ଭୁବନେଶ୍ବର, (ଭବାନୀ ଶଙ୍କର ତ୍ରିପାଠୀ): ରାଜ୍ୟ ଲୋକସେବା ଭବନରେ ବିଭିନ୍ନ ବିଭାଗର ବାବୁ, କର୍ମଚାରୀ ଆଜି ଦିନ ୧୧ଟା ସମୟରେ ମୁକ୍ତ କଣ୍ଠରେ ଘୋଷଣା କରିଛନ୍ତି ଯେ ସେମାନେ ଜୀବନର ସବୁ େକ୍ଷତ୍ରରେ ସାଧୁତା ଓ ସଚ୍ଚୋଟତା ଅବଲମ୍ବନ କରିବେ। ଲାଞ୍ଚ ଦେବେ ନାହିଁ କି ନେବେ ନାହିଁ। ସ୍ବଚ୍ଛତାର ସହିତ ଜନହିତରେ ସମସ୍ତ କାର୍ଯ୍ୟ କରିବେ। ବ୍ୟକ୍ତିଗତ ବ୍ୟବହାରରେ ସାଧୁତା ପ୍ରଦର୍ଶନ କରିବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ େହାଇ ରହିବେ। େଯ କୌଣସି ଦୁର୍ନୀତି ସଂପର୍କରେ ଉପଯୁକ୍ତ କର୍ତୃପକ୍ଷଙ୍କୁ ଅବଗତ କରାଇବେ।
କେବଳ ସୂଚନା ଓ େଲାକସଂପର୍କ ବିଭାଗ କି ଶିଳ୍ପ ଅଥବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉେଦ୍ୟାଗ ନୁହେଁ, ପ୍ରତିବର୍ଷ ଭଳି ଏଥର ବି ଭିଜିଲାନ୍ସ ସପ୍ତାହ ଅବସରରେ ଦୁର୍ନୀତି ନିବାରଣ ପାଇଁ ଏଭଳି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ େହାଇଛି। କିଛି ବିଭାଗ ଏ ସଂକ୍ରାନ୍ତ େପ୍ରସ ବିଜ୍ଞପ୍ତି ଖବରକାଗଜକୁ ଫଟୋ ସହିତ ପଠାଇଛନ୍ତି। ତୃଣମୂଳସ୍ତର ପର୍ଯ୍ୟନ୍ତ ପ୍ରାୟ ସବୁ କାର୍ଯ୍ୟାଳୟରେ ଏହାକୁ ପାଳନ କରାଯାଇଛି।
ହେଲେ ବାବୁ ଓ କର୍ମଚାରୀଙ୍କର ଏଭଳି ଦୁର୍ନୀତି ବିେରାଧୀ ଶପଥ ବାସ୍ତବରେ କେତେ ପ୍ରଭାବୀ େହଉଛି? ଯେଉଁ କର୍ମଚାରୀ ଓ ବାବୁ ଆଜି ଶପଥ େନଉଛନ୍ତି, ଆସନ୍ତାକାଲି ତାଙ୍କୁ ରାଜ୍ୟ ସରକାରଙ୍କ ଭିଜିଲାନ୍ସ ପୁଣି କେମିତି ବାନ୍ଧୁଛି? ଥରେ ଶପଥ େନବା ପରେ ପୁଣି ଥରେ ସାଧାରଣ େଲାକଙ୍କୁ ଓ ସେମାନଙ୍କ ଟିକସ ଅର୍ଥକୁ ଲୁଟିବା ପାଇଁ ଏମାନେ କେମିତି ସାହସ କରିପାରୁଛନ୍ତି? ସର୍ବୋପରି ଶପଥ େନବା ପରେ ଯଦି ଜଣେ କର୍ମଚାରୀ ଦୁର୍ନୀତି କରୁଛନ୍ତି, ତେବେ ଏ େକ୍ଷତ୍ରରେ ସରକାରୀ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାଟି କ’ଣ?
