ଦିଲୀପ ତିର୍କିଙ୍କ ନିଆରା ଅନ୍ଦାଜ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ବିଜୁ ଜନତା ଦଳ ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କିଙ୍କ ପ୍ରଚାରସମୟରେ କିଛି ଭିନ୍ନଚିତ୍ର ଦେଖିବାକୁ ମିଳିଛି। ଦିଲୀପ ଟାଣଖରାରେ ପ୍ରଚାରକରି ସାମାନ୍ୟ ଅସୁସ୍ଥହେବା ପରେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପହଞ୍ଚିଥିଲେ। ପଞ୍ଜୀକରଣ ଚିଠା ଧରି ବହିର୍ବିଭାଗରେ ଅନ୍ୟରୋଗୀଙ୍କ ସହ ଧାଡ଼ିରେ ଆସି ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତରୀଚିଠା ଧରି ଔଷଧ ବିତରଣକେନ୍ଦ୍ରକୁ ପୁଣି ଧାଡ଼ିରେ ଯାଇ ଔଷଧ ନେଇଥିଲେ। ଏହାପୂର୍ବରୁ ଦିଲୀପ ସକାଳୁଆ ଚା’ ଖଟି ଓ ଖେଳପଡ଼ିଆକୁ ଯାଇ ବିଭିନ୍ନବର୍ଗର ଲୋକଙ୍କୁ ଭେଟି ଆଲୋଚନା କରିଥିଲେ। ସାଧାରଣଲୋକଙ୍କ ନିକଟତର ହେବାର ଏହିଭଳି ନିଆରା ଅନ୍ଦାଜ ଦିଲୀପଙ୍କୁ ବେଶ୍‌ କିଛିଦିନ ଚର୍ଚ୍ଚାରେ ରଖିଥିଲା। ଆଉ ଏବେ ଧାଡ଼ିରେ ଯାଇ ଚିକିତ୍ସା କରାଇ ପୁଣି ଆଲୋଚନା ପରିସରକୁ ଆସିଛନ୍ତି।

ସମ୍ବନ୍ଧିତ ଖବର