ଶ୍ରମିକ ଶ୍ରେଣୀର ଲୁହଲହୁର ସଂଘର୍ଷର ବର୍ଷ

ସୁବାସ-ସିଂହ

ୟୁରୋପରେ ଅଷ୍ଟାଦଶ ଶତାଦ୍ଦୀରେ ଶିଳ୍ପବିପ୍ତବର ଯୁଗ ଆରମ୍ଭ ହୋଇଥିଲା। ବହୁ ନୂଆ ନୂଆ ଶିଳ୍ପ ଅନୁଷ୍ଠାନ ଗଢି ଉଠିଥିଲା।ଲକ୍ଷ ଲକ୍ଷ ଶ୍ରମିକ ଲୁହଲହୁ ଢାଳି ଜୀବନକୁ ବିପର୍ଣ୍ଣକରି କାର୍ଯ୍ୟକରୁଥିଲେ। କାର୍ଯ୍ୟକରିବାର ସମୟ ନିର୍ଘଂଟ କିଛିନଥିଲା। ଦିନକୁ ୧୪ ରୁ ୧୬ ଘଂଟା କାମକରୁଥିଲେ। ଆଇନ କାନୁନ ଓ ନିରାପତା ବୋଲି କିଛି ନଥିଲା କେବଳ ଶ୍ରମିକ ମାନଙ୍କୁ ଶୋଷଣ ହିଁ ଶୋଷଣ ଚାଲିଥିଲା।

୧୮୬୬ ମସିହା ମେ ମାସ ୧ତରିଖ ଦିନ ଆମେରିକାର ଚିକାଗୋ ସହରରେ ଶ୍ରମିକ ମାନଙ୍କର ବିଶାଳ ଧର୍ମଘଟ ସଫଳ ହେଲା। ଆମେରିକାର ୧୩ ହଜାର କେନ୍ଦ୍ରରେ ଏହି ଧର୍ମଘଟ ବ୍ୟାପିଗଲା ମଇ ୩ ତାରିଖରେ ୬ ଜଣ ଶ୍ରମିକ ପୋଲିସ ଗୁଳିରେ ପ୍ରାଣ ହରାଇଲେ।୧୮୬୭ ନଭେମ୍ବର ୧୧ ତାରିଖରେ ୪ଜଣ ଶ୍ରମିକ ନେତାଙ୍କୁ ଫାସି ଦିଆଗଲା ଆଠଘଂଟା ଶ୍ରମଦିବସ ଦାବୀକରି ଆମେରିକାର ଶ୍ରମିକ ମାନଙ୍କର ସଂଗ୍ରାମକୁ ବିଶ୍ବର ପ୍ରତ୍ୟେକଟି ଦେଶରେ ସମର୍ଥନକରି ୧୮୯୦ ମେ ପହିଲାକୁ ଆନ୍ତର୍ଜାତିକ “ଶ୍ରମିକଦିବସ” ରୂପେ ପାଳନ କରିଆସୁଛନ୍ତି। ଜିବନକୁ ବିପନ୍ନ କରି ଲୁହ ଲହୁ ଦେଇ ଦୁନିଆକୁ ଗଢିତୋଳୁଥିବା ଶ୍ରମିକର ସୁରକ୍ଷା, ଆଇନ କାନୁନ, ନିରାପତାକୁ ଦୃଢିଭୁତ କରିବା ଓ ସଂହତି–ଏକତା ଏବଂ ସଂଗ୍ରାମର ଦିନଟିକୁ ମନେପକାଇ ଶପଥ ନବାର ଦିନହେଉଛି ମଇ ଦିବସ।