ଏଭଳି ମାଳ ମାଳ ପ୍ରଶ୍ନ ଏବେ ରାଜ୍ୟର ଗାଁ ଗଣ୍ଡା, ସହର ବଜାରରେ ଚର୍ଚ୍ଚାର ବିଷୟ ହେଲାଣି। ଯଦି ଏହି ଶପଥ ପରେ କର୍ମଚାରୀ ବା ବାବୁ ପୁଣି ଆଖିବୁଜା ଦୁର୍ନୀତି କରୁଛନ୍ତି, ତେବେ ରାଜ୍ୟ ସରକାରଙ୍କୁ ‘ସ୍ବଚ୍ଛତା’ନାରା କାହିଁକି ଦେବାକୁ ପଡୁଛି?
କୌତୂହଳର କଥା ହେଲା,ସରକାରୀ ବ୍ୟବସ୍ଥାରେ ଏମିତି କିଛି କର୍ମଚାରୀ ଅଛନ୍ତି, ଯେଉଁମାନଙ୍କ ମାନବିକତା, ମାନସିକତା ବିରଳ ଓ ଉଦାହରଣ େଯାଗ୍ୟ। କିଏ ଦୁର୍ଗମ ପାହାଡ ଚଢି ସାଧାରଣ େଲାକଙ୍କ ପାଖରେ ପ୍ରଶାସନର ଉପସ୍ଥିତି ଜାହିର କରୁଛନ୍ତି, ସରକାରୀ ସେବାକୁ ନିଶ୍ଚିତ କରୁଛନ୍ତି। ନିଜର ସର୍ବସ୍ବ ସାରି ଅନ୍ୟକୁ ସମାଜର ମୁଖ୍ୟ େସ୍ରାତ ଯାଏ ଟାଣି େନଉଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ଅର୍ଥ, ଶିଳ୍ପ ବିଭାଗରେ ଏମିତି କର୍ମଚାରୀ େକଉଁଠି ନା େକଉଁଠି ଅଛନ୍ତି। େଯଉଁମାନଙ୍କୁ ପ୍ରଶାସନ ବା ସରକାର କେବେ ସ୍ବୀକୃତି େଦଇଥାଏ ବା ଉତ୍ସାହିତ କରିଥାଏ। ଗଣମାଧ୍ୟମ ବି।
ହେଲେ ହାତଗଣତି କେତେ ଜଣ ଗାଁ ଗଣ୍ଡା କଥା ନ କହିବା ଭଲ, ସହରରେ ମଧ୍ୟ ସାଧାରଣ, ଗରିବ, ଖଟିଖିଆଙ୍କ ଅର୍ଥ ହରିଲୁଟ୍ କରିବା ଲାଗି କୌଣସି ସୁଯୋଗ ହାତଛଡା କରୁନାହାନ୍ତି। ଏପରିକି ରାଜ୍ୟ ଭିଜିଲାନ୍ସ ଥରୁଟିଏ ଚଢାଉ କରି ତାଙ୍କ ବିେରାଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ େନବା ସତ୍ତ୍ବେ ସେମାନେ ଚେତିବା ବା ସତର୍କ ହେବା ବଦଳରେ ପୁଣି ଥରେ ଅନୁରୂପ କାର୍ଯ୍ୟରେ ଲାଗୁଛନ୍ତି। ନିକଟରେ ରାଜ୍ୟ ସରକାର କିଛି କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସରଗ୍ରହଣ ଦେଇଥିବା ଘଟଣାରେ ଏମିତି ଅନେକ ଉଦାହରଣ ରହିଛି।
