ଫୋନ୍‌-ଇନ୍‌-ପ୍ଲିଜ୍‌: ଆଧାରକାର୍ଡକୁ ବାଧ୍ୟତାମୂଳକ କରିବା ଉଚିତ ନୁହେଁ

ଜୟପୁର
ସରକାରୀ ଯୋଜନାରେ ଆଧାରକାର୍ଡ ବାଧକ ହେବା ଉଚିତ ନୁହେଁ। ଠିକ୍‌ କଥା। କିନ୍ତୁ ଆଧାରକାର୍ଡ ବିନା କୌଣସି ହିତାଧିକାରୀଙ୍କୁ ଯୋଜାନାରେ ସାମିଲ କଲେ ଅଯୋଗ୍ୟ ହିତାଧିକାରୀ ଉପକୃତ ହେବାର ସମ୍ଭାବନା ରହିଥିବାରୁ ଅଧାରକୁ ପ୍ରାଥମିକତା ଦେବା ଉଚିତ।
-ବିକାଶ କୁମାର ଭୂୟାଁ, ଉମରକୋଟ, ନବରଙ୍ଗପୁର

ଆଧାରକାର୍ଡ ତିଆରି ସମୟରେ ଫିଙ୍ଗର ପ୍ରିଣ୍ଟ୍‌ ଓ ଆଇ ସ୍କାନ୍‌ ହୋଇ ତଥ୍ୟ ରହୁଥିବାରୁ ଜଣଙ୍କ ନାମରେ ନକଲି କାର୍ଡ କିମ୍ବା ଏକାଧିକ କାର୍ଡ ତିଆରି କରିବାର ସମ୍ଭାବନା ନାହିଁ। ତେଣୁ ଯେ କୌଣସି ଯୋଜନା ପାଇଁ ଆ‌ଧାରକାର୍ଡ ବାଧ୍ୟତାମୂଳକ ହେବା ଉଚିତ। ଫଳରେ କେବଳ ଯୋଗ୍ୟ ହିତାଧିକାରୀ ଚିହ୍ନଟ ହେବା ସମ୍ଭବ ହୋଇପାରିବ।
-ଅଶୋକ ମହାରଣା, ଜୟପୁର

ଆଧାରକାର୍ଡ ହାସଲ କରିବା ଏକ ଜଟିଳ ପ୍ରକ୍ରିୟା ନୁହେଁ। ଯେ କୌଣସି ଭାରତୀୟ ନାଗରିକ ତଥା ଶିଶୁଙ୍କ ନାମରେ ଆଧାରକାର୍ଡ ‌ହୋଇପାରିବ। ଯାହାର ଆଧାରକାର୍ଡ ନାହିଁ ସେମାନଙ୍କ ଆଧାରକାର୍ଡ କରାଇ ସେମାନଙ୍କୁ ସରକାରୀ ଯୋଜନାରେ ସାମିଲ କରାଯାଇପାରୁଛି। ଆଧାରକାର୍ଡ ଯୋଗୁ ଦୁର୍ନୀତି କମିଛି କହିଲେ ଭୁଲ ହେବନି।
-ମଞ୍ଜୁତ‌ାଞ୍ଜଳି ସ୍ବାଇଁ, ସୁନାବେଡ଼ା

ଆଧୁନିକ ପ୍ରଯୁକ୍ତି ବିଦ୍ୟାକୁ ଆଦରି ଆଗକୁ ବଢ଼ିବା ଉଚିତ ବୋଲି ମୁଁ ଅନୁଭବ କରୁଛି। ଜଣେ ଚାହିଲେ ବି ନକଲି ଆଧାରକାର୍ଡ ତିଆରି କରିପାରିବ ନାହିଁ। ସବୁଠୁ ବଡ଼ କଥା ସରକାରୀ ଭାବେ ଏହାକୁ ନାଗରିକ ପ୍ରମାଣପତ୍ରର ସ୍ବୀକୃତି ନମି‌ଳଥିଲେ ମଧ୍ୟ ଜଣେ ଭାରତୀୟ ନାଗରିକଙ୍କ ପାଇଁ ଏକ ପ୍ରକାର ଭାରସାଯୋଗ୍ୟ ପରିଚୟପତ୍ର ବୋଲି କହୁଯାଇପାରିବ। ଜଣେ ଯୋଗ୍ୟ ଲୋକଙ୍କ ପାଇଁ ଆଧାରକାର୍ଡ ହାସଲ କରିବା କ‌ଷ୍ଟସାଧ୍ୟ ବ୍ୟାପାର ବି ନୁହେଁ।
-ଅଳକା ସାହୁ, ରାୟଗଡ଼ା

