କୋଟାରେ ଥିବା ବିଦ୍ୟାର୍ଥୀଙ୍କୁ ଆଣିବାକୁ ବସ୍ ପଠାଯାଇଛି; ପ୍ଲାଜ୍‌ମା ଚିକିତ୍ସାର ଡାକ୍ତରୀ ପରୀକ୍ଷା ଚାଲିବ: କେଜ୍ରିୱାଲ୍

ନୂଆଦିଲ୍ଲୀ: ରାଜସ୍ଥାନର କୋଟାରୁ ଛାତ୍ରଛାତ୍ରୀମାନଙ୍କୁ ଫେରାଇ ଆଣିବାକୁ ଦିଲ୍ଲୀ ସରକାର ଆଜି ୪୦ଟି ବସ୍ ପଠାଇଛନ୍ତି ବୋଲି ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦି କେଜ୍ରିୱାଲ୍ ଜଣାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ କୋଟାରୁ ଫେରିବା ପରେ ୧୪ ଦିନ ସକାଶ ସେମାନ‌େ ନିଜେ ନିଜେ କ୍ବାରେଣ୍ଟିନ୍‌ରେ ରହିବେ।

ଅନ୍ୟ ରାଜ୍ୟରେ ରହିଯାଇଥିବା ପ୍ରବାସୀ ଶ୍ରମଜୀବୀଙ୍କ ସମ୍ପର୍କରେ ସେ ସମ୍ପୃକ୍ତ ସରକାରମାନଙ୍କ ସହ କଥାବାର୍ତ୍ତା ଚଳାଇଛନ୍ତି ସେ କହିଛନ୍ତି।

Image Source: NDTV

ଏହାଛଡ଼ା ସେ କହିଛନ୍ତି ଯେ ସ୍ବଳ୍ପ କେତେକ କୋଭିଡ୍-୧୯ ସଂକ୍ରମିତଙ୍କ ଦେହରେ ପ୍ଲାଜ୍‌ମା ଚିକିତ୍ସା କରାଯାଇଥିଲା। ତା’ର ପ୍ରାରମ୍ଭିକ ଫଳାଫଳ ଭଲ ବୋଲି ଜଣାପଡ଼ିଛି। ଏଲ୍‌ଏନ୍‌ଜେପି ହସ୍ପିଟାଲ୍‌ରେ ଆମେ ପ୍ଲାଜ୍‌ମା ଚିକିତ୍ସା କରାଇବାକୁ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ପାଇଛୁ। ଅଳ୍ପ କେତେକ ସଂକ୍ରମିତଙ୍କ ଠାରେ ଏହି ଚିକିତ୍ସା ପ୍ରୟୋଗ କରିଥିଲୁ। ପ୍ରଥମେ ଏହି ଚିକିତ୍ସା ଗ୍ରହଣ କରିଥିବା ସଂକ୍ରମିତଜଣକ ଆରୋଗ୍ୟ ହୋଇ ଡାକ୍ତରଖାନାରୁ ଯାଇଛନ୍ତି।

ମୁଁ ଆନନ୍ଦିତ ଯେ ଦିଲ୍ଲୀରେ ପ୍ରାୟ ୧୧୦୦  କରୋନାଭାଇରସ୍ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇସାରିଲେଣି। ଆମେ ତାଙ୍କ ସହ ଯୋଗାଯୋଗ ରଖିଛୁ। ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ପ୍ଲାଜ୍‌ମା ଦାନ କରିବାକୁ ପ୍ରସ୍ତୁତ।

 

 

ସମ୍ବନ୍ଧିତ ଖବର