ବୁଦ୍ଧିଜୀବୀ ମହଲର କହିବା କଥା େହଉଛି, ବ୍ୟବସ୍ଥାରେ କି ତ୍ରୁଟି ରହିଛି, ଯାହା ଫଳରେ ଜଣେ କର୍ମଚାରୀ ବାରମ୍ବାର ଶପଥ େନବା ପରେ ବି ଦୁର୍ନୀତି କରିବା ଲାଗି ଉତ୍ସାହିତ େହଉଛି। ସରକାରଙ୍କ େଯ କୌଣସି କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ସେମାନଙ୍କୁ ଆଦୌ ଡରାଇପାରୁନାହିଁ। କାହିଁକି ଥରେ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ େନବା ପରେ ଦ୍ବିତୀୟ ଥର ସଂପୃକ୍ତ କର୍ମଚାରୀ ଏଭଳି ପଦକ୍ଷେପ େନବା ଲାଗି ସାହସ କରିପାରୁଛନ୍ତି। ବ୍ୟବସ୍ଥା ଭିତରେ ଥାଇ ଏଭଳି ଦୁର୍ନୀତିଗ୍ରସ୍ତଙ୍କୁ ସମର୍ଥନ େଦଉଥିବା ଆଉ ଏକ ପକ୍ଷ ଏଥିପାଇଁ ଦାୟୀ କି? ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା େକ୍ଷତ୍ରରେ ସରକାରୀ ଦୃଷ୍ଟିଭଙ୍ଗୀ କଣ ଦୁର୍ବଳ ନୁହେଁ? ମାମଲାର ଫଏସଲା ବିଳମ୍ବ ହେବା ମଧ୍ୟ ଏକ କାରଣ େହାଇପାରେ। ସର୍ବୋପରି େକାର୍ଟରେ ପାଖାପାଖି ଅଧା ଖସିଯିବା ମଧ୍ୟ ଏମାନଙ୍କ ମନୋବଳ େକଉଁଠି ନା େକଉଁଠି ବଢାଇବାରେ ସାହାଯ୍ୟ କରୁଛି।
ସମ୍ଭବତଃ, ନଭେମ୍ବର ୧ ତାରିଖ ବେଳକୁ ସରକାର ନୂଆ ପରିସଂଖ୍ୟାନ ଦେବେ, କେତେ େଲାକଙ୍କୁ ଧରିଛନ୍ତି, କେତେଜଣଙ୍କ ବିେରାଧରେ କାର୍ଯ୍ୟାନୁଷ୍ଠାନ େହାଇଛି। ହେଲେ ସରକାରଙ୍କ ପରିସଂଖ୍ୟାନକୁ ନିରେଖି ଦେଖିଲେ, ୨୦୧୮ରେ ୧୮୨ଜଣଙ୍କୁ ଭିଜିଲାନ୍ସ ଧରିଥିଲା, ଯାହା ପୂର୍ବବର୍ଷ ତୁଳନାରେ ୧୩% ଅଧିକ ଥିଲା। ଏମାନଙ୍କ ମଧ୍ୟରେ ୧୨ ଜଣ ଥିବା ପ୍ରଥମ େଶ୍ରଣୀର ଅଧିକାରୀ। ୧୦ ଜଣ ଥିଲେ ଦ୍ବିତୀୟ ଶ୍ରେଣୀ ବର୍ଗର। ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ସଂଖ୍ୟା ଥିଲା ୧୬୧। ସେହିଭଳି ଆୟ ବହିର୍ଭୂତ ସଂପତ୍ତି ମାମଲା ସଂଖ୍ୟା ୯୮ରେ ପହଞ୍ଚିଥିଲା, େଯଉଁଥିରେ ଭିଜିଲାନ୍ସ ବାବୁମାନେ ୯୪ େକାଟି ୨୫ଲକ୍ଷ ଟଙ୍କାର ସଂପତ୍ତି ଜବତ କରିଥିଲେ। ଏହାର ପରିମାଣ ପୂର୍ବ ବର୍ଷ ତୁଳନାରେ ପାଖାପାଖି ୪୦% ଅଧିକ ଥିଲା। ଅନ୍ୟପଟରେ ଦଣ୍ଡବିଧାନ ହାର ୪୭%ରୁ ବଢି ୨୦୧୮ରେ ୫୧.୪%ରେ ପହଞ୍ଚିଥିଲା।
ଏ ସଂକ୍ରାନ୍ତରେ ରାଜ୍ୟ ଭିଜିଲାନ୍ସ ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ କହିଛନ୍ତି, ୨୦୦୦ ମସିହାରୁ ସିଭିସିଙ୍କ ନିର୍ଦେଶକ୍ରମେ ଏଭଳି ଶପଥପାଠ ଗ୍ରହଣ କରାଯାଉଛି। ଦେଶ ତମାମ ଏହା ଅନୁସୃତ ହେଉଛି। ସରକାରୀ କର୍ମଚାରୀ କରିବେ, ବେସରକାରୀ କର୍ମଚାରୀ ମଧ୍ୟ। ଏହି କ୍ରମରେ ଓଡ଼ିଶାରେ ଆଜି ଏହି ଶପଥପାଠ କରାଯାଇଥିଲା।
ପୂର୍ବତନ ଭିଜିଲାନ୍ସ ନିର୍ଦେଶକ ଅନୁପ ପଟ୍ଟନାୟକ କହିଛନ୍ତି, ଥରେ ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଶପଥ େନଇ ଜଣେ ଦୁର୍ନୀତିକଲେ ଦଣ୍ଡବିଧାନ ବ୍ୟବସ୍ଥା ନାହିଁ। ଏହା ଦୁର୍ନୀତି ବିେରାଧରେ ସେମାନଙ୍କ ମଧ୍ୟରେ ଆତ୍ମ ସଚେତନତା ବଢାଇବା ପାଇଁ ଏକ ବଡ଼ ଉଦ୍ୟମ। ଥରେ ଜଣେ କର୍ମଚାରୀ ନିଜ ବଡ଼ ପାଟିରେ ଶପଥ େନବା ପରେ ଯଦି ଦୁର୍ନୀତି କରିବା ଲାଗି ଆଗ୍ରହ ଦେଖାଇବ, ତେବେ ତାର ବିବେକକୁ ଅବଶ୍ୟ ବାଧିବା କଥା। ପୁଲିସ ବ୍ୟବସ୍ଥାରେ କାର୍ଯ୍ୟରେ େଯାଗଦେଉଥିବା କର୍ମଚାରୀ ବି ଦୁର୍ନୀତି ବିେରାଧ ଶପଥ େନଇନାହାନ୍ତି। ହେଲେ ଶପଥ େନବା ଓ ଏହାର କାର୍ଯ୍ୟାନ୍ବୟନ େହବା ଭିନ୍ନ ଭିନ୍ନ କଥା।
ଉଲ୍ଲେଖଯୋଗ୍ୟ, ଏବେ ପଞ୍ଚାୟତ, ବ୍ଲକ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଶୀର୍ଷସ୍ତର ପର୍ଯ୍ୟନ୍ତ ଦୁର୍ନୀତି ମାଡ଼ିଗଲାଣି। ଅତୀତରେ ମୁଖ୍ୟମନ୍ତ୍ରୀ ଏହା ବିେରାଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ। ମୁଁ ସଚିବାଳୟ ଜଗିଛି, ତୁମେ ପଞ୍ଚାୟତ ଜଗ େବାଲି ତୃଣମୂଳସ୍ତରର େଲାକ ପ୍ରତିନିଧିଙ୍କୁ ସିଧା ସିଧା ଆହ୍ବାନ େଦଇଥିଲେ। ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କର ଏଭଳି ଆଭିମୁଖ୍ୟର ତାଲିକା ବେଶ୍ ଲମ୍ବା। ଆଜିଯାଏ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ପ୍ରମାଣ ଆଦୌ ନାହିଁ। ଏହା ହିଁ ତାଙ୍କର ସଫଳତା। ହେଲେ ଦୁର୍ନୀତି କିନ୍ତୁ କର୍ମଚାରୀ, େଲାକ ପ୍ରତିନିଧିଙ୍କୁ ଛୁଇଁଛି ଓ ଏ ପରିମାଣ ବଢିବାରେ ଲାଗିଛି। ଏମିତିରେ ଏଭଳି ଶପଥ କି ବାର୍ତା େଦଉଛି, ସେ ସଂପର୍କରେ ଏକ ବଡ଼ ବିତର୍କ ଅପେକ୍ଷା ରଖିଲାଣି।