ଯାଜପୁର ଜିଲ୍ଲାର ପୁଣି ଜଣେ ପଜିଟିଭ୍ ଚିହ୍ନଟ, ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଲା

ଭୁବନେଶ୍ବର: ରାଜ୍ୟରେ ପୁଣି ଜଣେ ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ଏହି ନୂତନ ପଜିଟିଭ୍ ଯାଜପୁର ଜିଲ୍ଲାର ବୋଲି ବି ସୂଚନା ମିଳିଛି।

ଏହାସହିତ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି। ଏହାଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୮ରେ ପହଞ୍ଚି ଯାଇଛି।

ତେବେ କିଛି ସମୟ ଆଗରୁ ଚିହ୍ନଟ ଯାଜପୁର ଜିଲ୍ଲାରୁ ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଉଭୟଙ୍କ ଭିତରୁ ୭୫ ବର୍ଷୀୟା ମହିଳା ଆକ୍ରାନ୍ତ ଜଣକ କଟିକଟା କଣ୍ଟେନମେଣ୍ଟ ଅଞ୍ଚଳର ଓ ୫୫ ବର୍ଷିୟ ପୁରୁଷଜଣକ ବିରଜାପୁର କଣ୍ଟେନମେଣ୍ଟ ଅଞ୍ଚଳର ଏବଂ ସେ ଦୁହେଁ କୋଲକାତା ଫେରନ୍ତା ବୋଲି ସୂଚନା ମିଳିଛି।

ଆଜି ରାଜ୍ୟରେ ପୁଣି ଦୁଇ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ପକ୍ଷରୁ ସୂଚନା ଦିଆଯାଇଥିଲା। ଚିହ୍ନଟ ହୋଇଥିବା ଦୁଇ ପଜିଟିଭ୍ ବଲାଙ୍ଗୀର ଜିଲ୍ଲାର ଯୁବକ ବୋଲି ବି ସୂଚନା ମିଳିଥିଲା। ଦୁଇ ପଜିଟିଭ୍ ବଲାଙ୍ଗୀର ଜିଲ୍ଲାର ଲେଖାରିଆ ଗାଁର ବୋଲି ଜଣାଯାଇଛି। ଉଭୟଙ୍କର ବୟସ ଯଥାକ୍ରମେ ୨୨ ଓ ୧୮ ବର୍ଷ। ଏଦୁହେଁ ତାମିଲନାଡ଼ୁରୁ ଫେରିଛନ୍ତି। ଉଭୟଙ୍କର ଟ୍ରାଭେଲ ହିଷ୍ଟ୍ରି ଏବଂ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି |

ସମ୍ବନ୍ଧିତ ଖବର