ରାଜଧାନୀରେ ବିଜେପି କର୍ପୋରେଟର ପ୍ରାର୍ଥିନୀ ଧରିତ୍ରୀ ଜେନାଙ୍କ ପରିବାରକୁ ଆକ୍ରମଣ: ଗୁରୁତରଙ୍କୁ ହସ୍ପିଟାଲରେ ଭେଟିଲେ ଭୁବନେଶ୍ବର ସାଂସଦ

ଭୁବନେଶ୍ବର: ରାଜଧାନୀର ୩୩ ନଂ ୱାର୍ଡର ବିଜେପି କର୍ପୋରେଟର ପ୍ରାର୍ଥିନୀ ଧରିତ୍ରୀ ଜେନାଙ୍କ ସ୍ବାମୀ ଉମାକାନ୍ତ ଜେନାଙ୍କ ସମେତ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ୫ଜଣଙ୍କୁ ଆପୋଲୋ ହସ୍ପିଟାଲରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭେଟିଛନ୍ତି। ଗୁରୁତରଙ୍କୁ ଭେଟି ଆଲୋଚନା କରିବା ସହିତ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ନେଇ ଡାକ୍ତରଙ୍କ ସହ ବି କଥା ହୋଇଛନ୍ତି ସାଂସଦ ଅପରାଜିତା।

ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ୩ ଜଣ କର୍ମୀଙ୍କ ଅବସ୍ଥା  ସଙ୍କଟାପନ୍ନ ରହିଛି।  ଜଣଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି ଆଉ ଜଣଙ୍କ ହାତ ଭାଙ୍ଗିଛି। ଡାକ୍ତର ସେମାନଙ୍କ ସ୍ଥିତି ଭଲ ନଥିବା କହିଛନ୍ତି। ଏହାର ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କମିସନରେଟ୍ ପୁଲିସ ନିକଟରେ  ଅଭିଯୋଗ ହୋଇଛି । ଆଉ ପୁଲିସ୍ ଆଗତ ୨୪ ଘଣ୍ଟା ମଧ୍ୟରେ ସବୁ ଅଭିଯୁକ୍ତଙ୍କୁ ଧରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଯଦି ଏହା ନା ହୁଏ ତେବେ, ନିଜେ ମୁଁ ଏବଂଅନ୍ୟ  ବିଜେପି କର୍ମୀମାନେ କମିସନରେଟ୍ ପୁଲିସ କମିସନରଙ୍କ କାର୍ଯ୍ୟାଳୟ  ଆଗରେ ଧାରଣା ଦେବୁ।

ସୂଚନାଯୋଗ୍ୟ, ରାଜଧାନୀରେ ପୌର ନିର୍ବାଚନ ପ୍ରଚାର ଜମି ଆସୁଥିବା ବେଳେ ରାଜନୈତିକ ହିଂସା ଘଟିଛି। ୩୩ ନଂ ୱାର୍ଡର ବିଜେପି କର୍ପୋରେଟର ପ୍ରାର୍ଥିନୀ ଧରିତ୍ରୀ ଜେନାଙ୍କ ସ୍ବାମୀ ଉମାକାନ୍ତ ଜେନାଙ୍କ ସମେତ ୫ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ବିଜେଡ଼ି କର୍ମୀମାନେ ସଂଘବଦ୍ଧ ଭାବେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ କରିଛି ବିଜେପି। କେବଳ ଧରିତ୍ରୀ ଜେନାଙ୍କ ସ୍ବାମୀ ଉମାକାନ୍ତ ଜେନାଙ୍କୁ ନୁହେଁ, ବରଂ ପୁରା ପରିବାରକୁ ବିଜେଡ଼ି କର୍ମୀମାନେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ବିଜେପି ପକ୍ଷରୁ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ ହୋଇଛି। ସମସ୍ତେ ଏବେ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର