ଲକ୍‌ଡାଉନ୍ ପରବର୍ତ୍ତୀ ରଣନୀତି ସୁଦୃଢ଼ କରିବାକୁ ମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ

ନୂଆଦିଲ୍ଲୀ: ରବିବାର ଦିନ ଦେଶବ୍ୟାପୀ ଘୋଷତି ଲକ୍‌ଡାଉନ୍‌ ଶେଷ ହେବାକୁ ଯାଉଥିବାରୁ ପରବର୍ତ୍ତୀ ରଣନୀତି ସୁଦୃଢ଼ କରିବାକୁ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମନ୍ତ୍ରୀମାନଙ୍କ ସହ ବୈଠକ କରିଛନ୍ତି।

ଏହି ବୈଠକରେ ଯୋଗ ଦେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ଥିଲେ ଗୃହମନ୍ତ୍ରୀ ଅମିତ ଶାହା, ରେଳମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ।

ଗୁରୁବାର ଦିନ ମଧ୍ୟ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍ ପରବର୍ତ୍ତୀ ରଣନୀତି ଓ ଅର୍ଥନୈତିକ ଉତ୍ଥାନ ସଂକ୍ରାନ୍ତରେ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଏଥିରେ ଦେଶର ଅର୍ଥନୀତିକୁ ଆଗେଇ ନେବା ନିମନ୍ତେ ଭାରତରେ ଅଧିକ ବୈଦେଶିକ ବିନିଯୋଗ ପାଇଁ ବ୍ୟବସ୍ଥା କରିବା ଏବଂ ସ୍ଥାନୀୟ ବିନିଯୋଗକୁ ପ୍ରତ୍ସାହିତ କରିବା କଥା ଉପରେ ଗୁରତ୍ବାରୋପ କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ଏକ ବିବୃତିରେ କୁହାଯାଇଛି।

Image Source: Business Standard

ଏଠାରେ ପ୍ରକାଶଯୋଗ୍ୟ ‌କି, ଲକ୍‌ଡାଉନ୍ ଯୋଗୁଁ ଦେଶର ବିଭିନ୍ନ ପ୍ରଦେଶରେ ଅଟକି ରହିଯାଇଥିବା ଶିକ୍ଷାର୍ଥୀ, ପର୍ଯ୍ୟଟକ ଓ ପ୍ରବାସୀ ଶ୍ରମଜୀବୀଙ୍କୁ ନିଜ ନିଜ ରାଜ୍ୟକୁ ଫେରିଯବାକୁ ଗୃହମନ୍ତ୍ରାଳୟ ଅନୁମତି ଦେଇ ସାରିଛି। ସମ୍ପୃକ୍ତ ରାଜ୍ୟ ସରକାର ସେମାନଙ୍କ ଲୋକମାନଙ୍କୁ ଫେରାଇ ଆଣିବା କାମ ମଧ୍ୟ ଆରମ୍ଭ କରିସାରିଲେଣି।

ଆଜି ରେଳ ମନ୍ତ୍ରାଳୟ ଏକ ସ୍ବତନ୍ତ୍ର ରେଳଯୋଗେ ତେଲେଙ୍ଗାନାରେ ଅଟକି ଯାଇଥିବା ୧୨୦୦ ପ୍ରବାସୀ ଶ୍ରମଜୀବୀଙ୍କୁ ଝାଡ଼ଖଣ୍ଡ ପଠାଇଛି।

 

 

ସମ୍ବନ୍ଧିତ ଖବର