ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବ୍ୟାଙ୍କ ବନ୍ଦ, ଲୋକେ ସରକାରୀ ସହାୟତାରୁ ବଞ୍ଚିତ

ରାଉରକେଲା: ଲକଡାଉନରେ ବ୍ୟାଙ୍କ ସହିତ ଅର୍ଥନୈତିକ ପ୍ରତିଷ୍ଠାନ ଗୁଡ଼ିକୁ ଖୋଲା ରଖାଯିବାକୁ ସରକାରଙ୍କ ସ୍ପଷ୍ଟ ନିର୍ଦେଶ ରହିଛି । ଏପରିକି ବ୍ୟାଙ୍କଗୁଡ଼ିକ ମାଧ୍ୟମରେ ବିଭିନ୍ନ ସରକାରୀ ସହାୟତା ପ୍ରଦାନ କରିବାର ନିର୍ଦେଶ ରହିଛି l ହେଲେ ଏପରି ସ୍ଥିତିରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳ ଜରେଇକେଲାରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆର ଶାଖା ପ୍ରାୟ ୧୫ଦିନ ହେଲା ବନ୍ଦ ରହିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।
ବ୍ୟାଙ୍କ କେଉଁ କାରଣରୁ ବନ୍ଦ ରହିଛି ତାହା ମଧ୍ୟ ବ୍ୟାଙ୍କ ଦ୍ବାରା ସୂଚନା ଦିଆଯାଇନାହିଁ । ଏଥିପାଇଁ ସ୍ଥାନୀୟ ବାସିନ୍ଦାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବିଶେଷ କରି ବିଶ୍ରା ବ୍ଲକର ୫ଟି ପଞ୍ଚାୟତର ଶହ ଶହ ଲୋକ ବେଶୀ ସମସ୍ୟା ଭୋଗୁଛନ୍ତି l

ଏ ସଂକ୍ରାନ୍ତରେ ସ୍ଥାନୀୟ ବାସିନ୍ଦା ସନ୍ତୋଷ ରାହା ଓ ଅନ୍ୟମାନେ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଲୋକମାନେ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବାରୁ ବ୍ୟାଙ୍କ ଖୋଲିବା ପାଇଁ ଜିଲ୍ଲାପାଳକୁ ଅନୁରୋଧ କରିଛନ୍ତି । ଅପରପକ୍ଷେ ବିଶ୍ରା ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଥିବାରୁ ଏ ପରିଧି ମଧ୍ୟରେ ଆସୁଥିବା ବ୍ୟାଙ୍କଗୁଡ଼ିକ ବନ୍ଦ ରହିଛି l ଯେଉଁଠି ଖୋଲିଛି ସେଠାକୁ ଲୋକମାନେ ଯାଇ ପାରୁ ନାହାନ୍ତି l

ସମ୍ବନ୍ଧିତ ଖବର