ଜଣେ ହିତାଧିକାରୀଙ୍କ ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ହେବା ଉଚିତ। ଆଧାର ଅତି ସହଜରେ ଓ ସରଳ ପ୍ରକ୍ରିୟାରେ ହାସଲ କରାଯାଇପାରୁଥିବାରୁ ସମସ୍ତେ ଆଧାରକାର୍ଡ ତିଆରି କରିବା ଉଚିତ। କିନ୍ତୁ ସରକାରୀ ଯୋଜନାରେ ଆଧାର ବାଧକ ହେବା ଉଚିତ ନୁହେଁ, କାରଣ ଆଜି ମଧ୍ୟ ବହୁ ଲୋକଙ୍କ ପାଖରେ ଆଧାରକାର୍ଡ ନାହିଁ।
-ସରୋଜ ସାମଲ, ବାଲିମେଳା, ମାଲକାନଗିରି

ବ୍ରହ୍ମପୁର
ବର୍ତ୍ତମାନ ପିଲାଠାରୁ ବୁଢ଼ା ସମସ୍ତଙ୍କ ପାଇଁ ଆଧାରକାର୍ଡ଼ ବାଧ୍ୟତାମୂଳକ ହୋଇଛି। ଆଧାରରେ ସାମାନ୍ୟ ତ୍ରୁଟି ଥିଲେ ସେମାନେ ସରକାରୀ ସେବାରୁ ବଞ୍ଚିତ ହେଉଛନ୍ତି।
-କାମରାଜୁ ଗୌଡ଼, ଦେଉଳପଲ୍ଲୀ

ସରକାର ସମସ୍ତ ଯୋଜନା ଗରିବ ଶ୍ରେଣୀର ଲୋକଙ୍କ ପାଇଁ କରିଛନ୍ତି। ଭାରତରେ ଅନେକ ପଛୁଆ ଅଞ୍ଚଳ ରହିଛି ଯେଉଁଠି ଆଜି ମଧ୍ୟ ବିଦ୍ୟୁତ୍ ଓ ମୋବାଇଲ୍ ସେବା ପହଞ୍ଚି ପାରିନି। ତେଣୁ ସେଠାରେ ଆଧାର କାର୍ଡ଼ ପହଞ୍ଚିବା କଷ୍ଟକର ହୋଇପଡ଼ିଛି। ତେଣୁ ସରକାରୀ ଯୋଜନାରେ ଆଧାର କାର୍ଡ଼କୁ ଏତେଟା ଗୁରୁତ୍ବ ଦେବା କଥା ନୁହେଁ।
-ଏନ୍. ନୀଳମାଧବ ପାତ୍ର, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ

ଅଧିକାଂଶ କ୍ଷେତ୍ରରେ ମିଥ୍ୟା ତଥ୍ୟ ଦେଇ ସରକାରୀ ଯୋଜନାରେ ଲୋକେ ସାମିଲ ହେଉଛନ୍ତି। ଆଧାରକାର୍ଡ଼କୁ ଗୁରୁତ୍ବ ଦେଲେ ଏଥିରେ ରୋକ୍‌ ଲାଗି ପାରିବ।
-ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ, ପାରଳାଖେମୁଣ୍ଡି