ଭାରତ ବର୍ଷରେ ଶ୍ରମିକମାନେ ବହୁ ସଂଘର୍ଷ ମଧ୍ୟଦେଇ ବିପର୍ଯ୍ୟସ୍ତ ଅବସ୍ଥାରେ ଜୀବନ ଧାରଣ କରୁଛନ୍ତି।ଦେଶରେ ୪୮କୋଟି ଶ୍ରମଜିବୀ କାର୍ଯ୍ୟକରୁଥିବା ବେଳେ ୮କୋଟି ଶ୍ରମିକ ସଂଗଠିତ କ୍ଷେତ୍ରରେ ସମସ୍ତ ନିରାପତା ଓ ସୁବିଧା ସୁଯୋଗରେ କାର୍ଯ୍ୟକରୁଛନ୍ତି। ଅବଶିଷ୍ଟ ୪୦କୋଟି ଶ୍ରମିକମାନେ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟକରୁଛନ୍ତି। ଏହି ଶ୍ରମିକ ମାନଙ୍କର ନା ଅଛି ସାମାଜିକ ସୁରକ୍ଷା, ଚାକିରିର ସର୍ତାବଳୀ, ମଜୁରୀ ନିର୍ଦ୍ଧାରଣ ଏବଂ ପରିଶେଷରେ ପ୍ରଚଳିତ ଶ୍ରମଆଇନ୍ ମଧ୍ୟ ଏମାନଙ୍କୁ ସାହାର୍ଯ୍ୟକାରି ହୋଇପାରୁନାହିଁ।

ସବୁସ୍ତରର ଶ୍ରମଜୀବି ଲୋକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବାକୁ ଜାତିସଂଘ ୨୦୦୯ରେ ଏକ ସ୍ବତନ୍ତ୍ର ପ୍ରସ୍ତାବ ଗୃହିତ କରିଥିଲେ। ୨୦୧୨ ବିଶ୍ବ ଶ୍ରମସମ୍ମିଳନୀ ରେ ୨୦୨ ଧାରାରେ ଏକ ପ୍ରସ୍ତାବ ଗୃହିତ ହୋଇଥିଲାକି ପ୍ରତ୍ୟେକ ଦେଶର ପ୍ରମୁଖ କର୍ତବ୍ୟ ହେଉଛି ସବୁ ସ୍ତରର ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା। ଭାରତ ବର୍ଷରେ ୪୦କୋଟି ଶ୍ରମିକ ଅଣସଂଗଠିତ କ୍ଷେତ୍ରରେ କୈଣସି ସାମାଜିକ ସୁରକ୍ଷା ନଥାଇ କାର୍ଯ୍ୟକରୁଛନ୍ତି। ଏମାନଙ୍କ ସଂଖ୍ୟା ମୋଟ ଶ୍ରମିକସଂଖ୍ୟାର ୯୩ପ୍ରତିଶତ ଏମାନେ ଏଊଚ କୁ ଦେଇଥାନ୍ତି ୬୦ପ୍ରତିଶତ ଅବଦାନ କିନ୍ତୁ କେନ୍ଦ୍ର ସରକାର ଏମାନଙ୍କ କଲ୍ୟାଣପାଇଁ ଖର୍ଚ୍ଚକରନ୍ତି ମାତ୍ର ୧.୮ପ୍ରତିଶତ। ଏଥିପାଇଁ ଆମେରିକା ଖର୍ଚ୍ଚକରେ ୧୫ପ୍ରତିଶତ ଓ ୟୁରୋପିୟ ଦେଶମାନେ ଖର୍ଚ୍ଚକରନ୍ତି ୩୦ପ୍ରତିଶତ ଏହି ମୈାଳିକ ସମସ୍ୟାର ସମାଧାନ ପାଇଁ ପାର୍ଲ୍ୟାମେଂଟରେ ପ୍ରଫେସର ଅର୍ଜୁନ ସେନ୍ଗୁପ୍ତା କମିଟି ୨୦୦୬ରେ ଗଠିତହେଲା ଏବଂ ଏହି କମିଟିତାର ରିପୋର୍ଟ ଉପସ୍ଥାପନ କରି କହିଲେ ଦେଶର ୭୦ ପ୍ରତିଶତ ଶ୍ରମଜିବୀ ଦୈନିକ ୨୦ଟଙ୍କାରେ ଚଳିଥାନ୍ତି। ଏହି ରିପୋର୍ଟ ଉପରେ ଦେଶରେ ୨୦୦୮ ମସିହାରେ “ଅସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ଆଇନ” ପାଳିତହେଲା କିନ୍ତୁ ଏଥିପାଇଁ କୈାଣସି ବ୍ୟୟବରାଦ କରାଗଲା ନାହିଁ। ୨ଥର ଉପା ସରକାର ଓ ୨ୟ ପାଳିରେ ଏନ୍.ଡି.ଏ ସରକାର ଚାଲିଛି କିନ୍ତୁ ବ୍ୟୟବରାଦର କୈାଣସି ଯୋଜନା ନାହିଁ।

