ଗଭୀର ନଳକୂଅ ଯୋଜନା: ଡିସେମ୍ବର ୩୦ ଯାଏଁ କରିପାରିବେ ଆବେଦନ

ଦିନରେ ଭିଡ଼, ରାତିରେ ଜାଡ଼କୁ ନାହିଁ ଖାତିର

ଜୟପୁର: ମହିଳା ବିଦ୍ୟୁତ ଚାଳିତ ଓ ସୌର ଶକ୍ତି ପମ୍ପ ମାଧ୍ୟମରେ ଗଭୀର ନଳକୂପ ଖନନ ପାଇଁ ପଞ୍ଜୀକରଣ ଓ ଅଂଶଧନ ଦାଖଲ ସମୟ ସୀମାକୁ ରାଜ୍ୟ ଉଠା ଜଳସେଚନ ନିଗମ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ୩୦ ତାରିଖକୁ ବୃଦ୍ଧି କରାଯାଇଛି। ଗଭୀର ନଳକୂପ ସେଚ ପ୍ରକଳ୍ପ ପାଇଁ ଆବେଦନର ଶେଷ ତାରିଖ ୧୬ ତାରିଖ ଥିବା ବେଳେ ଅଂଶଧନ ଦାଖଲ ସମୟ ସୀମା ୨୨ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।  ଏହା ବାଦ୍‌ ବି ବହୁ ଆଶା‌ୟୀ ଚାଷୀ ପଞ୍ଜୀକରଣ କରିପାରିନଥିଲେ। ଅନଲାଇନ ଆବେଦନ ଚାଷୀମାନେ କରିଥିଲେ ହେଁ ସରକାରୀ ନିର୍ଦ୍ଦାରିତ  ଅଂଶଧନକୁ ଚାଷୀ ମାନେ ବ୍ୟାଙ୍କ ଜରିଆରେ ଦାଖଲ କରିପାରୁ ନଥିଲେ। ରାଜ୍ୟ ସରକାର ଗୋଟିଏ  ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ କୁ ଏଥି ପାଇଁ ସରକାର ସ୍ୱୀକୃତି ଦେଇଥିବାରୁ ଜୟପୁର ଉପଖଣ୍ଡରେ ଚାଷୀମାନେ ନାହିଁ ନଥିବା ସମସ୍ୟାରେ ପଡ଼ିଥିଥିଲେ। ରାତିରେ ପ୍ରବଳ ଥଣ୍ଡାଜାଡ଼ରେ ବି ଚାଷୀ ମାନେ ବ୍ୟାଙ୍କ ସମ୍ମୁଖରେ ନିଆଁ ଲଗାଇ ସେଭଳି ସକାଳୁ ବ୍ୟାଙ୍କ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରି ରହୁଥିବା ଦେଖିବାକୁ ମିଳିଥିଲା। ତେବେ ସକାଳୁ ବ୍ୟାଙ୍କ ସମ୍ମୁଖରେ ଲମ୍ବାଲାଇନ୍ ଠେଲା ପେଲା ହୋଇ ଚାଷୀ ମାନେ ଜମା କରୁଥିଲେ।

ସରକାର ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିବାରୁ ଚାଷୀ ପ୍ରତିନିଧି ନରେନ୍ଦ୍ର ପ୍ରଧାନ, ମନୋଜ ପାତ୍ର, ଜୟନ୍ତ ପଟ୍ଟନାୟକ ଆଦି ସ୍ବାଗତ କରିଛନ୍ତି। ଚାଷୀ ଏବେ ଉଭୟ ପଞ୍ଜିକରଣ ଓ ବ୍ୟାଙ୍କ ରେ ଅଂଶଧନ ଦାଖଲ ସମୟ ସୀମାକୁ ଆସନ୍ତା ୩୦ ତାରିଖକୁ ବୃଦ୍ଧି କରିଥିବାରୁ ଚାଷୀ ମହଲ ରେ ଆଶ୍ବସ୍ଥି ମିଳିଛି। ବ୍ୟ‌ାଙ୍କ ନିକଟରେ ଚାଷୀଙ୍କ ଗହଳି ଦେଖି ବ୍ୟାଙ୍କ ଅଂଶୋଧନ ଦାଖଲ ସମୟ ସୀମାକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ପ୍ରମୁଖ ସଚିବ ଆଦିଙ୍କୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଚିଠିଲେଖି ଅନୁରୋଧ କରିଥିବା କହିଛନ୍ତି। ତାରିଖ ବୃଦ୍ଦି ଦ୍ବାରା ଚାଷୀ ମାନେ ଲାଭ ପାଇ ପାରିବେ ବୋଲି କହିଛନ୍ତି ବିଧାୟକ।   ବର୍ତ୍ତମାନ ସୁଦ୍ଧା କୋରପୁଟ ଡିଭିଜିନର କୋରାପୁଟ ଓ ମାଲକାନଗିରୀ ଜିଲ୍ଲାରେ  ବିଦ୍ୟୁତ ମାଧ୍ୟମରେ କ୍ଲଷ୍ଟର ସ୍ତରୀୟ ସେଚ ପ୍ରକଳ୍ପ ପାଇଁ ୭୧୨୩ ଜଣ ଆବେଦନ କରିଥିବା ବେ‌ଳେ ସୌରଚାଳିତ ମାଧ୍ୟମରେ ୨୭୪୪ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି। ଏହିପରି ଭାବେ ୨ଜିଲ୍ଲାରେ ମୋଟ ୯୮୬୬ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି ବୋଲି କହିଛନ୍ତି କୋରାପୁଟ ଡିଭିଜିନ୍ ନିର୍ବାହୀ ଯନ୍ତ୍ରୀ ଯୁଗୋଳ ଟାକ୍ରୀ। ତେବେ କେତେ ଜଣ ବ୍ୟାଙ୍କ ରେ ଅଂଶଧନ ଦାଖଲ କରିଛନ୍ତି ତାର ତଥ୍ୟ ହସ୍ତଗତ ହୋଇପାରି ନାହିଁ ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ।

ରାଜ୍ୟ ସରକାର କ୍ଲଷ୍ଟର ସ୍ତରୀୟ ଗଭୀର ଉଠା ସେଚ ପ୍ରକଳ୍ପ ବିଦ୍ୟୁତ ସଂଯୋଗ ମାଧ୍ୟମରେ କରିପାରିବେ । ୫ଏକର ପର୍ଯ୍ୟନ୍ତ ଥିବା ଚାଷୀ ବ୍ୟକ୍ତିଗତ ଭାବେ ସୋଲାର ମାଧ୍ୟମରେ ଗଭୀର ଉଠା ସେଚ ପ୍ରକଳ୍ପ କରିପାରିବେ।  ଏହାର ସୁଯୋଗ ନେବା ପାଇଁ ଆବେଦନ କରିବା ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଥିଲା।  ଏଥି ପାଇଁ ଚାଷୀମାନେ ଆବେଦନ କରିଲେ ପ୍ରତ୍ୟେକ ସାଧାରଣ ବର୍ଗର ଚାଷୀ ୨୦ ହଜାର ଟଙ୍କା ଅଂଶଧନ ପୈଠ କରିବା ନିୟମ ଥିଲା ବେଳେ ଅନୁସୂଚିତ ଜାତି ଓ ଜନଜାତି  ବର୍ଗର ବିପିଏଲ ବର୍ଗର ଚାଷୀଙ୍କୁ ୧୦ ହଜାର ଟଙ୍କା ଅଂଶଧନ ଦାଖଲ କରିବାର ନିୟମ ରହିଛି l

ସମ୍ବନ୍ଧିତ ଖବର