ସରକାରୀ ଯୋଜନାରେ ଆଧାର ବାଧକ ସାଜୁଛି। ତେଣୁ ପ୍ରତ୍ୟେକ କ୍ଷେତ୍ରରେ ଆଧାରକୁ ବାଧ୍ୟତାମୂଳକ କରାନଯାଉ। ଅନ୍ୟପକ୍ଷେ ଲୋକମାନେ ସରକାରୀ ସୁବିଧା ପାଇବାରୁ ବଂଚିତ ନହେବା ଭଳି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉ।
-ଦିବାକର ମାହୁନ୍ତ, କବିସୂର୍ଯ୍ୟନଗର

ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇବା ପାଇଁ ଜନତାଙ୍କ ନିକଟରେ ଅନେକ ପରିଚୟପତ୍ର ରହିଛି। କେବଳ ଆଧାର କାର୍ଡ଼କୁ ବାଧ୍ୟତାମୂଳକ କରିବା ଉଚିତ ନୁହେଁ।
-ଘନଶ୍ୟାମ ତାରିଣୀ, ସୋରଡ଼ା

ଆମ ଆଧାର ହିଁ ଆମ ପରିଚୟ, ସରକାରୀ ଯୋଜନାରେ ଆଧାର ବାଧକ ହେବା ଉଚିତ ନୁହେଁ। ସରକାର ଭବିଷ୍ୟତକୁ ଆଖି ଆଗରେ ରଖି ଆଧାର କାର୍ଡ଼ କରିଛନ୍ତି।
-ଡି. ପ୍ରକାଶ ରାଓ, ଚିକଲଖଣ୍ଡି

ବିଶ୍ବସ୍ତରରେ ପରିଚୟ କ୍ଷେତ୍ରରେ ଆଧାର ଏକ ବୈପ୍ଳବିକ ପଦକ୍ଷେପ। କିନ୍ତୁ ସରକାରୀ ଯୋଜନାରେ ଏହା ବାଧକ ହେବା ଉଚିତ ନୁହେଁ। କାରଣ ଯୋଜନାର ମୂଳ ଲକ୍ଷ୍ୟ ସାଧିତ ହେବ ନାହିଁ।
-ଦିଲୀପ ମହାପାତ୍ର, ସୁବଳୟା

ଭୁବନେଶ୍ବର ମହାନଗର
ବର୍ତ୍ତମାନ ଆଧାରକାର୍ଡ ପ୍ରସ୍ତୁତ କରିବା ତଥା ଭୁଲ ତଥ୍ୟକୁ ଠିକ କରିବା ପାଇଁ ଲୋକେ ଅନେକ ହଇରାଣ ହରକତ ହେଉଛନ୍ତି। ଫଳରେ ଅନେକ ଏହାର ସୁଫଳ ପାଇ ପାରୁନାହାନ୍ତି। ଆଧାରକାର୍ଡକୁ ବାଧ୍ୟତାମୂଳକ କରିବା ଉଚିତ ନୁହେଁ।
-ନୀଳମଣି ମିଶ୍ର, ସୁନ୍ଦରପଦା

ସରକାରୀ ଯୋଜନାରେ ଆଧାର ବାଧକ ହେବା ଉଚିତ ନୁହେଁ। ହିତାଧିକାରୀ ଅନେକ ସୁବିଧାରୁ ବଞ୍ଚିତ ହେଉଛନ୍ତି।
-ରମେଶ ଚନ୍ଦ୍ର ମହାପାତ୍ର, ଡୁମଡୁମା

ପୂର୍ବରୁ ଅନେକ ସରକାରୀ ଯୋଜନା ହିତାଧିକାରୀଙ୍କ ପାଖରେ ପହଞ୍ଚିବା ପୂର୍ବରୁ ବାଟମାରଣା ହୋଇଯାଉଥିଲା। ସରକାରୀ ଯୋଜନାରେ ଆଧାର ବାଧକ ହେବା କଥା ନୁହେଁ, କିନ୍ତୁ ଏହା ବିନା କାହାକୁ ମଧ୍ୟ ଏହାର ସୁବିଧା ଦେବା ଠିକ୍‌ ନୁହେଁ।
-ସୂର୍ଯ୍ୟ ମହାନ୍ତି, ପଟିଆ