କରୋନା ମହାମାରୀର ଭିଭିଷିକାରେ ସବୁଠାରୁ ବିପର୍ଯ୍ୟସ୍ତ ଅବସ୍ତାକୁ ଠେଲି ହୋଇଯାଇଛି ଶ୍ରମିକ ଶ୍ରେଣୀ ବଂଚିବା ନା ମରିବା ଏହି ସଂଘର୍ଷରେ ଜିବନ ବିତାଉଛନ୍ତି। କୋଟି କୋଟି ଶ୍ରମଜିବୀ ଲୋକ କାମହରାଇ ବିପନ୍ନ ହୋଇପଡିବେ ଯାହାରଚିତ୍ର ଏହି ୨ମାସ ମଧ୍ୟରେ ପ୍ରତିଫଳିତ ହେଉଛି। ସବୁଆଡେ ହା–ହା କାର ଶ୍ରମିକ ଶ୍ରେଣୀର କରୁଣ କାହାଣୀ ଦେଖିବାକୁ ମିଳୁଛି। ସବୁଠାରୁ ଦୁର୍ଦ୍ଦୀନରେ ଅଛନ୍ତି ପ୍ରବାସୀ ଶ୍ରମିକ ଯେଉଁ ସମ୍ପୃକ୍ତ ରାଜ୍ୟର ବିକାସ ପାଇଁ ପ୍ରବାସୀ ଶ୍ରମିକ ଲୁହ–ଲହୁ ଦେଇ କାର୍ଯ୍ୟକରୁଥିଲା ତାହାର ସୁରକ୍ଷା ପାଇଁ ସଂପୃକ୍ତରାଜ୍ୟ ଠିକସେ ସହାୟତା ଯୋଗାଇ ପାରୁନାହିଁ ଅପରପକ୍ଷରେ କେନ୍ଦ୍ର ସରକାର ମଧ୍ୟ ଠୋସ ପଦକ୍ଷେପ ନେଇପାରୁନାହାଁନ୍ତି – ଯାହାଫଳରେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ବଢିଚାଲିଛି।

ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଏକ କୋଟି ପରିବାର ମଧ୍ୟରୁ ୯୪ଲକ୍ଷ ପରିବାରକୁ ସାଧାରଣ ବଂଟନ ବ୍ୟବସ୍ଥାରେ ୩ମାସ ଖାଦ୍ୟ ସାଙ୍ଗରେ ଡାଲି ଓ ଏକ ହଜାର ଟଙ୍କା ଆଗୁଆ ପ୍ରଦାନକରି ଖାଦ୍ୟ ନିରାପତାକୁ ନିଶ୍ଚିତ କରିଛନ୍ତି। ୪୮ଲକ୍ଷ ବାର୍ଦ୍ଧକ୍ୟ, ବିଧବା, ବିକଳାଙ୍ଗ ଭତା ୪ମାସ ପାଇଁ ଆଗୁଆ ପ୍ରଦାନକରି ବଂଚିବା ନିଶ୍ଚିତ କରିଛନ୍ତି। ନିର୍ମାଣ ଶ୍ରମିକ ମାନଙ୍କୁ ୧୫୦୦ଟଙ୍କା ସ୍ବତନ୍ତ୍ର ସହାୟତା ଘୋଷଣା କରି ୨୨ଲକ୍ଷ ପଞ୍ଜିକୃତ ନିର୍ମାଣ ଶ୍ରମିକ ମାନଙ୍କୁ ଘରଘର ବୁଲି ପ୍ରଦାନକରି ଶ୍ରମିକ ସୁରକ୍ଷା କୁ ନିଶ୍ଚିତ କରିଛନ୍ତି। ଦାଦନ ପ୍ରବଣ ଜିଲ୍ଲାରେ ୩୬୫ ଦିନରୁ ୨୦୦ଦିନ କାମ ନିଶ୍ଚିତ କରିବା ଓ ମଜୁରି ୨୮୫ ଟଙ୍କାକୁ ବୃଦ୍ଧି କରିପାରିଛନ୍ତି। କ୍ଷୁଦ୍ରବ୍ୟବସାୟୀ ମାନଙ୍କୁମଧ୍ୟ ସହାୟତା ପ୍ରଦାନ କରାଯାଇଛି। ସ୍ବାସ୍ଥ୍ୟକର୍ମୀ, ମିଶନଶକ୍ତି, ଅଙ୍ଗନୱାଡି ମାନଙ୍କ ପଇଁ ସ୍ବତନ୍ତ୍ର ଯୋଜନା କରାଯାଇଛି। ଓଡିଶା ସରକାର ସହରାଂଚଳରେ ସାଢେ ୪ଲକ୍ଷ ପରିବାରକୁ ୧୦୦ କୋଟି ଟଙ୍କା ବ୍ୟୟବରାଦରେ ଶ୍ରମକାର୍ଯ୍ୟ ଭିତିକ ଯୋଜନା ପ୍ରସ୍ତୁତକରି କାର୍ଯ୍ୟକରୁଛନ୍ତି। ପ୍ରବାସୀ ଶ୍ରମିକ ମାନଙ୍କୁ ସ୍ବତନ୍ତ୍ର ସଂଗରୋଧ କ୍ୟାମ୍ପରେ ରଖିବା ୧୪ ଦିନ ରହିବା ଓ ଖାଇବା ବ୍ୟବସ୍ଥାକରି ପ୍ରତ୍ୟେକ ଶ୍ରମିକଙ୍କୁ ୨୦୦୦ଟଙ୍କା ପ୍ରଦାନ କରିବା ସମଗ୍ର ଦେଶରେ ନଜୀର ସୃଷ୍ଟିକରିଛି। କିନ୍ତୁ ସବୁଠାରୁ ବଡପ୍ରଶ୍ନ ୫ଲକ୍ଷ ପ୍ରବାସୀ ଶ୍ରମିକ ଓଡିଶା ଫେରିବାକୁ ଅପେକ୍ଷା ରତ। କେନ୍ଦ୍ର ସରକାର, ସଂପୃକ୍ତ ରାଜ୍ୟ ସରକାର ଏବଂ ଆମରାଜ୍ୟ ସରକାର ମିଳିତ ପ୍ରୟାସରେ କମିଟି ଗଠିତ ହୋଇଛି। ସେମାନଙ୍କୁ ଆଣିବା ଓ ସବୁପ୍ରକାର ସହାୟତା କେନ୍ଦ୍ର ସରକାର ଯୋଗାଇଦେବା ଆଜି ଦିନରେ ବଡଦାୟିତ୍ବ। ଏହା କରିବା ସଂଗେସଂଗେ ଏହାର ଝଙଚ ପ୍ରସ୍ତୁତ କରିବା ଏବଂ ଅସଂଗଠିତ ଶ୍ରମିକଙ୍କର ବଂଚିବା ପାଇଁ ସ୍ବତନ୍ତ୍ର ଯୋଜନା ଓ ବ୍ୟୟବରାଦ କରିବା ସବୁଠାରୁ ବଡକର୍ତବ୍ୟ ବୋଲି ସବୁସ୍ତରରୁ ଦାବୀ ହେଉଛି। ବିଶ୍ବ ଶ୍ରମିକଦିବସରେ କେନ୍ଦ୍ର ସରକାର ଶ୍ରମିକମାନଙ୍କ ପାଇଁ ସ୍ବତନ୍ତ୍ର ଯୋଜନା ଓ ବ୍ୟୟବରାଦ ଘୋଷଣା ହିଁ ଶ୍ରମିକ ମାନଙ୍କ ବଂଚିବା ପାଇଁ ସହାୟକ ହେବ।

ରାଜ୍ୟସଭା ସାଂସଦ

ସମ୍ବନ୍ଧିତ ଖବର