ହୁଅ ତେବେ ଏକ ବିଦ୍ୟାଳୟ କରିବ ଯେଉଁଠି ପିଲାମାନେ ଖେଳିବା ସହିତ ପାଠ ପଢ଼ିବେ ଓ ରହିବେ’। ସେହବାଗ ତାଙ୍କ ବିଦ୍ୟାଳୟରୁ ଜଣେ କି ଦୁଇ ଜଣ ପିଲାଙ୍କୁ ଆଇଆଇଟି, ଡାକ୍ତର କିମ୍ବା ଦେଶ ପାଇଁ ଖେଳୁ ବୋଲି ଆଶା ବ୍ୟକ୍ତ କରିଛନ୍ତି। ସେହବାଗ ତାଙ୍କ ଦୁଇ ପୁଅ ଆର୍ଯ୍ୟବୀର (୧୨) ଓ ବେଦାନ୍ତ (୯)ଙ୍କୁ ତାଙ୍କ ପରି କରିବାକୁ ଚାହାଁନ୍ତିନି। ହେଲେ ତାଙ୍କ ପୁଅ ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି ଓ ହାର୍ଦିକ୍‌ ପାଣ୍ଡ୍ୟାଙ୍କ ଭଳି ହୁଅନ୍ତୁ ବୋଲି ସେହବାଗ୍‌ ଚାହୁଁଛନ୍ତି। ଏହାସତ୍ତ୍ବେ ସେମାନେ ତାଙ୍କ ବୃତ୍ତି ତାଙ୍କ ଇଛା ଅନୁସାରେ ଚୟନ କରନ୍ତୁ ବୋଲି ସେହବାଗ କହିଛନ୍ତି।

ସମ୍ବନ୍ଧିତ ଖବର