ବାହାନଗା ରେଳ ଦୁର୍ଘଟଣା: ରାଜଧାନୀରେ ଜଳିଲା ୨ ମୃତକଙ୍କ ଜୁଇ

୩ ମୃତଦେହ ହସ୍ତାନ୍ତର

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାର ୩ ଜଣ ମୃତକଙ୍କ ମୃତଦେହ ତାଙ୍କ ପରିଜନଙ୍କୁ ହସ୍ତାନ୍ତର କରାଯାଇଛି। ସେଥିରୁ ୨ ଜଣ ବିହାର ଏବଂ ଜଣେ ଝାଡ଼ଖଣ୍ଡ ଅଧିବାସୀ ଅଟନ୍ତି। ଏମ୍‌ସରେ ସଂରକ୍ଷିତ ୮୨ ମୃତଦେହ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୯ ଜଣଙ୍କ ଡିଏନଏ ରିପୋର୍ଟ ଆସିଛି। ସେଥିରୁ ତିନି ଦିନ ମଧ୍ୟରେ ସମୁଦାୟ ୨୧ ଜଣଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିବା ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି। ଝାଡ଼ଖଣ୍ଡର ଦିନେଶ ଯାଦବ(୩୧) ଏବଂ ବିହାରର ରଞ୍ଜିତ ରାୟ(୨୩)ଙ୍କ ଅନ୍ତିମ ସଂସ୍କାର ରାଜଧାନୀର ସତ୍ୟନଗର ଶ୍ମଶାନରେ କରାଯାଇଛି।

ସମ୍ବନ୍ଧିତ ଖବର