ଆଧାରକାର୍ଡ ସରକାରୀ ଯୋଜନାରେ ସ୍ବଚ୍ଛତା ଆଣେ। ଲୋକେ ଠକି ପାରିବେ ନାହିଁ ଓ ଯୋଜନାର ଲକ୍ଷ୍ୟ ପୂରଣ ହେବ।
-ଅର୍ଜୁନ ପାତ୍ର, ମୟୂରଭଞ୍ଜ

ଆଧାରକୁ ବାଧକ କରିବା ଉଚିତ ନୁହେଁ।
-ଆହ୍ବାନ କୁମାର ପାଇକରାୟ, ୟୁନିଟ୍‌ ୩

ସରକାର ଲୋକଙ୍କୁ ପ୍ରଥମେ ଆଧାରର ଉପକାର ଓ ଅପକାର ସଂପର୍କରେ ଜଣାଇବା ଆବଶ୍ୟକ।
-ଚାଣକ୍ୟ ବିଷ୍ଣୁଗୁପ୍ତ ସାହୁ, ବନ୍ତ​ଳି, ପୁରୀ

ସରକାରୀ ଯୋଜନାରେ ଆଧାର ବାଧକ ହେବା ଉଚିତ। କାରଣ ଗୋଟିଏ ନାମରେ ଅନେକ ଲୋକ ଅନେକ ଅଞ୍ଚଳ ରହିଛି। ଯେଉଁ ଲୋକ ପାଇବା କଥା ସେ ଯୋଜନାରୁ ବଞ୍ଚିତ ହେଇଯାଉଛି ଏବଂ ଦୃତ ଲୋକ ଉପକୃତ ହେଉଛି।
-ସୁରେନ୍ଦ୍ର କୁମାର ନାୟକ, ନିଆଳି

ସରକାରୀ ଯୋଜନାରେ ଆଧାର ବାଧକ ହେବା ଉଚିତ ନୁହେଁ।
-ପୂଜା ଗୌଡ଼, ଚକେଇସିହାଣି

ସରକାରୀ ଯୋଜନାରେ ଆଧାର ବାଧକ ହେବା ଉଚିତ। ଏଥିରେ ଅନ୍ୟ ଦସ୍ତାବିଜ ମଧ୍ୟ ଲିଙ୍କ୍‌ କରାଇବା ଆବଶ୍ୟକ।
-ସୁଧୀର କୁମାର ବରାଳ, ଜାରକା

ସରକାର ଆଉ କେତେ ପ୍ରମାଣପତ୍ର ନେବେ। ଯାହାର ଆଧାରକାର୍ଡ ନାହିଁ, ତାଙ୍କ ସଂପର୍କରେ ବ୍ଲକ୍‌ କିମ୍ବା ପଞ୍ଚାୟତରୁ ମଧ୍ୟ ତଥ୍ୟ ସଂଗ୍ରହ କରିପାରିବେ।
-ଶ୍ରୀବତ୍ସ ମହାନ୍ତି, ଯାଁଆଳା

ଯଦି ଆଧାରକାର୍ଡ ନାହିଁ, ତାହାର ଗ୍ୟାରେଣ୍ଟି କିଏ ଦେଇ ପାରିବ ଯେ ସେ ହିଁ ପ୍ରକୃତ ହିତାଧିକାରୀ।
-ରବୀନ୍ଦ୍ର ଦାସ, ନୀଳାଦ୍ରିବିହାର

ସରକାରୀ ଯୋଜନାରେ ଆଧାର ବାଧକ ହେବା ଉଚିତ।
-ଦେବାଶିଷ, ସାହୁ, ଏକାମ୍ର କଲେଜ

ସରକାରୀ ଯୋଜନାରେ ଆଧାର ବାଧକ ହେବା ଉଚିତ।
-ବୃନ୍ଦାବନ ପ୍ରଧାନ, ଲକ୍ଷ୍ମୀସାଗର

ସମ୍ବନ୍ଧିତ ଖବର