ଆଜି କ୍ୟାବିନେଟ୍

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମୋଡ୍‌ରେ ଅନୁଷ୍ଠିତ ହେବା

ଭୁବନେଶ୍ବର : ୧୧ ତାରିଖ ସୋମବାର ଅପରାହ୍ନରେ ରାଜ୍ୟ କ୍ୟାବିନେଟ୍ ବୈଠକ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମୋଡ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ୧୦ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବ। ପଞ୍ଚାୟତିରାଜ, ଅର୍ଥ, ରାଜସ୍ବ, ପୂର୍ତ୍ତ ଓ ସାଧାରଣ ପ୍ରଶାସନ ବିଭାଗର ପ୍ରସ୍ତାବ ଆସିବ ବୋଲି ସୂଚନା ମିଳିଛି। ଭୁବନେଶ୍ବରରେ ଥିବା ମନ୍ତ୍ରୀମାନେ ଲୋକସେବା ଭବନରେ ଓ ବାହାରେ ଥିବା ମନ୍ତ୍ରୀମାନେ ଜିଲ୍ଲା ମୁଖ୍ୟାଳୟରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କାବିନେଟ୍ ବୈଠକରେ ସାମିଲ ହେବେ।

ସମ୍ବନ୍ଧିତ ଖବର