ତଳସିରାରେ ଛୁଆହାତୀ ମୃତ

ବନ୍ତଳା : ଅନୁଗୁଳ ବ୍ଲକ୍‌ ବନ୍ତଳା ବନାଞ୍ଚଳରେ ଏକ ଛୁଆହାତୀର ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ବନ୍ତଳା ବନାଞ୍ଚଳ ତଳସିରା ଗ୍ରାମ୍ୟ ଜଙ୍ଗଲ ଭିତରେ ଏକ ଅଣ୍ଡିରା ଛୁଆହାତୀ ମରି ପଡ଼ିଥିବା ଗତକାଲି ସ୍ଥାନୀୟ ଲୋକେ ଓ ବନ କର୍ମଚାରୀ ଦେଖିଥିଲେ। ଛୁଆହାତୀଟିର ବୟସ ୩ରୁ୪ ବର୍ଷ ଭିତରେ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏଥିନେଇ ବନବିଭାଗ ଖବର ପାଇବା ପରେ ଆଜି ଭୁବନେଶ୍ୱରରୁ ଗୋଟିଏ ଟିମ୍‌, ଅନୁଗୁଳ ଆର୍‌ସିସିଏଫ୍‌, ଅନୁଗୁଳ ଡିଏଫ୍‌ଓ ବିବେକ କୁମାରଙ୍କ ସମେତ ବନ୍ତଳା ରେଞ୍ଜର ନୀଳାଦ୍ରି ନାଥ ସାହୁ ପ୍ରମୁଖ ପହଞ୍ଚି ହାତୀ ମୃତ୍ୟୁର ତଦନ୍ତ କରିଥିଲେ। ଏହାର ମୃତ୍ୟୁ ଅଂଶୁଘାତ ଯୋଗୁ ହୋଇଥାଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର